ଯୌନ ନିର୍ଯାତନା ବିରୋଧରେ ସଚେତନତା ଜରୁରୀ
ଥୁଆମୂଳ ରାମପୁର,୧ା୮ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦରସ୍ଥିତ ମା’ ମାଣିକେଶ୍ୱରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ଗୁରୁବାର ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଜେଏମ୍ଏଫ୍ସି କୋର୍ଟର ବିଚାରପତି ଡ. ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଯୌନ ନିର୍ଯାତନା ସୁରକ୍ଷା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ବିଚାରପତି ସାହୁ ଯୋଗଦେଇଥିବା ବେଳେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ତଛିନା ମୁଖ୍ୟବକ୍ତା ଓ ସରକାରୀ […] The post ଯୌନ ନିର୍ଯାତନା ବିରୋଧରେ ସଚେତନତା ଜରୁରୀ appeared first on Dharitri Odia News.
ଥୁଆମୂଳ ରାମପୁର,୧ା୮ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦରସ୍ଥିତ ମା’ ମାଣିକେଶ୍ୱରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ଗୁରୁବାର ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଜେଏମ୍ଏଫ୍ସି କୋର୍ଟର ବିଚାରପତି ଡ. ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଯୌନ ନିର୍ଯାତନା ସୁରକ୍ଷା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ବିଚାରପତି ସାହୁ ଯୋଗଦେଇଥିବା ବେଳେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ତଛିନା ମୁଖ୍ୟବକ୍ତା ଓ ସରକାରୀ ଓକିଲ ଦେବଦତ୍ତ ଜୋଷୀ, ଆଇନଜୀବୀ ପ୍ରିୟଙ୍କା ମାଝୀ ଓ ଦିଲୀପ କୁମାର ନାଏକ, ଥାନା ଏଏସ୍ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ସରୋଜ କୁମାର ପଟ୍ଟଯୋଷୀ ପରିଚାଳନା କରିଥିଲେ। ମୁଖ୍ୟବକ୍ତା ମୁଣ୍ତଛିନା ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ସୁରକ୍ଷା ଆଇନ ଉପରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ବିଚାରପତି ସାହୁ ଏହି ଆଇନ ଉପରେ ଆଲୋଚନା କରିବା ସହ ଏଥିପାଇଁ ରହିଥିବା ଦଣ୍ଡବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଏଣୁ ଛାତ୍ରୀଛାତ୍ର ଭୟ ନ କରି ଯଦି ସେମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହୁଏ ତେବେ ଆଇନର ଆଶ୍ରୟ ନେବାକୁ ବୁଝାଇ ଥିଲେ। ଜେଏମ୍ଏଫ୍ସି କୋର୍ଟର କାର୍ମଚାରୀ ଓ ସ୍ଥାନୀୟ କଲେଜର କର୍ମଚାରୀ ସହଯୋଗ କରିଥିଲେ।
The post ଯୌନ ନିର୍ଯାତନା ବିରୋଧରେ ସଚେତନତା ଜରୁରୀ appeared first on Dharitri Odia News.