ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର ଚର୍ଚ୍ଚାରେ ରହିଥାନ୍ତି। ତେବେ ନିଜ ବିବାହକୁ ନେଇ ବୁଧବାର ଏକ ସାକ୍ଷାତ୍‌କାରରେ କାଜୋଲ ନୂତନ ଖୁଲାସା କରିଛନ୍ତି। ବିବାହ ପାଇଁ ସେ ଅଜୟଙ୍କ ସମ୍ମୁଖରେ ଏକ ଅଜବ ସର୍ତ୍ତ ରଖିଥିବା କହିଛନ୍ତି। ରିଲିଜ୍‌ ହୋଇଥିବା ‘ପ୍ୟାର୍‌ ତୋ ହୋନା ହି ଥା’ ଫିଲ୍ମରେ ଉଭୟେ ଅଜୟ ଓ କାଜୋଲ ମୁଖ୍ୟ […] The post ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ appeared first on Dharitri Odia News.

ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର ଚର୍ଚ୍ଚାରେ ରହିଥାନ୍ତି। ତେବେ ନିଜ ବିବାହକୁ ନେଇ ବୁଧବାର ଏକ ସାକ୍ଷାତ୍‌କାରରେ କାଜୋଲ ନୂତନ ଖୁଲାସା କରିଛନ୍ତି। ବିବାହ ପାଇଁ ସେ ଅଜୟଙ୍କ ସମ୍ମୁଖରେ ଏକ ଅଜବ ସର୍ତ୍ତ ରଖିଥିବା କହିଛନ୍ତି।

ରିଲିଜ୍‌ ହୋଇଥିବା ‘ପ୍ୟାର୍‌ ତୋ ହୋନା ହି ଥା’ ଫିଲ୍ମରେ ଉଭୟେ ଅଜୟ ଓ କାଜୋଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ଶୁଟିଂ ଚାଲିଥିବାବେଳେ ଅଜୟ କାଜୋଲଙ୍କୁ ପ୍ରପୋଜ କରିଥିଲେ ଓ ତାଙ୍କ ସହ ବିବାହ କରିବାକୁ ଚାହୁଁଥିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଅଜୟଙ୍କ ପ୍ରପୋଜକୁ କାଜୋଲ ଏକ ସର୍ତ୍ତରେ ସ୍ବୀକାର କରିଥିଲେ। ଯଦି ‘ପ୍ୟାର୍‌ ତୋ ହୋନା ହି ଥା’ ଫିଲ୍ମ ହିଟ୍‌ ହୁଏ ତେବେ ଯାଇ ସେ ଏହି ବିବାହ ପାଇଁ ରାଜି ଥିବା କାଜୋଲ କହିଥିଲେ, ଅନ୍ୟଥା ବିବାହ ନେଇ ସେ କେବେ ମଧ୍ୟ ଆଲୋଚନା କରିବେ ନାହିଁ ବୋଲି ଅଜୟଙ୍କୁ ରୋକ୍‌ଠୋକ୍‌ ଶୁଣାଇଥିଲେ। ତେବେ ୧୫ ଜୁଲାଇ, ୧୯୯୮ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଫିଲ୍ମରେ କାଜୋଲ ଓ ଅଜୟଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ରିପୋର୍ଟ ଅନୁଯାୟୀ, ୭.୫୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ୩୧.୫୫ କୋଟି ଟଙ୍କା ସଂଗ୍ରହକରି ସୁପରହିଟ୍‌ ହୋଇଥିଲା। ଏହାସହ ବିବାହ ପାଇଁ ଅଜୟଙ୍କ ସମ୍ମୁଖରେ କାଜୋଲ ରଖିଥିବା ସର୍ତ୍ତ ପୂରଣ ହୋଇଥିଲା। ଉଭୟେ ୨୪ ଫେବୃଆରୀ ୧୯୯୯ରେ ବିବାହ କରିଥିଲେ।

The post ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ appeared first on Dharitri Odia News.