ବାର୍ଡ ଫ୍ଲୁ ଯୋଗୁଁ ପିପିଲିରେ ଆରମ୍ଭ ହେଲା କୁକୁଡ଼ା ମରା ; ୨୦ହଜାରରୁ ଅଧିକ କୁକୁଡ଼ା ମାରିବା ନେଇ ନିଷ୍ପତ୍ତି

କନକ ବ୍ୟୁରୋ: ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ଭୟ ଭିତରେ ଆରମ୍ଭ ହେଲା କୁକୁଡା ମରା କାମ। ୨୦ ହଜାରରୁ ଅଧିକ କୁକୁଡା ମାରିବା ପାଇଁ ନିଷ୍ପତ୍ତି  ନିଆଯାଇଛି। କୁକୁଡା ବ୍ୟବସାୟୀଙ୍କୁ କ୍ଷତିପୂରଣ ଦେବା ନେଇ ପ୍ରଶାସନ ସହ ଆଲୋଚନା ଚାଲିଛି।  ଏଥିରେ ପ୍ରାଣୀ ଚିକିତ୍ସା ଅଧିକାରୀ, ସିଡିଭିଓ, ଚାଷୀ ସଂଘର ସମ୍ପାଦକ ଉପସ୍ଥିତ ଅଛନ୍ତି। ପିପିଲିରେ ପାଖାପାଖି ୬୦ ହଜାରରୁ ଅଧିକ କୁକୁଡା ମଲେଣି। କୁକୁଡା ମରାଗଲେ କ୍ଷତିପୂରଣ ପ୍ରଦାନ କରିବାକୁ ସର୍ତ୍ତ ରଖିଛନ୍ତି କୁକୁଡା ଚାଷୀ। ଗତକାଲି ୧୩ ଜଣିଆ ପ୍ରାଣୀ ଚିକିତ୍ସକ ଟିମ୍ ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ କୁକୁଡା ମାରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଚାଷୀମାନେ ଏହାକୁ ବିରୋଧ କରିଥିଲେ। ଚାଷୀମାନେ ରାଜି ନହେବାରୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଫେରିଯାଇଥିଲେ।  

ବାର୍ଡ ଫ୍ଲୁ ଯୋଗୁଁ  ପିପିଲିରେ ଆରମ୍ଭ ହେଲା କୁକୁଡ଼ା ମରା ;  ୨୦ହଜାରରୁ ଅଧିକ କୁକୁଡ଼ା ମାରିବା ନେଇ ନିଷ୍ପତ୍ତି

କନକ ବ୍ୟୁରୋ: ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ଭୟ ଭିତରେ ଆରମ୍ଭ ହେଲା କୁକୁଡା ମରା କାମ। ୨୦ ହଜାରରୁ ଅଧିକ କୁକୁଡା ମାରିବା ପାଇଁ ନିଷ୍ପତ୍ତି  ନିଆଯାଇଛି। କୁକୁଡା ବ୍ୟବସାୟୀଙ୍କୁ କ୍ଷତିପୂରଣ ଦେବା ନେଇ ପ୍ରଶାସନ ସହ ଆଲୋଚନା ଚାଲିଛି। 

ଏଥିରେ ପ୍ରାଣୀ ଚିକିତ୍ସା ଅଧିକାରୀ, ସିଡିଭିଓ, ଚାଷୀ ସଂଘର ସମ୍ପାଦକ ଉପସ୍ଥିତ ଅଛନ୍ତି। ପିପିଲିରେ ପାଖାପାଖି ୬୦ ହଜାରରୁ ଅଧିକ କୁକୁଡା ମଲେଣି। କୁକୁଡା ମରାଗଲେ କ୍ଷତିପୂରଣ ପ୍ରଦାନ କରିବାକୁ ସର୍ତ୍ତ ରଖିଛନ୍ତି କୁକୁଡା ଚାଷୀ। ଗତକାଲି ୧୩ ଜଣିଆ ପ୍ରାଣୀ ଚିକିତ୍ସକ ଟିମ୍ ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ କୁକୁଡା ମାରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଚାଷୀମାନେ ଏହାକୁ ବିରୋଧ କରିଥିଲେ। ଚାଷୀମାନେ ରାଜି ନହେବାରୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଫେରିଯାଇଥିଲେ।