ବିବାହ ଉତ୍ସବ ଚାଲିଥିବା ବେଳେ ଫୁଟିଲା ଗୁଳି: ଜଣେ ମୃତ, ୫ ଆହତ

ପ୍ୟାରିସ୍‌,୩୦ା୬: ଉତ୍ତର-ପୂର୍ବ ଫ୍ରାନ୍ସରେ ଏକ ବିବାହ ଉତ୍ସବରେ ଅଜଣା ମାସ୍କ ପିନ୍ଧା ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ରବିବାର ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ଉତ୍ତର-ପୂର୍ବ ସହର ଥିଓନଭିଲରେ ହୋଇଥିବା ଏହି ଆକ୍ରମଣ ଡ୍ରଗ୍ସ ବେପାରୀଙ୍କ ମଧ୍ୟରେ ଜଡ଼ିତ। କୁହାଯାଉଛି, ସେହି ସମୟରେ ବନ୍ଧୁକଧାରୀମାନେ ରିସେପ୍ସନ ହଲ୍‌ରେ ଗୁଳି ଚଳାଇଥିଲେ। ସେହି ସମୟରେ ହଲ୍‌ରେ ପ୍ରାୟ ୧୦୦ […] The post ବିବାହ ଉତ୍ସବ ଚାଲିଥିବା ବେଳେ ଫୁଟିଲା ଗୁଳି: ଜଣେ ମୃତ, ୫ ଆହତ appeared first on Dharitri Odia News.

ବିବାହ ଉତ୍ସବ ଚାଲିଥିବା ବେଳେ ଫୁଟିଲା ଗୁଳି: ଜଣେ ମୃତ, ୫ ଆହତ

ପ୍ୟାରିସ୍‌,୩୦ା୬: ଉତ୍ତର-ପୂର୍ବ ଫ୍ରାନ୍ସରେ ଏକ ବିବାହ ଉତ୍ସବରେ ଅଜଣା ମାସ୍କ ପିନ୍ଧା ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ରବିବାର ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ଉତ୍ତର-ପୂର୍ବ ସହର ଥିଓନଭିଲରେ ହୋଇଥିବା ଏହି ଆକ୍ରମଣ ଡ୍ରଗ୍ସ ବେପାରୀଙ୍କ ମଧ୍ୟରେ ଜଡ଼ିତ।

କୁହାଯାଉଛି, ସେହି ସମୟରେ ବନ୍ଧୁକଧାରୀମାନେ ରିସେପ୍ସନ ହଲ୍‌ରେ ଗୁଳି ଚଳାଇଥିଲେ। ସେହି ସମୟରେ ହଲ୍‌ରେ ପ୍ରାୟ ୧୦୦ ଲୋକ ଉପସ୍ଥିତ ଥିଲେ। ଏହି ଗୁଳି ବିନିମୟରେ ଦୁଇ ଜଣ ଗୁରୁତର ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ପୋଲିସ ସୂଚନାନୁସାରେ, ଗୁଳି ଚଳାଇଥିବା ଅପରାଧୀମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ, ‘ଏହା ଏକ ବିବାହ ସମୟରେ ଘଟିଥିଲା। ଅପରାହ୍ନ ୧ଟାରେ ଏକ ଗୋଷ୍ଠୀ ହଲ୍‌ ସମ୍ମୁଖରେ ଧୂମପାନ କରିବାକୁ ବାହାରିଥିଲେ ଏବଂ ତାପରେ ତିନିଜଣ ସଶସ୍ତ୍ର ଲୋକ ଆସି ସେମାନଙ୍କ ଆଡ଼କୁ ଗୁଳି ଚଳାଇବା ଆରମ୍ଭ କରିଥିଲେ।’

The post ବିବାହ ଉତ୍ସବ ଚାଲିଥିବା ବେଳେ ଫୁଟିଲା ଗୁଳି: ଜଣେ ମୃତ, ୫ ଆହତ appeared first on Dharitri Odia News.