ବାଇକ୍ ଉପରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୨ ଜୀବନ, ଜଣେ ଗୁରୁତର
ସୋନପୁର,୬।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଖାରୀ-ବଲାଡି ରାସ୍ତାରେ ରବିବାର ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବଲାଡି ପୋଲ ନିକଟରେ ବାଇକ୍କୁ ଏକ ହାଇଓ୍ବା ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ତରଭା ଥାନା ବଲାଡି ଗାଁର ଦୁର୍ଯ୍ୟେଧନ ସୁନା(୪୫) ଓ ଶିବନାରାୟଣ ସାହୁ(୩୫)। ଆହତ ଧୁରୁକୁଟୁ କଲତା(୫୭)ଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାଇଓ୍ବା […] The post ବାଇକ୍ ଉପରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୨ ଜୀବନ, ଜଣେ ଗୁରୁତର appeared first on Dharitri Odia News.
ସୋନପୁର,୬।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଖାରୀ-ବଲାଡି ରାସ୍ତାରେ ରବିବାର ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବଲାଡି ପୋଲ ନିକଟରେ ବାଇକ୍କୁ ଏକ ହାଇଓ୍ବା ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ତରଭା ଥାନା ବଲାଡି ଗାଁର ଦୁର୍ଯ୍ୟେଧନ ସୁନା(୪୫) ଓ ଶିବନାରାୟଣ ସାହୁ(୩୫)। ଆହତ ଧୁରୁକୁଟୁ କଲତା(୫୭)ଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ହାଇଓ୍ବା ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଡ୍ରାଇଭରଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ବଲାଡିଠାରେ ରାସ୍ତାରୋକୋ କରିଛନ୍ତି। ଖବରପାଇ ଅତିରିକ୍ତ ଆରକ୍ଷୀ ଅଧୀତ୍କ୍ଷକ କେ.କେ. ହରିପ୍ରସାଦ, ସୋନପୁର ଉପଜିଲାପାଳ ଡ. ସୌମ୍ୟରୂପା ରଥ, ସୋନପୁର ବିଡିଓ ସଞ୍ଜିବ ସାହୁ, ସୋନପୁର ଏସ୍ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ତରଭା ଆଇଆଇସି ଅନିତା କିଡୋ, ସୋନପୁର ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକୋ ଜାରି ରହିଛି।
ସୂଚନା ଅନୁଯାୟୀ ବଲାଡି ଗାଁର ଦୁର୍ଯ୍ୟୋଧନ ସୁନା ଓ ଧୁରୁକୁଟୁ କଲତା ବସ୍ରେ ଆସି ଖାରୀ ଛକରେ ଓହ୍ଲାଇଥିଲେ। ଶିବନାରାୟଣ ଉଭୟଙ୍କୁ ନିଜ ବାଇକ୍ (ନଂ. ଓଡି୩୧ଏଫ-୨୭୪୫)ରେ ବଲାଡି ନେଉଥିଲେ। ତେବେ ତିନି ଜଣ ଗାଁରେ ପହଞ୍ଚିବା ଠିକ୍ ପୂର୍ବରୁ ଦୁର୍ଘଟଣା ଘଟିଥିଲା। ଏକ ହାଇଓ୍ବା ସମ୍ମୁଖ ପଟୁ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ହାଇଓ୍ବାକୁ ନେଇ ଫେରାର ହୋଇଯାଇଥିଲେ।
The post ବାଇକ୍ ଉପରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୨ ଜୀବନ, ଜଣେ ଗୁରୁତର appeared first on Dharitri Odia News.