ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍କୁ ଧକ୍କା ଦେଲା ଅଟୋ, ୭ ମୃତ
ନୂଆଦିଲ୍ଲୀ ୨୦।୦୮: ମଧ୍ୟପ୍ରଦେଶର ଛତରପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳେ ଛତ୍ରପୁର ଜିଲ୍ଲାର ଜାତୀୟ ରାଜପଥ -୩୯ ରେ ଟ୍ରକ୍ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ସମସ୍ତ ଲୋକ ଉତ୍ତରପ୍ରଦେଶର ବାସିନ୍ଦା ଥିଲେ। ଛତରପୁର ପୋଲିସର ସୂଚନାନୁସାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର, ଥିବାରୁ ସେମାନଙ୍କୁ ଗ୍ୱାଲିଅର୍ ରେଫର୍ କରାଯାଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅଟୋରିକ୍ସରେ ଯାତ୍ରା କରୁଥିବା ଲୋକମାନେ ବାଗେଶ୍ୱର ସରକାର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବାଗେଶ୍ୱର ଧାମକୁ ଯାଉଥିଲେ।୧୩ ଜଣ ଲୋକ ସକାଳେ ଉତ୍ତରପ୍ରଦେଶରୁ ଏକ ଅଟୋରିକ୍ସରେ ବାଗେଶ୍ୱର ଧାମକୁ ଯାଉଥିଲେ। ଏହି ଅଟୋରିକ୍ସା NH-39 ରେ ଯାଉଥିବା ବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସକାଳ ପ୍ରାୟ ୫.୩୦ ସମୟରେ ଛତରପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଅଧୀକ୍ଷକଙ୍କ କହିବାନୁସାରେ, ଯେତେବେଳେ ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ହୋଇ ଯାଉଥିଲା ସେତେବେଳେ ଡ୍ରାଇଭର ନିଦରେ ଆଖି ଲାଗି ଯାଇଥିଲା । ଯାହ ଫଳରେ ବିପରିତ ପାର୍ଶ୍ଵରେ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଥିଲା। ଏହି କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଅଧିକାଂଶ ବୃଦ୍ଧ ବ୍ୟକ୍ତି ଏବଂ ଦେଢ ବର୍ଷ
ନୂଆଦିଲ୍ଲୀ ୨୦।୦୮: ମଧ୍ୟପ୍ରଦେଶର ଛତରପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳେ ଛତ୍ରପୁର ଜିଲ୍ଲାର ଜାତୀୟ ରାଜପଥ -୩୯ ରେ ଟ୍ରକ୍ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ସମସ୍ତ ଲୋକ ଉତ୍ତରପ୍ରଦେଶର ବାସିନ୍ଦା ଥିଲେ। ଛତରପୁର ପୋଲିସର ସୂଚନାନୁସାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର, ଥିବାରୁ ସେମାନଙ୍କୁ ଗ୍ୱାଲିଅର୍ ରେଫର୍ କରାଯାଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅଟୋରିକ୍ସରେ ଯାତ୍ରା କରୁଥିବା ଲୋକମାନେ ବାଗେଶ୍ୱର ସରକାର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବାଗେଶ୍ୱର ଧାମକୁ ଯାଉଥିଲେ।
୧୩ ଜଣ ଲୋକ ସକାଳେ ଉତ୍ତରପ୍ରଦେଶରୁ ଏକ ଅଟୋରିକ୍ସରେ ବାଗେଶ୍ୱର ଧାମକୁ ଯାଉଥିଲେ। ଏହି ଅଟୋରିକ୍ସା NH-39 ରେ ଯାଉଥିବା ବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସକାଳ ପ୍ରାୟ ୫.୩୦ ସମୟରେ ଛତରପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଅଧୀକ୍ଷକଙ୍କ କହିବାନୁସାରେ, ଯେତେବେଳେ ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ହୋଇ ଯାଉଥିଲା ସେତେବେଳେ ଡ୍ରାଇଭର ନିଦରେ ଆଖି ଲାଗି ଯାଇଥିଲା । ଯାହ ଫଳରେ ବିପରିତ ପାର୍ଶ୍ଵରେ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଥିଲା।
ଏହି କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଅଧିକାଂଶ ବୃଦ୍ଧ ବ୍ୟକ୍ତି ଏବଂ ଦେଢ ବର୍ଷର ଝିଅ ସାମିଲ ଥିଲେ । ଏଥିମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ସମୟରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।