୪ ଦିନରେ ୭୫୦ କୋଟି
ହାଇଦ୍ରାବାଦ: ରିଲିଜ୍ ହେବା ପରଠାରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍’ ଚଳଚ୍ଚିତ୍ର ବିଭିନ୍ନ ରେକର୍ଡକୁ ଭଙ୍ଗ କରି ନୂତନ ରେକର୍ଡ ସୃଷ୍ଟି କରିଚାଲିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ରବିବାର ରାତି ୧୧ଟା ସୁଦ୍ଧା ବିଶ୍ୱବ୍ୟପୀ ‘ପୁଷ୍ପା ୨’ ଚଳଚ୍ଚିତ୍ର ୭୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଫିଲ୍ମ ୭୫୦ କୋଟି କ୍ଲବ୍ରେ ସାମିଲ ହୋଇଥିବାନେଇ ସିନେ ସମୀକ୍ଷକମାନେ ପ୍ରକାଶ କରିଛନ୍ତି। ଗୁରୁବାର […] The post ୪ ଦିନରେ ୭୫୦ କୋଟି appeared first on Dharitri Odia News.
ହାଇଦ୍ରାବାଦ: ରିଲିଜ୍ ହେବା ପରଠାରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍’ ଚଳଚ୍ଚିତ୍ର ବିଭିନ୍ନ ରେକର୍ଡକୁ ଭଙ୍ଗ କରି ନୂତନ ରେକର୍ଡ ସୃଷ୍ଟି କରିଚାଲିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ରବିବାର ରାତି ୧୧ଟା ସୁଦ୍ଧା ବିଶ୍ୱବ୍ୟପୀ ‘ପୁଷ୍ପା ୨’ ଚଳଚ୍ଚିତ୍ର ୭୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଫିଲ୍ମ ୭୫୦ କୋଟି କ୍ଲବ୍ରେ ସାମିଲ ହୋଇଥିବାନେଇ ସିନେ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।
ଗୁରୁବାର ରିଲିଜ୍ ହେବା ଦିନ ‘ପୁଷ୍ପା ଦି ରୁଲ୍’ ଫିଲ୍ମ କେବଳ ଭାରତୀୟ ସିନେମା ହଲ୍ଗୁଡ଼ିକରୁ ୧୭୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଏହି ଫିଲ୍ମ ରବିବାର ସୁଦ୍ଧା ଭାରତରୁ ୫୯୦ କୋଟିରୁ ଅଧିକ ରୋଜଗାର କରିଛି। ପ୍ରାୟ ୫୦୦ କୋଟି ଟଙ୍କାର ବଜେଟରେ ‘ପୁଷ୍ପା ୨’ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ରିଲିଜ୍ ହେବାର ମାତ୍ର ୩ ଦିନ ମଧ୍ୟରେ ହିଁ ଏହି ଫିଲ୍ମର ରୋଜଗାର ନିଜ ବଜେଟକୁ ଅତିକ୍ରମ କରିଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଥମ ଭାଗ ‘ପୁଷ୍ପା ଦି ରାଇଜ୍’ ୨୦୨୧ ଡିସେମ୍ବରରେ ରିଲିଜ୍ ହୋଇଥିଲା। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।
The post ୪ ଦିନରେ ୭୫୦ କୋଟି appeared first on Dharitri Odia News.