ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…
ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନାର ବାରମାସି ଦଣ୍ଡାସ୍ଥିତ ଅଞ୍ଚଳର ଘର ଭିତରୁ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଜବତ ହୋଇଛି। ନୟାଗଡ଼ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କଲେ ହତ୍ୟାକାଣ୍ଡ ପରି ଲାଗୁଛି। ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନାଁ ,ତାଙ୍କୁ କେହି ହତ୍ୟା କରିବା ପରେ ନିଆଁ ଲଗାଇ ପୋଡ଼ି […] The post ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି… appeared first on Dharitri Odia News.
ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନାର ବାରମାସି ଦଣ୍ଡାସ୍ଥିତ ଅଞ୍ଚଳର ଘର ଭିତରୁ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଜବତ ହୋଇଛି। ନୟାଗଡ଼ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କଲେ ହତ୍ୟାକାଣ୍ଡ ପରି ଲାଗୁଛି। ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନାଁ ,ତାଙ୍କୁ କେହି ହତ୍ୟା କରିବା ପରେ ନିଆଁ ଲଗାଇ ପୋଡ଼ି ମାରିଦେବା ପାଇଁ ଏପରି କରିଛି ତାହା ସନ୍ଦେହ ଘେରରେ। ବିଳମ୍ବିତ ରାତିରେ ଶିଶିର, ସ୍ତ୍ରୀ ନମିତା ଓ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା। ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିଥିଲେ ଘରେ ନିଆଁ ଲାଗିଯାଇଛି। ଆଉ ସେହି ନିଆଁରେ ଶିଶିର ମଧ୍ୟ ପୋଡ଼ି ଯାଇଛନ୍ତି। ଘର ଭିତରେ ତାଙ୍କ ମୃତଦେହ ରହିଛି। ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇନାହିଁ। ନିଆଁ ଲାଗି ଘରେ ଥିବା ସ୍କୁଟିଟି ପୋଡ଼ି ଯାଇଥିବା ବେଳେ ଅନେକ ଆସବାବପାତ୍ର ପୋଡ଼ିଯାଇଛି।
ଖବର ପାଇ ନୟାଗଡ଼ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଥିଲା। ନିଆଁରେ ପୋଡ଼ି ହୋଇ ଶିଶିର ଘର ଭିତର ଖଟରେ ଶୋଇବା ଅବସ୍ଥାରେ ମୃତ୍ୟୁ ହୋଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଦୁଇ ମାସ ତଳେ ସେ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ସ୍ତ୍ରୀ ନମିତାଙ୍କ ହାତ ଓ ଗୋଡ଼ ପୋଡ଼ି ହୋଇଯାଇଛି। ଟାଉନ ପୋଲିସ ତଦନ୍ତ କରିବା ସହ ପୁଅକୁ ନେଇ ଅଧିକ ପଚାରଉଚରା କରୁଛି।
The post ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି… appeared first on Dharitri Odia News.