ଭାରତ ସହ ଗେମ ଖେଳିଲା ଶ୍ରୀଲଙ୍କା! ସରକାରଙ୍କ ଏହି ନିଷ୍ପତ୍ତି ବଢାଇଲା ଟେନସନ

କଲମ୍ବୋ/ନୂଆଦିଲ୍ଲୀ,୭।୭: ଆସନ୍ତା ବର୍ଷ ଠାରୁ ବିଦେଶୀ ଅନୁସନ୍ଧାନକାରୀ ଜାହାଜ ଆସିବା ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ଶ୍ରୀଲଙ୍କା ନିଷ୍ପତ୍ତି ନେଇଛି। ଜାପାନ ଗଣମାଧ୍ୟମରେ ଆସିଥିବା ଖବରରୁ ଏହି ସୂଚନା ଗ୍ରହଣ କରାଯାଇଥିଲା। ଉଚ୍ଚ-ବୈଷୟିକ ଯୁକ୍ତ ଚାଇନାର ଗୁପ୍ତଚର ଜାହାଜଗୁଡ଼ିକ ଶ୍ରୀଲଙ୍କା ବନ୍ଦରରେ ଲଙ୍ଗର କରିବାକୁ ବାରମ୍ବାର ଅନୁରୋଧ କରିବା ପରେ ଉଠାଯାଇଥିବା ସୁରକ୍ଷା ଚିନ୍ତା ପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ଏହି ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ସମ୍ପର୍କରେ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ‘NHK […] The post ଭାରତ ସହ ଗେମ ଖେଳିଲା ଶ୍ରୀଲଙ୍କା! ସରକାରଙ୍କ ଏହି ନିଷ୍ପତ୍ତି ବଢାଇଲା ଟେନସନ appeared first on Dharitri Odia News.

ଭାରତ ସହ ଗେମ ଖେଳିଲା ଶ୍ରୀଲଙ୍କା! ସରକାରଙ୍କ ଏହି ନିଷ୍ପତ୍ତି ବଢାଇଲା ଟେନସନ

କଲମ୍ବୋ/ନୂଆଦିଲ୍ଲୀ,୭।୭: ଆସନ୍ତା ବର୍ଷ ଠାରୁ ବିଦେଶୀ ଅନୁସନ୍ଧାନକାରୀ ଜାହାଜ ଆସିବା ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ଶ୍ରୀଲଙ୍କା ନିଷ୍ପତ୍ତି ନେଇଛି। ଜାପାନ ଗଣମାଧ୍ୟମରେ ଆସିଥିବା ଖବରରୁ ଏହି ସୂଚନା ଗ୍ରହଣ କରାଯାଇଥିଲା। ଉଚ୍ଚ-ବୈଷୟିକ ଯୁକ୍ତ ଚାଇନାର ଗୁପ୍ତଚର ଜାହାଜଗୁଡ଼ିକ ଶ୍ରୀଲଙ୍କା ବନ୍ଦରରେ ଲଙ୍ଗର କରିବାକୁ ବାରମ୍ବାର ଅନୁରୋଧ କରିବା ପରେ ଉଠାଯାଇଥିବା ସୁରକ୍ଷା ଚିନ୍ତା ପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିଲା।
ଏହି ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ସମ୍ପର୍କରେ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ‘NHK World Japan’ କୁ ସୂଚନା ଦେଇଛନ୍ତି। ଭାରତ ମହାସାଗରରେ ଚାଇନାର ଅନୁସନ୍ଧାନକାରୀ ଜାହାଜଗୁଡ଼ିକର ବଢୁଥିବା ଗତିକୁ ନେଇ ଉଦବେଗ ପ୍ରକାଶ କରି ନୂଆଦିଲ୍ଲୀ ଗୁପ୍ତଚର ଜାହାଜ ବୋଲି ସନ୍ଦେହ ପ୍ରକଟ କରିଛି ଏବଂ କଲମ୍ବୋକୁ ଏହି ଜାହାଜକୁ ଏହାର ବନ୍ଦରକୁ ଆସିବାକୁ ନଦେବାକୁ ଅନୁରୋଧ କରିଛି।

The post ଭାରତ ସହ ଗେମ ଖେଳିଲା ଶ୍ରୀଲଙ୍କା! ସରକାରଙ୍କ ଏହି ନିଷ୍ପତ୍ତି ବଢାଇଲା ଟେନସନ appeared first on Dharitri Odia News.