ବାଲେଶ୍ୱରର ନାବାଳିକା କଟକ ଷ୍ଟେଶନରୁ ଉଦ୍ଧାର: ପାଠପଢ଼ା ଚାପ ଯୋଗୁ
କଟକ,୧୫ା୧(କାର୍ତ୍ତିକ ସାହୁ): କଟକ ଆର୍ପିଏଫ୍ର ମେରି ସହେଲି ଟିମ୍ ଦ୍ୱାରା ଉଦ୍ଧାର ନାବାଳିକାଙ୍କୁ ତାଙ୍କ ପରିବାରକୁ ସୋମବାର ହସ୍ତାନ୍ତର କରାଯାଇଛି। ନାବାଳିକାଙ୍କ ବୟସ ୧୫ ହୋଇଥିବାବେଳେ ସେ ବାଲେଶ୍ୱର ଅଙ୍ଗାରଗଡ଼ିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାନୁସାରେ, ରବିବାର ରାତିରେ ସାନ୍ତ୍ରାଗାଛି-ତିରୁପତି ଏକ୍ସପ୍ରେସ୍ ଟ୍ରେନ୍ର କୋଚ୍ ନଂ- ଏସ୍ ୫ରେ ନାବାଳିକା ଜଣକ ଏକୁଟିଆ ବସିଥିବାର ମେରି ସହେଲି ଟିମ୍ ଜାଣିବାକୁ ପାଇଥିଲେ। ମେରି ସହେଲି ଟିମ୍ ତାଙ୍କର ପରିଚୟ ଓ ଯାତ୍ରା ବିଷୟରେ ପଚାରିବାରୁ ସେ କୌଣସି […] The post ବାଲେଶ୍ୱରର ନାବାଳିକା କଟକ ଷ୍ଟେଶନରୁ ଉଦ୍ଧାର: ପାଠପଢ଼ା ଚାପ ଯୋଗୁ appeared first on Dharitri Odia News.
କଟକ,୧୫ା୧(କାର୍ତ୍ତିକ ସାହୁ): କଟକ ଆର୍ପିଏଫ୍ର ମେରି ସହେଲି ଟିମ୍ ଦ୍ୱାରା ଉଦ୍ଧାର ନାବାଳିକାଙ୍କୁ ତାଙ୍କ ପରିବାରକୁ ସୋମବାର ହସ୍ତାନ୍ତର କରାଯାଇଛି। ନାବାଳିକାଙ୍କ ବୟସ ୧୫ ହୋଇଥିବାବେଳେ ସେ ବାଲେଶ୍ୱର ଅଙ୍ଗାରଗଡ଼ିଆ ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ରବିବାର ରାତିରେ ସାନ୍ତ୍ରାଗାଛି-ତିରୁପତି ଏକ୍ସପ୍ରେସ୍ ଟ୍ରେନ୍ର କୋଚ୍ ନଂ- ଏସ୍ ୫ରେ ନାବାଳିକା ଜଣକ ଏକୁଟିଆ ବସିଥିବାର ମେରି ସହେଲି ଟିମ୍ ଜାଣିବାକୁ ପାଇଥିଲେ। ମେରି ସହେଲି ଟିମ୍ ତାଙ୍କର ପରିଚୟ ଓ ଯାତ୍ରା ବିଷୟରେ ପଚାରିବାରୁ ସେ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ। ପ୍ରାଥମିକ ଅବସ୍ଥାରେ ମେରି ସହେଲି ଟିମ୍ ଜାଣିପାରିଥିଲେ ଯେ, ନାବାଳିକା ଜଣକ ଏକ ଭଲ ପରିବାରର ବୋଲି। ତେଣୁ ସେମାନେ ତାଙ୍କୁ ଅଧିକ ପଚରାଉଚରା ପାଇଁ କଟକ ରେଳଷ୍ଟେଶନରେ ଓହ୍ଲାଇ ମହିଳା ଓ ଶିଶୁ ସହାୟତା ଡେସ୍କକୁ ଆଣିଥିଲେ। ସେଠାରେ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଭାବେ ତାଙ୍କୁ ପଚାରିବାରୁ ସେ ନିଜର ପରିଚୟ ଦେଇଥିଲେ। ନାବାଳିକ ଜଣକ ଏକାଦଶ ଶ୍ରେଣୀରେ ପଢ଼ନ୍ତି। ତେବେ ପାଠପଢ଼ା ଚାପ ହେତୁ ସେ ଘରୁ ରାଗି ପଳାଇ ଆସିଥିଲେ। ମେରି ସହେଲି ଟିମ୍ ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ସହ ଯୋଗାଯୋଗ କରି ଜଣାଇଥିଲେ। ଏଥିସହ ଚାଇଲ୍ଡ ଲାଇନ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ କଟକରେ ପହଞ୍ଚତ୍ବା ପରେ ଚାଇଲ୍ଡ ଲାଇନ୍ ନାବାଳିକାଙ୍କୁ ହସ୍ତାନ୍ତର କରିଥିଲେ।
The post ବାଲେଶ୍ୱରର ନାବାଳିକା କଟକ ଷ୍ଟେଶନରୁ ଉଦ୍ଧାର: ପାଠପଢ଼ା ଚାପ ଯୋଗୁ appeared first on Dharitri Odia News.