ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ମିଶିଲେ ୩ ୱାର୍ଡମେମ୍ବର

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ଦୋମୁହାଣୀ ପଞ୍ଚୟତର ବିଜେଡି ସମର୍ଥିତ ୩ ଜଣ ୱାର୍ଡମେମ୍ବର ମଙ୍ଗଳବାର ଦଳ ଛାଡି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେମାନେ ହେଲେ ତ୍ରିପତି ଜାନି, ମୁରଲୀ ନାୟକ ଓ ରମା ଜାନି। ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ପୂର୍ବତନ ଗାଲେରି ମଣ୍ଡଳ ସମ୍ପାଦକ ଧବଳେଶ୍ବର ମାଝୀ, ଏମ୍‌ପି ପ୍ରତିନିଧି […] The post ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ମିଶିଲେ ୩ ୱାର୍ଡମେମ୍ବର appeared first on Dharitri Odia News.

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ମିଶିଲେ  ୩ ୱାର୍ଡମେମ୍ବର

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ଦୋମୁହାଣୀ ପଞ୍ଚୟତର ବିଜେଡି ସମର୍ଥିତ ୩ ଜଣ ୱାର୍ଡମେମ୍ବର ମଙ୍ଗଳବାର ଦଳ ଛାଡି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେମାନେ ହେଲେ ତ୍ରିପତି ଜାନି, ମୁରଲୀ ନାୟକ ଓ ରମା ଜାନି। ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ପୂର୍ବତନ ଗାଲେରି ମଣ୍ଡଳ ସମ୍ପାଦକ ଧବଳେଶ୍ବର ମାଝୀ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡି, ରବୀନ୍ଦ୍ର ଗୌଡ,ଆଇନଜୀବୀ ରଜତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥି ଅବସରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳରେ ଭାଜପା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା। ସନ୍ତୋଷ ତିଆଡି, ଧବଳେଶର ମାଝୀ, ପ୍ରଦୀପ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କେତେକ କାର୍ଯ୍ୟକ୍ରମରେ ବିଧାୟକ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।

The post ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ମିଶିଲେ ୩ ୱାର୍ଡମେମ୍ବର appeared first on Dharitri Odia News.