ଟ୍ରମ୍ପ୍‌ଙ୍କୁ ଫୋନ୍‌ କଲେ ଜେଲେନ୍‌ସ୍କି

କିଭ୍‌,୧୯ା୩: ରୁଷିଆ-ୟୁକ୍ରେନ୍‌ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଭୟ ପକ୍ଷଙ୍କୁ ରାଜି କରାଇବାର ଦିନକ ପରେ ତାଙ୍କୁ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଫୋନ୍‌ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ ଡେପୁଟି ଚିଫ୍‌ ଅଫ୍‌ ଷ୍ଟାଫ୍‌ ଡାନ୍‌ ସ୍କାଭିନୋ ଏକ୍ସ’ରେ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଟ୍ରମ୍ପ୍‌ ମାସିକିଆ ଅସ୍ତ୍ରବିରତି ପ୍ରସ୍ତାବକୁ ଶାନ୍ତି ଦିଗରେ ଏକ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ ଟ୍ରମ୍ପ୍‌ଙ୍କ ସହ ଫୋନ୍‌ରେ […] The post ଟ୍ରମ୍ପ୍‌ଙ୍କୁ ଫୋନ୍‌ କଲେ ଜେଲେନ୍‌ସ୍କି appeared first on Dharitri Odia News.

ଟ୍ରମ୍ପ୍‌ଙ୍କୁ ଫୋନ୍‌ କଲେ ଜେଲେନ୍‌ସ୍କି

କିଭ୍‌,୧୯ା୩: ରୁଷିଆ-ୟୁକ୍ରେନ୍‌ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଭୟ ପକ୍ଷଙ୍କୁ ରାଜି କରାଇବାର ଦିନକ ପରେ ତାଙ୍କୁ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଫୋନ୍‌ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ ଡେପୁଟି ଚିଫ୍‌ ଅଫ୍‌ ଷ୍ଟାଫ୍‌ ଡାନ୍‌ ସ୍କାଭିନୋ ଏକ୍ସ’ରେ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଟ୍ରମ୍ପ୍‌ ମାସିକିଆ ଅସ୍ତ୍ରବିରତି ପ୍ରସ୍ତାବକୁ ଶାନ୍ତି ଦିଗରେ ଏକ ପଦକ୍ଷେପ ବୋଲି ଅଭିହିତ କରିଥିଲେ।

ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ ଟ୍ରମ୍ପ୍‌ଙ୍କ ସହ ଫୋନ୍‌ରେ ଆଲୋଚନା ବେଳେ ସାମୟିକ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଥିଲେ। କିନ୍ତୁ ୩୦ ଦିନିଆ ଯୁଦ୍ଧବିରତି କରିବାକୁ ସେ ମଙ୍ଗି ନ ଥିଲେ। ତେବେ ମଙ୍ଗଳବାର ରାତିରେ ଉଭୟ ରୁଷିଆ ଓ ୟୁକ୍ରେନ୍‌ ପରସ୍ପର ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି। ରୁଷୀୟ ଡ୍ରୋନ୍‌ଗୁଡ଼ିକ ୟୁକ୍ରେନ୍‌ର ନାଗରିକଙ୍କୁ ଟାର୍ଗେଟ କରିଛି। ପୁଟିନ୍‌ ୩୦ ଦିନିଆ ଅସ୍ତ୍ରବିରତିରେ ଅସମହତି ପ୍ରକାଶ କରିବା ପରେ ତାଙ୍କ ସେନା ଏହି ଆକ୍ରମଣ କରିଥିବା କୁହାଯାଉଛି।

The post ଟ୍ରମ୍ପ୍‌ଙ୍କୁ ଫୋନ୍‌ କଲେ ଜେଲେନ୍‌ସ୍କି appeared first on Dharitri Odia News.