ପଞ୍ଚାୟତ ସମିତି ବୈଠକରେ ଅଞ୍ଚଳର ସମସ୍ୟା ଉଠାଇଲେ ସରପଞ୍ଚ

କେସିଙ୍ଗା,୧୨.୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଅଧ୍ୟକ୍ଷତାରେ ସଭା ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଏମ୍‌ପି ମାଲବିକା ସିଂ ଦେଓ, ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ସାଗର ଚରଣ ଦାଶ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକ, ବିଡିଓ ପଦ୍ମନାଭ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ। କୁଣ୍ଡାବନ୍ଧ ସମିତି ସଭ୍ୟ ମନୋଜ କୁମାର ପଟ୍ଟନାୟକ ପ୍ରଥମେ ବ୍ଲକ ଅଧ୍ୟକ୍ଷଙ୍କୁ ବିଭିନ୍ନ ପ୍ରଶ୍ନ […] The post ପଞ୍ଚାୟତ ସମିତି ବୈଠକରେ ଅଞ୍ଚଳର ସମସ୍ୟା ଉଠାଇଲେ ସରପଞ୍ଚ appeared first on Dharitri Odia News.

ପଞ୍ଚାୟତ ସମିତି ବୈଠକରେ ଅଞ୍ଚଳର ସମସ୍ୟା ଉଠାଇଲେ ସରପଞ୍ଚ

କେସିଙ୍ଗା,୧୨.୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଅଧ୍ୟକ୍ଷତାରେ ସଭା ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଏମ୍‌ପି ମାଲବିକା ସିଂ ଦେଓ, ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ସାଗର ଚରଣ ଦାଶ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକ, ବିଡିଓ ପଦ୍ମନାଭ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ।

କୁଣ୍ଡାବନ୍ଧ ସମିତି ସଭ୍ୟ ମନୋଜ କୁମାର ପଟ୍ଟନାୟକ ପ୍ରଥମେ ବ୍ଲକ ଅଧ୍ୟକ୍ଷଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଥିରେ କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ନିଜନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଏବଂ ଏହାର ତୁରନ୍ତ ସମାଧାନ ନେଇ ପ୍ରସ୍ତାବ ଦେଇଥିଲେ। ବ୍ଲକରେ କାର୍ଯ୍ୟକାରୀ ହେଉଥିବା ମନେରଗା ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା କରାଯାଇଥିଲା।

The post ପଞ୍ଚାୟତ ସମିତି ବୈଠକରେ ଅଞ୍ଚଳର ସମସ୍ୟା ଉଠାଇଲେ ସରପଞ୍ଚ appeared first on Dharitri Odia News.