ଓଡ଼ିଆ ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମା’ ତାରିଣୀ ମନ୍ଦିର ପାଇଁ ୨୫୦ କୋଟିର DPR

ଭୁବନେଶ୍ୱର,୧୪ା୪: ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁଝରର ଘଟଗାଁସ୍ଥିତ ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଦର୍ଶନ ଲାଭ କରିବା ସହ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର୍‌ ଘୋଷଣା କରିଛନ୍ତି। ମନ୍ଦିରର ଉନ୍ନତି ନିମନ୍ତେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମା’ଙ୍କ ପୀଠରେ ପାଳିତ ହେଉଛି ୮୯ ତମ ଚଇତି ପର୍ବ । ମା’ଙ୍କର ଏହି ପର୍ବକୁଆଡମ୍ବର […] The post ଓଡ଼ିଆ ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମା’ ତାରିଣୀ ମନ୍ଦିର ପାଇଁ ୨୫୦ କୋଟିର DPR appeared first on Dharitri Odia News.

ଓଡ଼ିଆ ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମା’ ତାରିଣୀ ମନ୍ଦିର ପାଇଁ ୨୫୦ କୋଟିର DPR

ଭୁବନେଶ୍ୱର,୧୪ା୪: ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁଝରର ଘଟଗାଁସ୍ଥିତ ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଦର୍ଶନ ଲାଭ କରିବା ସହ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର୍‌ ଘୋଷଣା କରିଛନ୍ତି। ମନ୍ଦିରର ଉନ୍ନତି ନିମନ୍ତେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମା’ଙ୍କ ପୀଠରେ ପାଳିତ ହେଉଛି ୮୯ ତମ ଚଇତି ପର୍ବ । ମା’ଙ୍କର ଏହି ପର୍ବକୁଆଡମ୍ବର ସହ ୭ ଦିନ ଧରି ପାଳନ କରାଯାଇଥାଏ । ମହାବିଷୁବ ପଣାସଂକ୍ରାନ୍ତି ଦିନଟି ଚଇତି ପର୍ବର ମୂଖ୍ୟ ଦିନ ଭାବେ ପାଳନ କରାଯାଇଥାଏ। ଏହି ଦିନରେ ମା’ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥାନ୍ତି । ବିଶ୍ୱାସ ରହିଛି ପଣାସଂକ୍ରାନ୍ତିରେ ମା’ଙ୍କ ଦର୍ଶନ ଲାଭ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଘଟଗାଁ ପୀଠରେ ମା’ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଭଜନ, ନୃତ୍ୟ,ଗୀତ ଆୟୋଜନ କରାଯାvଛି । ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନପ୍ରସାଦ ଓ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି ।

The post ଓଡ଼ିଆ ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମା’ ତାରିଣୀ ମନ୍ଦିର ପାଇଁ ୨୫୦ କୋଟିର DPR appeared first on Dharitri Odia News.