ବଦ୍‌ଲା ନେଲା ଆମେରିକା

ବାଗଦାଦ/ଓ୍ବାଶିଂଟନ୍‌,୫।୧: ଆମେରିକାର ସୈନ୍ୟବାହିନୀ ଇରାକର ରାଜଧାନୀ ବାଗଦାଦରେ ଏୟାର ଷ୍ଟ୍ରାଇକ କରି ଇରାନ ସମର୍ଥିତ ଜଣେ ମିଲିସିଆ ନେତାଙ୍କୁ ହତ୍ୟା କରିଛି। ପ୍ରତିଶୋଧ ସମ୍ପର୍କରେ ସୂଚନା ଦେଇ ୱାଶିଂଟନ୍‌ରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଯେ, ଇରାକରେ ଆମେରିକାର ସାମରିକ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଏୟାର ଷ୍ଟ୍ରାଇକ୍‌ରେ ନିହତ ହୋଇଥିବା ମିଲିସିଆ ନେତା ଦାୟୀ। ପେଣ୍ଟାଗନ କହିଛି ଯେ, ଏୟାର ଷ୍ଟ୍ରାଇକ୍‌ରେରେ ଆମେରିକାର ସୈନ୍ୟ ମୁଶତାକ ଜାୱାଦ କାଜିମ ଅଲ ଜାୱାରୀଙ୍କୁ […] The post ବଦ୍‌ଲା ନେଲା ଆମେରିକା appeared first on Dharitri Odia News.

ବଦ୍‌ଲା ନେଲା ଆମେରିକା

ବାଗଦାଦ/ଓ୍ବାଶିଂଟନ୍‌,୫।୧: ଆମେରିକାର ସୈନ୍ୟବାହିନୀ ଇରାକର ରାଜଧାନୀ ବାଗଦାଦରେ ଏୟାର ଷ୍ଟ୍ରାଇକ କରି ଇରାନ ସମର୍ଥିତ ଜଣେ ମିଲିସିଆ ନେତାଙ୍କୁ ହତ୍ୟା କରିଛି। ପ୍ରତିଶୋଧ ସମ୍ପର୍କରେ ସୂଚନା ଦେଇ ୱାଶିଂଟନ୍‌ରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଯେ, ଇରାକରେ ଆମେରିକାର ସାମରିକ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଏୟାର ଷ୍ଟ୍ରାଇକ୍‌ରେ ନିହତ ହୋଇଥିବା ମିଲିସିଆ ନେତା ଦାୟୀ।
ପେଣ୍ଟାଗନ କହିଛି ଯେ, ଏୟାର ଷ୍ଟ୍ରାଇକ୍‌ରେରେ ଆମେରିକାର ସୈନ୍ୟ ମୁଶତାକ ଜାୱାଦ କାଜିମ ଅଲ ଜାୱାରୀଙ୍କୁ ଟାର୍ଗେଟ କରିଛନ୍ତି। ଜାୱାରୀ ହରାକାଟ ଅଲ ନୁଜାବା ସଂଗଠନର ନେତା ଥିଲେ, ଯାହା ଆମେରିକାର ସୈନିକଙ୍କ ବିରୋଧରେ ଯୋଜନା ତଥା ଆକ୍ରମଣରେ ଜଡିତ ଥିଲା। ପେଣ୍ଟାଗନ ମୁଖପାତ୍ର ମେଜର ଜେନେରାଲ ପାଟ୍ରିକ ରାଇଡର୍‌ ଏହି ଆକ୍ରମଣକୁ ଆତ୍ମରକ୍ଷା ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏହି ଆକ୍ରମଣରେ ହରକତ ଅଲ-ନୁଜାବାର ଅନ୍ୟ ଜଣେ ସଦସ୍ୟ ମଧ୍ୟ ନିହତ ହୋଇଥିବା କହିଛନ୍ତି। ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର କ୍ଷତି ହୋଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅକ୍ଟୋବରରୁ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇରାକ ଏବଂ ସିରିଆରେ ଆମେରିକାର ସୈନ୍ୟବାହିନୀ ପ୍ରାୟ ୧୦୦ ଥର ରକେଟ ଏବଂ ଡ୍ରୋନ ଦ୍ୱାରା ଆକ୍ରମଣ କରିଛନ୍ତି।

The post ବଦ୍‌ଲା ନେଲା ଆମେରିକା appeared first on Dharitri Odia News.