ସାମସଙ୍ଗର ପୂଜା ଅଫର, ଏହି ଟିଭି ଦେଖିଲେ ଆସିବ ହଲ୍ ଭଳି ମଜା

Crystal 4K Dynamic TV launched know its feature

ସାମସଙ୍ଗର ପୂଜା ଅଫର, ଏହି ଟିଭି ଦେଖିଲେ ଆସିବ ହଲ୍ ଭଳି ମଜା
Crystal 4K Dynamic TV launched know its feature

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସ୍ମାର୍ଟ ଟିଭିର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଟିଭିରେ ଅତ୍ୟାଧୁନିକ ଫିଚର ରହିଥିବା କାରଣରୁ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି । ପୂଜା ବଜାରରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସାମସଙ୍ଗ ଏକ ସ୍ମାର୍ଟ ଟିଭି ଲଞ୍ଚ କରିଛି । ଅଲଟ୍ରା ସ୍ଲିମ ଡିଜାଇନ ସହିତ ମାର୍କେଟକୁ ଆଣିଛି କମ୍ପାନୀ । ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଟିଭିର ଦାମ୍ ମଧ୍ୟ କମ୍ ରଖିଛି । ତେବେ କମ୍ପାନୀର କହିବା ଅନୁସାରେ, ଏହି ଟିଭି ଦେଖିବା ଦ୍ବାରା ଲୋକଙ୍କୁ ସିନେମା ହଲ ଭଳି ମଜା ଦେବ । ଏହି ଟିଭିର ନାମ କ୍ରିଷ୍ଟାଲ 4 କେ ଡାଇନାମିକ ଟିଭି(Crystal 4K Dynamic TV) ରଖାଯାଇଛି । ଏଥିରେ 4କେ ଅପସ୍କେଲିଂ, ପତଳା ଡିଜାଇନ, ସାନଦାନ କଲର ଏବଂ ଭଏସ କମାଣ୍ଡ ଭଳି ଫିଚର ରହିଛି ।

କମ୍ପାନୀ ଏହି ଟିଭିରେ 4କେ ଫିଚର ପ୍ରଦାନ କରିଛି । ଏହା ଦ୍ବାରା ଟିଭି ଦେଖୁଥିବା ବ୍ୟକ୍ତିକୁ ସୁନ୍ଦର ଏବଂ ସ୍ପଷ୍ଟ ଭାବେ ଛବି ଦେଖାଯିବ । ଏହାସହ ଏଚଡି ଏବଂ କଣ୍ଟ୍ରାଷ୍ଟ ଏନହାନ୍ସର ମଧ୍ୟ ରହିଛି । ଏହି ସ୍ମାର୍ଟ ଟିଭି ବିକ୍ସବି ଏବଂ ଆମେଜନ ଆଲେକ୍ସା ଭଳି ଭଏସ ଆସିଷ୍ଟେଣ୍ଟ ସହିତ କାମ କରିଥାଏ । ଏହା ସାହାଯ୍ୟରେ ଗ୍ରାହକ ନିଜ ଭଏସ ଦ୍ବାରା ଟିଭିକୁ ପରିଚାଳିତ କରିପାରିବେ ।  ପତଳା ଡିଜାଇନ ରହିଥିବାରୁ ଫିଟିଂରେ ମଧ୍ୟ କୌଣସି ସମସ୍ୟା ହେବ ନାହିଁ । ଅନ୍ୟପଟେ ସାଉଣ୍ଡ କ୍ବାଲିଟି ନେଇ ମଧ୍ୟ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ଓଟିଏସ ଲାଇଟ ଟେକନିକ ରହିଛି, ଏହା ଦ୍ବାରା ସାଉଣ୍ଡ ମଧ୍ୟ କ୍ଲିୟର ହେବ ।

ସାମସଙ୍ଗ ଦୁଇଟି ଆକାରର ଟିଭି ଲଞ୍ଚ କରିଛି । 43 ଇଞ୍ଚ ଏବଂ 55 ଇଞ୍ଚର ଦୁଇଟି ଟିଭି ମାର୍କେଟରେ ଲଞ୍ଚ ହୋଇଛି । 43 ଇଞ୍ଚ ଟିଭିର ଦାମ୍ 41 ହଜାର 990 ଟଙ୍କା ରହିଥିବା ବେଳେ 55 ଇଞ୍ଚ ଟିଭିର ଦାମ୍ 49 ହଜାର 990 ଟଙ୍କା ରହିଛି । ଏହି ଟିଭି କିଣିବାକୁ ହେଲେ ଆପଣ କମ୍ପାନୀର ଓ୍ବେବସାଇଟ କିମ୍ବା ଆମାଜନରୁ ମଧ୍ୟ କିଣିପାରିବେ ।