ସିୟୁଇଟି ୟୁଜି ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୩୧।୩(ଅସମାପିକା ସାହୁ)- ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ବା (ସିୟୁଇଟି ୟୁଜି)-୨୦୨୪ର ଆବେଦନ ଅବଧି ବୃଦ୍ଧି ହୋଇଛି। ଏ ନେଇ ରବିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛ। ଏନ୍‌ଟିଏ ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଏପ୍ରିଲ ୫ରାତି ୯ଟା ୫୦ ଭିତରେ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ୫ତାରିଖ ରାତି ୧୧ଟା ୫୦ ଭିତରେ ଫି’ ଦାଖଲ କରିବାକୁ ପଡ଼ିବ। ଯଦି ଆବେଦନ ଫର୍ମରେ କୌଣସି […] The post ସିୟୁଇଟି ୟୁଜି ଆବେଦନ ଅବଧି ବୃଦ୍ଧି appeared first on Dharitri Odia News.

ସିୟୁଇଟି ୟୁଜି ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୩୧।୩(ଅସମାପିକା ସାହୁ)- ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ବା (ସିୟୁଇଟି ୟୁଜି)-୨୦୨୪ର ଆବେଦନ ଅବଧି ବୃଦ୍ଧି ହୋଇଛି। ଏ ନେଇ ରବିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛ। ଏନ୍‌ଟିଏ ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଏପ୍ରିଲ ୫ରାତି ୯ଟା ୫୦ ଭିତରେ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ୫ତାରିଖ ରାତି ୧୧ଟା ୫୦ ଭିତରେ ଫି’ ଦାଖଲ କରିବାକୁ ପଡ଼ିବ। ଯଦି ଆବେଦନ ଫର୍ମରେ କୌଣସି ପରିବର୍ତ୍ତନ କରିବାର ଥିବ ତେବେ ଏପ୍ରିଲ ୬ ରୁ ୭ତାରିଖ ରାତି ୧୧ଟା ୫୦ ମଧ୍ୟରେ କରିବାକୁ ହେବ। ଆବେଦନ ପାଇଁ ଯେ କୌଣସି ସରକାରୀ ପ୍ରମାଣପତ୍ର(ଆଧାର କାର୍ଡ, ପାସ୍‌ପୋର୍ଟ ଇତ୍ୟାଦି) ବା ସ୍କୁଲ ଆଇଡି କାର୍ଡ ମଧ୍ୟ ଦାଖଲ କରାଯାଇପାରିବ। ତଥାପି ଆବେଦନ ନେଇ କୌଣସି ସନ୍ଦେହ ଥିଲେ ଏନ୍‌ଟିଏ ହେଳ୍ପ ଡେସ୍କ ୦୧୧୪୦୭୫୯୦୦୦ ନମ୍ବରକୁ ଯୋଗଯୋଗ କରିବା ପାଇଁ କୁହାଯାଇଛି। ନଚେତ୍‌ cuet-ug@nta.ac.inକୁ ଲେଖି ବୁଝିପାରିବେ। ଏଥିସହିତ ଛାତ୍ରୀଛାତ୍ରମାନେ ପରୀକ୍ଷା ସମ୍ବନ୍ଧୀୟ ସୂଚନା ପାଇଁ ଏନ୍‌ଟିଏର ଓ୍ବେବସାଇଟ www.nta.ac.in, https://exams.nta.ac.in/CUET-UGକୁ ରେଗୁଲାର ଚେକ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଆଧାର ସମ୍ପର୍କିତ ସମସ୍ୟା ଦେଖାଯିବାରୁ ଆାବେଦନ ସମୟରେ ଛାତ୍ରୀଛାତ୍ରମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏନ୍‌ଟିଏ ଆବେଦନ ଅବଧି ବୃଦ୍ଧି କରିଥିବା ଜଣାପଡ଼ିଛି।

The post ସିୟୁଇଟି ୟୁଜି ଆବେଦନ ଅବଧି ବୃଦ୍ଧି appeared first on Dharitri Odia News.