୪୪ କେଜି ଗଞ୍ଜେଇ ଜବତ , ମହିଳାଙ୍କ ସମେତ ୫ ଗିରଫ

ବାଲେଶ୍ଵର  : ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଜଣେ ମହିଳାଙ୍କ ସମେତ ୫ଜଣ ଗିରଫ ହୋଇଛନ୍ତି । ବେଆଇନ  ଗଞ୍ଜେଇ କାରବାର ମାମଲାରେ ଗିରଫ । ସେମାନଙ୍କ ନିକଟରୁ ୪୪ କେଜି ଗଞ୍ଜେଇ ଜବତ ହୋଇଛି । ବାଲେଶ୍ଵର ସହଦେଵ ଖୁଣ୍ଟା ବସ୍ ଷ୍ଟାଣ୍ଡ, ଶେରଗଡ଼ ଜାତୀୟ ରାଜପଥ ୧୬ ଓ ଗାନ୍ଧୀ ଛକ, ବସ୍ତା ଜାତୀୟ ରାଜ ପଥ ୧୬ ଠାରେ ଚଢ଼ାଉ କରି ୪୪କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫ ପରେ […] The post ୪୪ କେଜି ଗଞ୍ଜେଇ ଜବତ , ମହିଳାଙ୍କ ସମେତ ୫ ଗିରଫ appeared first on KNews Odisha.

୪୪ କେଜି ଗଞ୍ଜେଇ ଜବତ , ମହିଳାଙ୍କ ସମେତ ୫ ଗିରଫ
ganja seized

ବାଲେଶ୍ଵର  : ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଜଣେ ମହିଳାଙ୍କ ସମେତ ୫ଜଣ ଗିରଫ ହୋଇଛନ୍ତି । ବେଆଇନ  ଗଞ୍ଜେଇ କାରବାର ମାମଲାରେ ଗିରଫ । ସେମାନଙ୍କ ନିକଟରୁ ୪୪ କେଜି ଗଞ୍ଜେଇ ଜବତ ହୋଇଛି । ବାଲେଶ୍ଵର ସହଦେଵ ଖୁଣ୍ଟା ବସ୍ ଷ୍ଟାଣ୍ଡ, ଶେରଗଡ଼ ଜାତୀୟ ରାଜପଥ ୧୬ ଓ ଗାନ୍ଧୀ ଛକ, ବସ୍ତା ଜାତୀୟ ରାଜ ପଥ ୧୬ ଠାରେ ଚଢ଼ାଉ କରି ୪୪କେଜି ଗଞ୍ଜେଇ ଜବତ କରାଯାଇଛି ।

ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲଣ କରିବା ପରେ ବିଚରା ବିଭାଗୀୟ କାରାଗାରକୁ ପଠାଯାଇଛି । ଗିରଫ ମାନେ ହେଲେ ବେଲାଲ ମଣ୍ଡଳ ,ପିଣ୍ଟୁ ମଣ୍ଡଳ,ସେକ ବକିଲ,ହନିପ ମଣ୍ଡଳ ଓ ଜଣେ ଯୁବତୀ ରହିଛନ୍ତି । ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ଏହି ଗ୍ୟାଙ୍ଗ ଦୀର୍ଘ ଦିନଧରି ଏଭଳି ରାକେଟରେ ସଂପୃକ୍ତ ରହିଥବା ଜଣାପଡିଛି ।

 

Also read : ଜଙ୍ଗଲ ଭିତରେ ମଦର ବନ୍ୟା , ୩୫୦ ଲିଟର ଦେଶୀ ମଦ ଜବତ

The post ୪୪ କେଜି ଗଞ୍ଜେଇ ଜବତ , ମହିଳାଙ୍କ ସମେତ ୫ ଗିରଫ appeared first on KNews Odisha.