ରାଜୀବଙ୍କ ତୁଳନାରେ ରାହୁଲ ବେଶୀ ବୁଦ୍ଧିଆ: ପିଟ୍ରୋଡା
ନୂଆଦିଲ୍ଲୀ,୪ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତୁଳନାରେ ବେଶୀ ବୁଦ୍ଧିମାନ। ଏପରି କି ରଣନୈତିକ ଦୃଷ୍ଟିରୁ ବି ସେ ତାଙ୍କ ବାପାଙ୍କଠାରୁ ଅଧିକ ସକ୍ଷମ ବୋଲି ବୁଧବାର ଗାନ୍ଧୀ ପରିବାରର ଘନିଷ୍ଠ ତଥା ଓଭରସିଜ୍ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା କହିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସାକ୍ଷାତ୍କାର ଦେଇ ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡା କହିଛନ୍ତି, ଭବିଷ୍ୟତ ପ୍ରଧାନମନ୍ତ୍ରୀ ରୂପେ ରାହୁଲଙ୍କ ନିକଟରେ ସବୁ ପ୍ରକାର ଗୁଣ ରହିଛି। ରାହୁଲ […] The post ରାଜୀବଙ୍କ ତୁଳନାରେ ରାହୁଲ ବେଶୀ ବୁଦ୍ଧିଆ: ପିଟ୍ରୋଡା appeared first on Dharitri Odia News.
ନୂଆଦିଲ୍ଲୀ,୪ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତୁଳନାରେ ବେଶୀ ବୁଦ୍ଧିମାନ। ଏପରି କି ରଣନୈତିକ ଦୃଷ୍ଟିରୁ ବି ସେ ତାଙ୍କ ବାପାଙ୍କଠାରୁ ଅଧିକ ସକ୍ଷମ ବୋଲି ବୁଧବାର ଗାନ୍ଧୀ ପରିବାରର ଘନିଷ୍ଠ ତଥା ଓଭରସିଜ୍ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା କହିଛନ୍ତି।
ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସାକ୍ଷାତ୍କାର ଦେଇ ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡା କହିଛନ୍ତି, ଭବିଷ୍ୟତ ପ୍ରଧାନମନ୍ତ୍ରୀ ରୂପେ ରାହୁଲଙ୍କ ନିକଟରେ ସବୁ ପ୍ରକାର ଗୁଣ ରହିଛି। ରାହୁଲ ବିଦେଶ ଗସ୍ତରେ ଥିବାବେଳେ ଦେଉଥିବା ମନ୍ତବ୍ୟକୁ ଭାଜପା ସମାଲୋଚନା କରିବା ଶାସକ ଦଳର ନିର୍ବୋଧତା। ରାହୁଲ ଆସନ୍ତା ୮ରେ ଆମେରିକା ଗସ୍ତ କରି ୧୦ ତାରିଖ ପର୍ଯ୍ୟନ୍ତ ରହିବେ।
ଏହି ଅବସରରେ ସେ କ୍ୟାପିଟୋଲ ହିଲ୍ରେ ବିଭିନ୍ନ ଲୋକଙ୍କୁ ସାକ୍ଷାତ କରିବେ। ସେହିପରି ଜର୍ଜଟାଉନ୍ ୟୁନିଭର୍ସିଟିରେ ମଧ୍ୟ ରାହୁଲଙ୍କ ଭାବବିନିମୟ କାର୍ଯ୍ୟକ୍ରମ ରହିଛି। ଲୋକ ସଭାର ବିରୋଧୀ ଦଳ ନେତା ହେବା ପରେ ଏହା ରାହୁଲଙ୍କ ପ୍ରଥମ ବିଦେଶ ଗସ୍ତ ବୋଲି ପିଟ୍ରୋଡା କହିଛନ୍ତି।
The post ରାଜୀବଙ୍କ ତୁଳନାରେ ରାହୁଲ ବେଶୀ ବୁଦ୍ଧିଆ: ପିଟ୍ରୋଡା appeared first on Dharitri Odia News.