ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ, ବେଦୀ ଚାରି ପଟେ ଜାରି ରହିଛି ପଟା ଵାଡିଆ କାର୍ଯ୍ୟ
ପୁରୀ : ପାଖେଇ ଆସୁଛି ଘୋଷଯାତ୍ରା । ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ l ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇସାରିଛି l ଆଜି ମହାରଣା ସେବକମାନେ ତିନି ରଥର ପ୍ରଭାପ୍ରେମ ପ୍ରସ୍ତୁତ କରି ଫ୍ରେମରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି । ତିନି ରଥର ଚାରି କୋଣଙ୍କୁ ଛାଡି ବେଦୀ ଚାରି ପଟେ ପଟା ଵାଡିଆ କାର୍ଯ୍ୟ ଜାରି ରହିଛି […] The post ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ, ବେଦୀ ଚାରି ପଟେ ଜାରି ରହିଛି ପଟା ଵାଡିଆ କାର୍ଯ୍ୟ appeared first on KNews Odisha.

ପୁରୀ : ପାଖେଇ ଆସୁଛି ଘୋଷଯାତ୍ରା । ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ l ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇସାରିଛି l ଆଜି ମହାରଣା ସେବକମାନେ ତିନି ରଥର ପ୍ରଭାପ୍ରେମ ପ୍ରସ୍ତୁତ କରି ଫ୍ରେମରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି ।
ତିନି ରଥର ଚାରି କୋଣଙ୍କୁ ଛାଡି ବେଦୀ ଚାରି ପଟେ ପଟା ଵାଡିଆ କାର୍ଯ୍ୟ ଜାରି ରହିଛି l ସେହିପରି ରୂପକାର ସେବକମାନେ ତିନି ରଥର ଶେଷ ଦୁଇଟି ଲେଖାଏଁ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ କାର୍ଯ୍ୟ କରିଛନ୍ତି । ଚିତ୍ରକାର ସେବକ ମାନେ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଥେକେରା ବାଡ, ୧୫ ରୁ ଉର୍ଦ୍ଧ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ, ଚକ, କୋଣ ଗୁଜ, ପଟା ଗୁଜରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି l
The post ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ, ବେଦୀ ଚାରି ପଟେ ଜାରି ରହିଛି ପଟା ଵାଡିଆ କାର୍ଯ୍ୟ appeared first on KNews Odisha.