ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି। ବର୍ତ୍ତମାନ ୨୪ କ୍ୟାରେଟ ସୁନା ୧ ଲକ୍ଷ ୧ହଜାର ୩୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ଦର ୯୨ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ଅନିଶ୍ଚିତତା ଯୋଗୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ସମସ୍ତ ପ୍ରମୁଖ ସହରରେ ୨୪ କ୍ୟାରେଟ ସୁନା ମୂଲ୍ୟ […] The post ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ… appeared first on Dharitri Odia News.

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି। ବର୍ତ୍ତମାନ ୨୪ କ୍ୟାରେଟ ସୁନା ୧ ଲକ୍ଷ ୧ହଜାର ୩୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ଦର ୯୨ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ଅନିଶ୍ଚିତତା ଯୋଗୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ସମସ୍ତ ପ୍ରମୁଖ ସହରରେ ୨୪ କ୍ୟାରେଟ ସୁନା ମୂଲ୍ୟ ଗ୍ରାମକୁ ୧୦,୦୦୦ ଟଙ୍କାରୁ ଅଧିକ ହୋଇଛି।

ବିଭିନ୍ନ ଭାରତୀୟ ସହରରେ ୧ ଗ୍ରାମ (୨୪ କ୍ୟାରେଟ) ସୁନାର ମୂଲ୍ୟ:
ଦିଲ୍ଲୀ: ୧୦,୧୫୦ ଟଙ୍କା
ନୋଏଡା: ୧୦,୧୩୫ ଟଙ୍କା
ଗୁରୁଗ୍ରାମ: ୧୦,୧୩୫ ଟଙ୍କା
ମୁମ୍ବାଇ: ୧୦,୧୩୫ ଟଙ୍କା
ଚେନ୍ନାଇ: ୧୦,୧୩୫ ଟଙ୍କା
ବେଙ୍ଗାଲୁରୁ: ୧୦,୧୩୫ ଟଙ୍କା
କୋଲକାତା: ୧୦,୧୩୫ ଟଙ୍କା

ଦୀର୍ଘ ଦିନ ଧରି ଧନର ପ୍ରତୀକ ହୋଇଆସିଥିବା ସୁନା ଭାରତରେ ସାଂସ୍କୃତିକ ଗୁରୁତ୍ୱ ବହନ କରେ। ସୁନା ବିନା ଭାରତୀୟ ଉତ୍ସବ ଅସମ୍ପୂର୍ଣ୍ଣ। ହେଲେ ହଠାତ ଏଭଳି ଭାବେ ଦର ବୃଦ୍ଧି ଯୋଗୁ ନିବେଶକମାନଙ୍କ ସହ ସାଧାରଣଜନତାଙ୍କ ଚିନ୍ତା ବଢ଼ିଛି।

The post ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ… appeared first on Dharitri Odia News.