ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି ଭଲ ଓ ଖରାପ ସଙ୍କେତ ଦେଇଥାଏ। ଏହା ମଧ୍ୟରୁ କିଛି ସ୍ବପ୍ନକୁ ଶୁଭ ଓ ଅଶୁଭ ବୋଲି କୁହାଯାଇଥାଏ। ଆଗାମୀ ସମୟରେ ଆମର ଲାଭ ବା କ୍ଷତି ହେବା ତା’ନେଇ ଏହି ସ୍ବପ୍ନ ଆମକୁ ସୂଚାଇ ଥାଏ। ତେବେ ସ୍ବପ୍ନରେ ସାପ ଦେଖିବା ଘଟଣାକୁ ଧର୍ମ ଜ୍ୟୋତିଷ ଏବଂ ସ୍ବପ୍ନ […] The post ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ… appeared first on Dharitri Odia News.

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି ଭଲ ଓ ଖରାପ ସଙ୍କେତ ଦେଇଥାଏ। ଏହା ମଧ୍ୟରୁ କିଛି ସ୍ବପ୍ନକୁ ଶୁଭ ଓ ଅଶୁଭ ବୋଲି କୁହାଯାଇଥାଏ। ଆଗାମୀ ସମୟରେ ଆମର ଲାଭ ବା କ୍ଷତି ହେବା ତା’ନେଇ ଏହି ସ୍ବପ୍ନ ଆମକୁ ସୂଚାଇ ଥାଏ।

ତେବେ ସ୍ବପ୍ନରେ ସାପ ଦେଖିବା ଘଟଣାକୁ ଧର୍ମ ଜ୍ୟୋତିଷ ଏବଂ ସ୍ବପ୍ନ ଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଇଛି। କାହିଁକି ନା ହିନ୍ଦୁ ଧର୍ମରେ ସାପକୁ ଭଗବାନଙ୍କର ମାନ୍ୟତା ଦିଆଯାଇଥାଏ। ଏହା ସହିତ ସାପକୁ ଧନର ରକ୍ଷକ ଭାବରେ ମଧ୍ୟ ମନାଯାଏ। ତେବେ ସ୍ବପ୍ନରେ ସାପ ଦେଖିବା ବହୁତ ଖାସ ସଙ୍କେତର ସୂଚନା ଦେଇଥାଏ।

ସ୍ବପ୍ନରେ ବାରମ୍ବାର ସାପ ଦେଖିବା କୁଣ୍ଡଳିରେ କାଳସର୍ପ ଦୋଷ ହେବାର ସଙ୍କେତ ଦେଇଥାଏ। ଏହାକୁ ଦୂରେଇବା ପାଇଁ ଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରାଯିବା ଉଚିତ ନଚେତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସ୍ବପ୍ନରେ କଳା ରଙ୍ଗର ସାପ ଦେଖିବା ଅଶୁଭ ବୋଲି ମନାଯାଏ। ଏହା ନିକଟ ଭବିଷ୍ୟତରେ ଧନ ହାନୀ ହେବା କିମ୍ବା କୌଣସି ରୋଗରେ ପଡ଼ିବାର ସଙ୍କେତ ଦେଇଥାଏ। ସ୍ବପ୍ନରେ ଧଳା ରଙ୍ଗର ସାପ ଦେଖିବାକୁ ଶୁଭ ବୋଲି ମନାଯାଏ। ଏହା ଶୀଘ୍ର ଧନ ଲାଭ ହେବାର ସୂଚନା ଦେଇଥାଏ। ବରଂ ଏଭଳି ସ୍ବପ୍ନ ଦେଖିବା ଅପାର ଧନ, ସମ୍ମାନ ମିଳିବାର ସଙ୍କେତ ଦେଇଥାଏ।

ସ୍ବପ୍ନରେ ସାପକୁ ମାରୁଥିବାର ଦୃଶ୍ୟ ଦଖିବାକୁ ଶୁଭ ବୋଲି କୁହାଯାଏ। ଏହାର ଅର୍ଥ ଆପଣ ଶତ୍ରୁ ଉପରେ ବିଜୟ ହାସଲ କରିବାକୁ ଯାଉଛନ୍ତି କିମ୍ବା ଆପଣ କୌଣସି ବଡ଼ ସମସ୍ୟାରୁ ମୁକ୍ତି ପାଇବାକୁ ଯାଉଛନ୍ତି। ଯଦି ସ୍ବପ୍ନରେ ଆପଣଙ୍କୁ ସାପ କାମୁଡୁଥିବାର ଦୃଶ୍ୟ ଦେଖୁଛନ୍ତି ତେବେ ଏହାକୁ ଭଲ ବୋଲି ଧରାଯାଏ ନାହିଁ। ଏହା ନିକଟ ଭବିଷ୍ୟତରେ ଆପଣଙ୍କୁ କୌଣସି ରୋଗ ହେବା ସହ ଆପଣଙ୍କ ଜୀବନରେ ଏକ ବଡ଼ ସମସ୍ୟା ଆସୁଥିବାର ସଙ୍କେତ ଦେଇଥାଏ।

ଯଦି ଆପଣ ସ୍ବପ୍ନରେ ବାରମ୍ବାର ମଲା ସାପର ସୱପ୍ନ ଦେଖୁଛନ୍ତି ତ ଏହା ଆପଣଙ୍କ କୁଣ୍ଡଳିରେ ରାହୁ ଦୋଷ ହେବାର ସଙ୍କେତ ଦେଇଥାଏ। ଯଦି ଆପଣ ଏକାଠି ମାଳ ମାଳ ସାପ ଦେଖୁଛନ୍ତି ତେବେ ଏହାକୁ ଅଶୁଭ ସ୍ବପ୍ନ ବୋଲି କୁହାଯାଏ ନାହିଁ। ସ୍ବପ୍ନ ଶାସ୍ତ୍ରରେ ଏଭଳି ସ୍ବପ୍ନକୁ ଅଶୁଭ ଭାବରେ ଧରାଯାଏ। ଏହି ସ୍ବପ୍ନ ଆପଣଙ୍କ ଜୀବନରେ କିଛି ବଡ଼ ଅସୁବିଧା ଆସିବାର ସୂଚନା ଦେଇଥାଏ।

The post ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ… appeared first on Dharitri Odia News.