ପ୍ରେମିକାକୁ ଖଣ୍ଡ ଖଣ୍ଡ କଲା ଜହ୍ଲାଦ ପ୍ରେମିକ, ବିଭିନ୍ନ ସ୍ଥାନରୁ ମିଳିଛି ନାବାଳିକାଙ୍କ ଶରୀରର ଅଂଶ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କିଡନାପ୍, ରାଉରକେଲାରେ ମର୍ଡର । ଜେଲରୁ ଫେରି ପ୍ରେମିକାକୁ ହତ୍ୟା କଲା ଜହ୍ଲାଦ ପ୍ରେମିକ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲା ଅଭିଯୁକ୍ତ । ନାବାଳିକାଙ୍କ ଶରୀରର କିଛି ଅଂଶ ବିଭିନ୍ନ ସ୍ଥାନରେ ପଡିଥିଲା । ରାଉରକେଲା ବ୍ରାହ୍ମଣୀ ନଦୀ ବାଲୁଘାଟ ନିକଟରୁ ନାବାଳିକାର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି । ଏହାସହ ହନୁମାନବାଟିକା-ତରକେରା ରାସ୍ତାର ଗାଡିଆଟୋଲା ନିକଟରୁ ମିଳିଛି ଦୁଇଟି କଟା ହାତ । […] The post ପ୍ରେମିକାକୁ ଖଣ୍ଡ ଖଣ୍ଡ କଲା ଜହ୍ଲାଦ ପ୍ରେମିକ, ବିଭିନ୍ନ ସ୍ଥାନରୁ ମିଳିଛି ନାବାଳିକାଙ୍କ ଶରୀରର ଅଂଶ appeared first on KNews Odisha.

ପ୍ରେମିକାକୁ ଖଣ୍ଡ ଖଣ୍ଡ କଲା ଜହ୍ଲାଦ ପ୍ରେମିକ, ବିଭିନ୍ନ ସ୍ଥାନରୁ ମିଳିଛି ନାବାଳିକାଙ୍କ ଶରୀରର ଅଂଶ
murder 3

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କିଡନାପ୍, ରାଉରକେଲାରେ ମର୍ଡର । ଜେଲରୁ ଫେରି ପ୍ରେମିକାକୁ ହତ୍ୟା କଲା ଜହ୍ଲାଦ ପ୍ରେମିକ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲା ଅଭିଯୁକ୍ତ । ନାବାଳିକାଙ୍କ ଶରୀରର କିଛି ଅଂଶ ବିଭିନ୍ନ ସ୍ଥାନରେ ପଡିଥିଲା । ରାଉରକେଲା ବ୍ରାହ୍ମଣୀ ନଦୀ ବାଲୁଘାଟ ନିକଟରୁ ନାବାଳିକାର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି । ଏହାସହ ହନୁମାନବାଟିକା-ତରକେରା ରାସ୍ତାର ଗାଡିଆଟୋଲା ନିକଟରୁ ମିଳିଛି ଦୁଇଟି କଟା ହାତ । ଗିରଫ ଅଭିଯୁକ୍ତ ଧରୁଆଡିହିର କୁନା କିଷାନ। ନାବାଳିକାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ।

ନାବାଳିକାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ପୂର୍ବରୁ ଅଭିଯୁକ୍ତ ଓ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିଲା ଅଭିଯୁକ୍ତ । ଜେଲରୁ ବାହାରିବା ପରେ ନାବାଳିକାଙ୍କୁ ଅପହରଣ କରିନେଇଥିଲା । ଗତ ୭ ତାରିଖରେ ଜଣେ ୧୭ ବର୍ଷିୟ ନାବାଳିକା ନିଖୋଜ ନେଇ ଝାରସୁଗୁଡା ଥାନାରେ ଅଭିଯୋଗ ହୋଇଥିଲା ।

The post ପ୍ରେମିକାକୁ ଖଣ୍ଡ ଖଣ୍ଡ କଲା ଜହ୍ଲାଦ ପ୍ରେମିକ, ବିଭିନ୍ନ ସ୍ଥାନରୁ ମିଳିଛି ନାବାଳିକାଙ୍କ ଶରୀରର ଅଂଶ appeared first on KNews Odisha.