ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍, ୪ ବଲ୍ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ
ନୂଆଦିଲ୍ଲୀ,୧୮।୪: ଆଇପିଏଲ୍ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)ରୁ ବାଦ୍ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍ କନଓ୍ବେ। ସର୍ବାଧିକ ରନ୍ ସ୍କୋର କରିଥିବା ଏହି କ୍ରିକେଟର ପୁରା ସିଜନରୁ ବାହାର ପଡ଼ିବା ଝଟ୍କା ବୋଲି କୁହାଯାଉଥିବା ବେଳେ ଦଳ ଏହାର ରିପ୍ଲେସମେଣ୍ଟ ବାଛିଛି। କନଓ୍ବେଙ୍କ ଭଳି କୌଣସି ବ୍ୟାଟ୍ସମ୍ୟାନ୍ଙ୍କୁ ଚୟନ କରିବା ପରିବର୍ତ୍ତେ ସିଏସ୍କେ ଏକ ବୋଲର୍ଙ୍କୁ ଚୟନ କରିଛି। ସେ ହେଲେ ୪ ବଲ୍ରେ ଭାରତର ୩ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, ବିରାଟ କୋହଲି ଏବଂ […] The post ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍, ୪ ବଲ୍ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୪: ଆଇପିଏଲ୍ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)ରୁ ବାଦ୍ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍ କନଓ୍ବେ। ସର୍ବାଧିକ ରନ୍ ସ୍କୋର କରିଥିବା ଏହି କ୍ରିକେଟର ପୁରା ସିଜନରୁ ବାହାର ପଡ଼ିବା ଝଟ୍କା ବୋଲି କୁହାଯାଉଥିବା ବେଳେ ଦଳ ଏହାର ରିପ୍ଲେସମେଣ୍ଟ ବାଛିଛି। କନଓ୍ବେଙ୍କ ଭଳି କୌଣସି ବ୍ୟାଟ୍ସମ୍ୟାନ୍ଙ୍କୁ ଚୟନ କରିବା ପରିବର୍ତ୍ତେ ସିଏସ୍କେ ଏକ ବୋଲର୍ଙ୍କୁ ଚୟନ କରିଛି। ସେ ହେଲେ ୪ ବଲ୍ରେ ଭାରତର ୩ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କ ଉଇକେଟ ନେଇଥିବା ଘାତକ ବୋଲର ରିଚାର୍ଡ ଗ୍ଲିସନ୍।
୩୬ ବର୍ଷୀୟ ରିଚାର୍ଡ ସିଏସ୍କେରେ କନଓ୍ବେଙ୍କ ସ୍ଥାନ ନେବେ। ସେ ୨୦୨୨ରେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେତେବେଳେ ସେ ଟି୨୦ ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ନିଜର ଦମ୍ ଦେଖାଇଥିଲେ। ତାଙ୍କ ପାଖରେ ବିବିଏଲ୍, ପିଏସ୍ଏଲ୍, ଏସ୍ଏ୨୦, ବିପିଏଲ୍ ଭଳି ପ୍ରତି ବଡ଼ ଟି୨୦ ଲିଗ୍ ଖେଳିବାର ଅନୁଭବ ରହିଛି। ଏବେ ତାଙ୍କ ସମ୍ମୁଖରେ ଆଇପିଏଲ୍ରେ ଖେଳିବାର ଦ୍ୱାର ଏବେ ଖୋଲି ଯାଇଛି।
ରିଚାର୍ଡ ଗ୍ଲିସନ୍ ଭାରତ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ରେ ୪ ଓଭର ବୋଲିଂ କରି ୧୫ ରନ୍ ଦେଇ ୩ ଉଇକେଟ ନେଇଥିଲେ। ଏହି ୩ ଉଇକେଟ ସେ ମାତ୍ର ୪ ବଲ୍ରେ ନେଇଥିଲେ। ସର୍ବପ୍ରଥମେ ସେ ରୋହିତଙ୍କୁ ଆଉଟ୍ କରିଥିଲେ। ପରେ ବିରାଟ ଏବଂ ପନ୍ତଙ୍କୁ ଲଗାତର ୨ ବଲ୍ରେ ଆଉଟ୍ କରିଥିଲେ।
The post ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍, ୪ ବଲ୍ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ appeared first on Dharitri Odia News.