ଭଞ୍ଜନଗର ବାର ଆସୋସିଏସନ ନବନିର୍ବାଚିତ କର୍ମକର୍ତ୍ତା ନେଲେ ଶପଥ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ କୋର୍ଟ ଲାଇବ୍ରେରୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ସଭାପତି ଭାବେ ଲକ୍ଷ୍ମୀ ନାରାୟଣ ମହାପାତ୍ର, ସମ୍ପାଦକ ଭାବେ ଜ୍ୟୋତିରାଜ ପତି, ଉପ-ସଭାପତି ଭାବେ ସନ୍ତୋଷ କୁମାର ବେହେରା, ଯୁଗ୍ମ – ସମ୍ପାଦକ ଭାବେ ଗିରିଜା ଶଙ୍କର ଭୂୟାଁ ଓ କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ମିଶ୍ର ଶପଥ ନେଇଛନ୍ତି। ଏଥିସହ ଚଳିତ ବର୍ଷ ୧୦ […] The post ଭଞ୍ଜନଗର ବାର ଆସୋସିଏସନ ନବନିର୍ବାଚିତ କର୍ମକର୍ତ୍ତା ନେଲେ ଶପଥ appeared first on Dharitri Odia News.
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ କୋର୍ଟ ଲାଇବ୍ରେରୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ସଭାପତି ଭାବେ ଲକ୍ଷ୍ମୀ ନାରାୟଣ ମହାପାତ୍ର, ସମ୍ପାଦକ ଭାବେ ଜ୍ୟୋତିରାଜ ପତି, ଉପ-ସଭାପତି ଭାବେ ସନ୍ତୋଷ କୁମାର ବେହେରା, ଯୁଗ୍ମ – ସମ୍ପାଦକ ଭାବେ ଗିରିଜା ଶଙ୍କର ଭୂୟାଁ ଓ କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ମିଶ୍ର ଶପଥ ନେଇଛନ୍ତି। ଏଥିସହ ଚଳିତ ବର୍ଷ ୧୦ ଜଣଙ୍କୁ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ନିଆଯାଇଛି। ସେମାନେ ହେଲେ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ପଣ୍ଡା, ଅଭିମନ୍ୟୁ ଗୌଡ଼, ରବୀନ୍ଦ୍ର ନାଥ ଦାସ, ଦିବାକର ନାୟକ, ଅଶୋକ କୁମାର ଗୌଡ଼, ପ୍ରମୋଦ କୁମାର ବିଶୋଇ, ରଜତ କୁମାର ଦାସ, ରବୀନ୍ଦ୍ର କୁମାର ବେହେରା,ମନୋଜ କୁମାର ପଟ୍ଟନାୟକ, ଅଭାଗିନି ବିଶୋଇ। ନିର୍ବାଚନ ଅଧିକାରୀ ଲଡୁ କିଶୋର ଆଳତିଆ,
ସହ ନିର୍ବାଚନ ଅଧିକାରୀ ତ୍ରିନାଥ ମଳିକ, ସ୍ନିଗ୍ଧା ଦାସ, ଜ୍ୟୋତି ରଞ୍ଜନ ପ୍ରଧାନ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ।
The post ଭଞ୍ଜନଗର ବାର ଆସୋସିଏସନ ନବନିର୍ବାଚିତ କର୍ମକର୍ତ୍ତା ନେଲେ ଶପଥ appeared first on Dharitri Odia News.