ହଠାତ୍ ଦୌଡି ଆସି ରୋହିତଙ୍କ ପାଦ ଛୁଇଁ ଦେଲେ ମହିଳା ପ୍ରଶଂସକ: ତା’ପରେ କଲେ ଏମିତି କାମ
ମୁମ୍ବାଇ,୭।୪: ଭାରତର କ୍ରିକେଟ ପ୍ରଶଂସକମାନେ ସେମାନଙ୍କର ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ ଯେକୌଣସି ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ ଥାନ୍ତି। ରବିବାର ଆଇପିଏଲ ୨୦୨୪ରେ ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ ମ୍ୟାଚ ପୂର୍ବରୁ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ୱାଙ୍ଖେଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ନିକଟକୁ ଜଣେ ମହିଳା ପ୍ରଶଂସକ ଆସିଥିଲେ ଏବଂ ତାଙ୍କ ପାଦ ଛୁଇଁବା ପରେ ତାଙ୍କ ଅଟୋଗ୍ରାଫ ମାଗିଥିଲେ। ସୋସିଆଲ ମିଡିଆରେ ଭାଇରାଲ ଏହାର ଏକ ଭିଡିଓ ଭାଇରାଲ […] The post ହଠାତ୍ ଦୌଡି ଆସି ରୋହିତଙ୍କ ପାଦ ଛୁଇଁ ଦେଲେ ମହିଳା ପ୍ରଶଂସକ: ତା’ପରେ କଲେ ଏମିତି କାମ appeared first on Dharitri Odia News.
ମୁମ୍ବାଇ,୭।୪: ଭାରତର କ୍ରିକେଟ ପ୍ରଶଂସକମାନେ ସେମାନଙ୍କର ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ ଯେକୌଣସି ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ ଥାନ୍ତି। ରବିବାର ଆଇପିଏଲ ୨୦୨୪ରେ ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ ମ୍ୟାଚ ପୂର୍ବରୁ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ୱାଙ୍ଖେଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ନିକଟକୁ ଜଣେ ମହିଳା ପ୍ରଶଂସକ ଆସିଥିଲେ ଏବଂ ତାଙ୍କ ପାଦ ଛୁଇଁବା ପରେ ତାଙ୍କ ଅଟୋଗ୍ରାଫ ମାଗିଥିଲେ। ସୋସିଆଲ ମିଡିଆରେ ଭାଇରାଲ ଏହାର ଏକ ଭିଡିଓ ଭାଇରାଲ ହେଉଛି।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର ହୋଇଥିବା ଭିଡିଓରେ ଅଟୋଗ୍ରାଫ ଦେବା ପରେ ରୋହିତ ତାଙ୍କ ସହ ଫଟୋ କ୍ଲିକ କରି ମହିଳା ଦିନକୁ ସ୍ମରଣୀୟ କରିଦେଇଥିଲେ। ଆଇପିଏଲ ୨୦୨୪ରେ ଏହା ପ୍ରଥମ ନୁହେଁ, ରୋହିତ ଶର୍ମା ତାଙ୍କ ପ୍ରଶଂସକଙ୍କ କାରଣରୁ ଏହି ଖବରକୁ ଆସିଛନ୍ତି। ମୁମ୍ବାଇ ବନାମ ଆରଆର ମ୍ୟାଚରେ ଜଣେ ପ୍ରଶଂସକ ରୋହିତଙ୍କୁ ଭେଟିବା ପାଇଁ ପଡ଼ିଆ ଭିତରକୁ ଦୌଡି ଆସିଥିଲେ।
A fan meets Rohit Sharma & touches his feet at the Wankhede stadium.
pic.twitter.com/LsWwFUCbRg
— Mufaddal Vohra (@mufaddal_vohra) April 6, 2024
The post ହଠାତ୍ ଦୌଡି ଆସି ରୋହିତଙ୍କ ପାଦ ଛୁଇଁ ଦେଲେ ମହିଳା ପ୍ରଶଂସକ: ତା’ପରେ କଲେ ଏମିତି କାମ appeared first on Dharitri Odia News.