ଆସନ୍ତା ୨୯ରୁ ରଥଯାତ୍ରା ଯାଏଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ ୨୬।୪: ଆସନ୍ତା ଏପ୍ରିଲ ୨୯ ତାରିଖରୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ । ବାହାର ଚନ୍ଦନ ଯାତ୍ରା ସହିତ ଭିତର ଚନ୍ଦନ ଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ ମରାମତି କାର୍ଯ୍ୟ ବନ୍ଦ ରହିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ନେଇ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ୪ ମାସ ମଧ୍ୟରେ ସମୁଦାୟ ୧୯୩ ଘଣ୍ଟା ପାଞ୍ଚ ମିନିଟ୍ ରତ୍ନଭଣ୍ଡାରର କାର୍ଯ୍ୟ ହୋଇଛି । ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । କେବଳ ଚଟାଣ କାର୍ଯ୍ୟ ବାକି ରହିଛି । ବାହାର ରତ୍ନଭଣ୍ଡାରର ୫ଟି ଷ୍ଟେନ୍ଲେସ୍ ବିମ୍ ଲାଗିବ । ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ । ୨୭୭ ପଥର ସମୁଦାୟ ପରିବର୍ତ୍ତନ କରାଯାଇ ଲଗାଯାଇଛି । ୧୪୮ଟି ପଥର ଭିତର ରତ୍ନଭଣ୍ଡାରରେ ଲାଗିଛି । ଅମୁହାଁ ଦେଉଳର ବାହାର ପାର୍ଶ୍ବରେ କେମିକାଲ ପ୍ଲାଷ୍ଟର କରାଯିବ । ରଥଯାତ୍ରା ପରଦିନ ଠାରୁ ଜୁନ୍ ୨୮ତାରିଖରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ । ତରବରିଆ ଭାବେ ମରାମତି କାର୍ଯ୍ୟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ଚାହୁଁନାହାନ୍ତି । ରତ୍ନଭଣ୍ଡାରର ଦୀର୍ଘସ୍ଥାୟୀ ମରାମତି କରାଯାଉଛି । ରଥଯାତ୍ରା ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ପୁରୀ ୨୬।୪: ଆସନ୍ତା ଏପ୍ରିଲ ୨୯ ତାରିଖରୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ । ବାହାର ଚନ୍ଦନ ଯାତ୍ରା ସହିତ ଭିତର ଚନ୍ଦନ ଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ ମରାମତି କାର୍ଯ୍ୟ ବନ୍ଦ ରହିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ନେଇ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ୪ ମାସ ମଧ୍ୟରେ ସମୁଦାୟ ୧୯୩ ଘଣ୍ଟା ପାଞ୍ଚ ମିନିଟ୍ ରତ୍ନଭଣ୍ଡାରର କାର୍ଯ୍ୟ ହୋଇଛି । ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । କେବଳ ଚଟାଣ କାର୍ଯ୍ୟ ବାକି ରହିଛି । ବାହାର ରତ୍ନଭଣ୍ଡାରର ୫ଟି ଷ୍ଟେନ୍ଲେସ୍ ବିମ୍ ଲାଗିବ । ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ । ୨୭୭ ପଥର ସମୁଦାୟ ପରିବର୍ତ୍ତନ କରାଯାଇ ଲଗାଯାଇଛି । ୧୪୮ଟି ପଥର ଭିତର ରତ୍ନଭଣ୍ଡାରରେ ଲାଗିଛି । ଅମୁହାଁ ଦେଉଳର ବାହାର ପାର୍ଶ୍ବରେ କେମିକାଲ ପ୍ଲାଷ୍ଟର କରାଯିବ । ରଥଯାତ୍ରା ପରଦିନ ଠାରୁ ଜୁନ୍ ୨୮ତାରିଖରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ । ତରବରିଆ ଭାବେ ମରାମତି କାର୍ଯ୍ୟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ଚାହୁଁନାହାନ୍ତି । ରତ୍ନଭଣ୍ଡାରର ଦୀର୍ଘସ୍ଥାୟୀ ମରାମତି କରାଯାଉଛି । ରଥଯାତ୍ରା ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ଆଶା କରାଯାଉଛି ।
You Can Read:
ପାକିସ୍ତାନୀ ଦେଶରେ ରହି ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ତାଙ୍କୁ ବାହାର କରାଯିବ : ଯୋଗାଣ ମନ୍ତ୍ରୀ