ପୋଖରୀରେ ବୁଡ଼ିଗଲେ ଯୁବକ

ନିରାକାରପୁର,୨୪ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ପୋଖରୀରେ ବୁଡ଼ିଯିବାରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ବ୍ରହ୍ମପଡ଼ାପାଟଣା ଗ୍ରାମର ରମାକାନ୍ତ ପଲେଇ(୨୮)। ସୂଚନା ମୁତାବକ, ସବୁଦିନ ଭଳି ରମାକାନ୍ତ ସ୍ଥାନୀୟ ଗୋଡ଼ି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ବୁଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ବାପା ରମେଶ ଚନ୍ଦ୍ର ପଲେଇଙ୍କ […] The post ପୋଖରୀରେ ବୁଡ଼ିଗଲେ ଯୁବକ appeared first on Dharitri Odia News.

ପୋଖରୀରେ ବୁଡ଼ିଗଲେ  ଯୁବକ

ନିରାକାରପୁର,୨୪ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ପୋଖରୀରେ ବୁଡ଼ିଯିବାରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ବ୍ରହ୍ମପଡ଼ାପାଟଣା ଗ୍ରାମର ରମାକାନ୍ତ ପଲେଇ(୨୮)। ସୂଚନା ମୁତାବକ, ସବୁଦିନ ଭଳି ରମାକାନ୍ତ ସ୍ଥାନୀୟ ଗୋଡ଼ି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ବୁଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ବାପା ରମେଶ ଚନ୍ଦ୍ର ପଲେଇଙ୍କ ଅଭିଯୋଗକ୍ରମେ ନିରାକାରପୁର ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧/୨୫)ରୁଜୁ ହୋଇଛି ବୋଲି ତଦନ୍ତକାରୀ ଅଧିକାରୀ ଶରତ ବେହେରା କହିଛନ୍ତି।

The post ପୋଖରୀରେ ବୁଡ଼ିଗଲେ ଯୁବକ appeared first on Dharitri Odia News.