ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି
ଭୁବନେଶ୍ୱର,୧୯ା୧୧(ଅନିଲ ଦାସ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ମୃତ ଘଟଣାରେ ସୋମବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିବା ପରେ ବିରୋଧୀ ବିଜେଡି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ସୋମବାର ଶଙ୍ଖଭବନଠାରେ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି, ଖାଦ୍ୟ ସୁରକ୍ଷା ଯୋଜନାର ବଣ୍ଟନ ବ୍ୟବସ୍ଥା ରାଜ୍ୟରେ ବିଫଳ ହୋଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହା ସରକାରଙ୍କ ବିଫଳତାକୁ ପଦାରେ ପକାଉଛି। […] The post ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୧୯ା୧୧(ଅନିଲ ଦାସ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ମୃତ ଘଟଣାରେ ସୋମବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିବା ପରେ ବିରୋଧୀ ବିଜେଡି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ସୋମବାର ଶଙ୍ଖଭବନଠାରେ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି, ଖାଦ୍ୟ ସୁରକ୍ଷା ଯୋଜନାର ବଣ୍ଟନ ବ୍ୟବସ୍ଥା ରାଜ୍ୟରେ ବିଫଳ ହୋଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହା ସରକାରଙ୍କ ବିଫଳତାକୁ ପଦାରେ ପକାଉଛି। ଖାଦ୍ୟ ଯୋଗାଣମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଆମ୍ବଟାକୁଆ ଆଦିବାସୀମାନଙ୍କ ପାରମ୍ପରିକ ଖାଦ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ ଏଥିପାଇଁ କ୍ଷମା ମାଗିବା ସହିତ ସହ ଇସ୍ତଫା ଦେବାକୁ ସେ ଦାବି କରିଛନ୍ତି।
ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲାବେଳେ ୬ ଜଣ ମହିଳା ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ ଏହି ଘଟଣା ରାଜ୍ୟ ପାଇଁ ଆଉ ଥରେ ଲଜ୍ଜାକୁ ଉଜ୍ଜୀବିତ କରିଛି। ନୂଆ ସରକାର ଆସିବା ପରେ ରାଜ୍ୟରେ ଖାଦ୍ୟ ଅଭାବ ଯୋଗୁ ଲୋକଭଳି ଏକ ଯନ୍ତ୍ରଣାଦାୟକ ସତ୍ୟ ସାମ୍ନାକୁ ଆସିଛି। ସରକାର ସଚେତନ ହେବା ପରିବର୍ତ୍ତେ ଏହି ଘଟଣାକୁ ଚପାଇ ଦେବାକୁ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି ବୋଲି ସଞ୍ଜୟ କହିଛନ୍ତି।
The post ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି appeared first on Dharitri Odia News.