ବ୍ଲକ ଶିକ୍ଷାଧିକାରୀଭାବେ ଦାୟିତ୍ୱ ଗ୍ରହଣ କଲେ ସୁଜିତ କୁମାର ପାଢୀ
ଛତ୍ରପୁର, ୧୩।୨(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ସୁଜିତ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସୂଚାରୂ ରୂପେ ତୁଲାଇ ଆସୁଥିଲେ। ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପାଢ଼ୀ ଦାୟିତ୍ୱ ଗ୍ରହଣ କଲା ପରେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକର ଶିକ୍ଷା ବ୍ୟବସ୍ଥା ଯେପରି ସୁରୁଖୁରରେ […] The post ବ୍ଲକ ଶିକ୍ଷାଧିକାରୀଭାବେ ଦାୟିତ୍ୱ ଗ୍ରହଣ କଲେ ସୁଜିତ କୁମାର ପାଢୀ appeared first on Dharitri Odia News.
ଛତ୍ରପୁର, ୧୩।୨(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ସୁଜିତ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସୂଚାରୂ ରୂପେ ତୁଲାଇ ଆସୁଥିଲେ। ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପାଢ଼ୀ ଦାୟିତ୍ୱ ଗ୍ରହଣ କଲା ପରେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକର ଶିକ୍ଷା ବ୍ୟବସ୍ଥା ଯେପରି ସୁରୁଖୁରରେ ଚାଲିପାରିବ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି। ଉତ୍ତମ ଶିକ୍ଷାଦାନ ପାଇଁ ଉତ୍ତମ ଭିତ୍ତିଭୂମିର ଆବଶ୍ୟକତା ରହିଛି ଏଣୁ ସମସ୍ତ ଭିତ୍ତିଭୂମି ଯୋପରି ଠିକ ରହିବ ସେ ଦିଗରେ ସେ ଗୁରୁତ୍ୱ ଦେବା ସହିତ ଯେପରି ଶିକ୍ଷାଦାନରେ କିଛି ବାଧା ସୃଷ୍ଟି ନ ହୁଏ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ମଧ୍ୟ ସେ କହିଛନ୍ତି ।
The post ବ୍ଲକ ଶିକ୍ଷାଧିକାରୀଭାବେ ଦାୟିତ୍ୱ ଗ୍ରହଣ କଲେ ସୁଜିତ କୁମାର ପାଢୀ appeared first on Dharitri Odia News.