୩ ବର୍ଷରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ

ନୂଆଦିଲ୍ଲୀ, ୨୬।୧୧:୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୋମବାର ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏହି ଅବଧି ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୨୦ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ର ଓ କର୍ନାଟକରେ ଏହି ସଂଖ୍ୟା ଯଥାକ୍ରମେ ୧୫ ଏବଂ ୪ ରହିଛି। ୨୦୨୧ରେ ୨୦ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ […] The post ୩ ବର୍ଷରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ appeared first on Dharitri Odia News.

୩ ବର୍ଷରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ

ନୂଆଦିଲ୍ଲୀ, ୨୬।୧୧:୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୋମବାର ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏହି ଅବଧି ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୨୦ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ର ଓ କର୍ନାଟକରେ ଏହି ସଂଖ୍ୟା ଯଥାକ୍ରମେ ୧୫ ଏବଂ ୪ ରହିଛି। ୨୦୨୧ରେ ୨୦ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିବାବେଳେ ୨୦୨୨ରେ ୨୫, ୨୦୨୩ରେ ୨୫ ଏବଂ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଗୋଟିଏ ବାଘର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେହିପରି ଦେଶରେ ବାଘଙ୍କ ସଂଖ୍ୟା ବାର୍ଷିକ ୬% ହାରରେ ବଢ଼ୁଥିବା କୀର୍ତ୍ତି କହିଛନ୍ତି। ୨୦୨୨ରେ ହୋଇଥିବା ଅଖିଳ ଭାରତୀୟ ବାଘ ଗଣନା ଅନୁଯାୟୀ, ଦେଶରେ ବାଘ ସଂଖ୍ୟା ୩,୬୮୨ ରହିଛି। ୨୦୧୪ ଏବଂ ୨୦୧୮ ବାଘ ଗଣନା ଅନୁଯାୟୀ ଏହି ସଂଖ୍ୟା ଯଥାକ୍ରମେ ୨,୨୨୬ ଏବଂ ୨,୯୬୭ ରହିଥିଲା।

The post ୩ ବର୍ଷରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ appeared first on Dharitri Odia News.