ଲୋକସଭାରେ କେନ୍ଦ୍ର ସରକାରକୁ ଘେରିଲେ ରାହୁଲ ଗାନ୍ଧି, କହିଲେ- ଏହି ୬ ଜଣ ଲୋକ ଦେଶକୁ ଚକ୍ରବ୍ୟୁହରେ ଫଶେଇଛନ୍ତି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର ଲୋକସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନୀତି ଓ କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ତାଙ୍କ ଭାଷଣରେ ରହୁଲ ଗାନ୍ଧି ବିଶେଷ କରି ବେକାରୀ, ମୂଲ୍ୟବୃଦ୍ଧି, ଚାଷୀଙ୍କ ପରିସ୍ଥିତି ଓ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଦେଶରେ ଏବ ଭୟର ପରିବେଶ ରହିଛି ଓ ଏହି ଡର ଆମ ଦେଶର ସବୁ ସ୍ତରକୁ ବ୍ୟାପିଛି।  ରାହୁଲ ତାଙ୍କ ଭାଷଣରେ ମହାଭାରତର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ହୋଇଥିବା ମହାଭାରତ ଯୁଦ୍ଧରେ ୬ ଜଣ ଅଭିମନ୍ୟୁକୁ ଚକ୍ରବ୍ୟୁହରେ ଫଶାଇ ମାରିଥିଲେ। ମୁଁ ଟିକେ ପ୍ରସଙ୍ଗରେ ଗବେଷଣା କଲି ଓ ପାଇଲି ଚକ୍ରବ୍ୟୁହକୁ ‘ପଦ୍ମ ବ୍ୟୁହ’ ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି ପଦ୍ମ ଫୁଲ। ଚକ୍ରବ୍ୟୁହ ପଦ୍ମଫୁଲ ଆକାରର। ଏକବିଂଶ ଶତାବ୍ଦୀରେ ଏକ ନୂଆ ଚକ୍ରବ୍ୟୁହ ହୋଇଛି। ଏହା ବି ପଦ୍ମଫୁଲ ଆକାରର। ପ୍ରଧାନମନ୍ତ୍ରୀ ଏହାର ପ୍ରତୀକକୁ ନିଜ ଛାତିରେ ପିନ୍ଧନ୍ତି। ଅଭିମନ୍ୟୁ ସହିତ ଯାହା ହୋଇଥିଲା ତାହା ଏବେ ଭାରତ ସହିତ ମଧ୍ୟ ହେଉଛି। ସେ କହିଛନ୍ତି ଯେ ଯୁବ, କୃଷକ ଓ ମହିଳା, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଚକ୍ରବ୍ୟୁହରେ ଫଶିଛନ୍ତି। ଆଜି ବି ଚକ୍ରବ୍ୟୁହ କେନ୍ଦ୍ରରେ ୬ ଜଣ ଲୋକ ଅଛନ୍ତି। ଆଜି ବି ୬ ଜଣ ଲୋକ ନରେନ୍ଦ୍ର ମୋଦି, ଅମିତ ଶାହ, ମୋହନ

ଲୋକସଭାରେ କେନ୍ଦ୍ର ସରକାରକୁ ଘେରିଲେ ରାହୁଲ ଗାନ୍ଧି, କହିଲେ- ଏହି ୬ ଜଣ ଲୋକ ଦେଶକୁ ଚକ୍ରବ୍ୟୁହରେ ଫଶେଇଛନ୍ତି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର ଲୋକସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନୀତି ଓ କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ତାଙ୍କ ଭାଷଣରେ ରହୁଲ ଗାନ୍ଧି ବିଶେଷ କରି ବେକାରୀ, ମୂଲ୍ୟବୃଦ୍ଧି, ଚାଷୀଙ୍କ ପରିସ୍ଥିତି ଓ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଦେଶରେ ଏବ ଭୟର ପରିବେଶ ରହିଛି ଓ ଏହି ଡର ଆମ ଦେଶର ସବୁ ସ୍ତରକୁ ବ୍ୟାପିଛି।  

ରାହୁଲ ତାଙ୍କ ଭାଷଣରେ ମହାଭାରତର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ହୋଇଥିବା ମହାଭାରତ ଯୁଦ୍ଧରେ ୬ ଜଣ ଅଭିମନ୍ୟୁକୁ ଚକ୍ରବ୍ୟୁହରେ ଫଶାଇ ମାରିଥିଲେ। ମୁଁ ଟିକେ ପ୍ରସଙ୍ଗରେ ଗବେଷଣା କଲି ଓ ପାଇଲି ଚକ୍ରବ୍ୟୁହକୁ ‘ପଦ୍ମ ବ୍ୟୁହ’ ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି ପଦ୍ମ ଫୁଲ। ଚକ୍ରବ୍ୟୁହ ପଦ୍ମଫୁଲ ଆକାରର। ଏକବିଂଶ ଶତାବ୍ଦୀରେ ଏକ ନୂଆ ଚକ୍ରବ୍ୟୁହ ହୋଇଛି। ଏହା ବି ପଦ୍ମଫୁଲ ଆକାରର। ପ୍ରଧାନମନ୍ତ୍ରୀ ଏହାର ପ୍ରତୀକକୁ ନିଜ ଛାତିରେ ପିନ୍ଧନ୍ତି। ଅଭିମନ୍ୟୁ ସହିତ ଯାହା ହୋଇଥିଲା ତାହା ଏବେ ଭାରତ ସହିତ ମଧ୍ୟ ହେଉଛି। 

ସେ କହିଛନ୍ତି ଯେ ଯୁବ, କୃଷକ ଓ ମହିଳା, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଚକ୍ରବ୍ୟୁହରେ ଫଶିଛନ୍ତି। ଆଜି ବି ଚକ୍ରବ୍ୟୁହ କେନ୍ଦ୍ରରେ ୬ ଜଣ ଲୋକ ଅଛନ୍ତି। ଆଜି ବି ୬ ଜଣ ଲୋକ ନରେନ୍ଦ୍ର ମୋଦି, ଅମିତ ଶାହ, ମୋହନ ଭାଗବତ, ଅଜିତ ଡୋଭାଲ, ଅମ୍ବାନୀ ଓ ଆଦାନୀ ଦେଶକୁ ନିୟନ୍ତ୍ରଣ କରୁଛନ୍ତି । ଏଥିରେ ବାଚସ୍ପତି ଓମ ବିରଳା ରାହୁଲଙ୍କୁ ଅଟକାଇବାରୁ  ସେ କହିଥିଲେ ଯେ ଯଦି ଆପଣ କହିବେ ମୁଁ ଏନଏସଏ, ଅମ୍ବାନୀ ଓ ଆଦାନୀଙ୍କ ନାମ ନେବା ଛାଡିଦେବି ଓ ତେବେ ମାତ୍ର ୩ ଜଣଙ୍କ ନାମ ନିଶ୍ଚିତ ନେବି।