ଓ୍ବାୟନାଡରୁ ଆରମ୍ଭ ହେଲା ଲଢେଇ, ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ରାହୁଲ ୱାୟନାଡରେ ଏକ ରୋଡ ସୋ କରିଥିଲେ। ରୋଡ ସୋ’ରେ ବିପୁଳ ଲୋକ ଜମା ହୋଇଥିଲେ। ତେବେ ସେଠାରେ ଲୋକଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି, ମୁଁ ୱାୟନାଡକୁ ୫ ବର୍ଷ ପୂର୍ବେ ଆସିଥିଲି ଏବଂ […] The post ଓ୍ବାୟନାଡରୁ ଆରମ୍ଭ ହେଲା ଲଢେଇ, ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ appeared first on Dharitri Odia News.

ଓ୍ବାୟନାଡରୁ ଆରମ୍ଭ ହେଲା ଲଢେଇ, ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ରାହୁଲ ୱାୟନାଡରେ ଏକ ରୋଡ ସୋ କରିଥିଲେ। ରୋଡ ସୋ’ରେ ବିପୁଳ ଲୋକ ଜମା ହୋଇଥିଲେ।
ତେବେ ସେଠାରେ ଲୋକଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି, ମୁଁ ୱାୟନାଡକୁ ୫ ବର୍ଷ ପୂର୍ବେ ଆସିଥିଲି ଏବଂ ସେହି ସମୟରେ ମୁଁ ଏଠାରେ ନୂଆ ଥିଲି। ଆଶା କରୁଛି ଆପଣଙ୍କ ପରିବାରର ଅଂଶ ହୋଇପାରିବି। ଏହା କୌଣସି ରାଜନୈତିକ ବିବୃତ୍ତି ନୁହେଁ।

କହିରଖୁଛୁ ଯେ, ଗତ ନିର୍ବାଚନରେ ରାହୁଲ ପ୍ରାୟ ୫ ଲକ୍ଷ ଭୋଟ ବ୍ୟବଧାନରେ ଏଠାରୁ ବଡ଼ ବିଜୟ ହାସଲ କରିଥିଲେ।

The post ଓ୍ବାୟନାଡରୁ ଆରମ୍ଭ ହେଲା ଲଢେଇ, ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ appeared first on Dharitri Odia News.