ଡାଡିଙ୍କ ବିନା ବିକଳ୍ପ ନାହିଁ: ଇସ୍ରାଏଲ୍‌କୁ ଚିଡ଼ାଇବା ପାଇଁ ଟ୍ରମ୍ପଙ୍କୁ ଡାଡି କହିଲା ଇରାନ

ନୂଆଦିଲ୍ଲୀ: ଇସ୍ରାଏଲ୍‌କୁ ଚିଡ଼ାଇବା ପାଇଁ ଇରାନ ଟ୍ରମ୍ପଙ୍କୁ ଡାଡି(ବାପା)ର ଆଖ୍ୟା ଦେଇଛି। ଇରାନର ମିସାଇଲ୍‌ରୁ ରକ୍ଷା ପାଇବାକୁ ଇସ୍ରାଏଲ୍‌ର ଡାଡିଙ୍କ ବିନା କୌଣସି ଗତି ନାହିଁ ବୋଲି ଇରାନ କହିଛି। କେବଳ ସେତିକି ନୁହେଁ ଆମେରିକାକୁ ମଧ୍ୟ ଇରାନ ଚେତାବନୀ ଦେଇଛି। ନ୍ୟୁକ୍ଲିୟର ସମ୍ପର୍କିତ ଆଲୋଚନା କରିବାକୁ ହେଲେ ଆମେରିକାକୁ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ପ୍ରତି ଅପମାନଜନକ ଶୈଳୀରେ କଥା ହେବ ବନ୍ଦ କରିବାକୁ ପଡ଼ିବ ବୋଲି ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବ୍ବାସ ଆରଘାଚି କହିଛନ୍ତି। ଶନିବାର ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି ଆରାଘାଚି ଏପରି କହିଛନ୍ତି। ଇସ୍ରାଏଲ୍‌କୁ ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି ଯେ ଇରାନ ଏହାର ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରିବାକୁ ଆଦୌ କୁଣ୍ଠାବୋଧ କରିବ ନାହିଁ। ଆରାଘାଚି ଏକ୍ସରେ ପୋଷ୍ଟ କରି କହିଛନ୍ତି “ମହାନ ଏବଂ ଶକ୍ତିଶାଳୀ ଇରାନୀ ଲୋକମାନେ ବିଶ୍ୱକୁ ଦେଖାଇ ଦେଇଥିଲେ ଯେ ଆମ ମିସାଇଲ୍‌ରେ ଧ୍ୱଂଶ ହେବାରୁ ରକ୍ଷା ପାଇବା ପାଇଁ ଇସ୍ରାଏଲର 'ବାପାଙ୍କ' ପାଖକୁ ଦୌଡ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଇରାନବାସୀ ଧମକ ଏବଂ ଅପମାନକୁ ଗ୍ରହଣ କରନ୍ତି ନାହିଁ। ଯଦି ସ୍ଥିତି ଆହୁରି ଖରାପ ହୁଏ ତେବେ ତେବେ ଇରାନ ଏହାର ପ୍ରକୃତ କ୍ଷମତା ପ୍ରକାଶ କରିବାକୁ ଦ୍ୱିଧା କରିବ ନାହିଁ। ତେଣୁ ଇରାନର ଶକ୍ତି ବିଷୟରେ ଯେକୌଣସି ଭ୍ରମକୁ ଆମେ ଶେଷ କରିପାରିବୁ।” ନେଦରଲ୍ୟାଣ୍ଡରେ ଅନୁଷ୍ଠିତ

ଡାଡିଙ୍କ ବିନା ବିକଳ୍ପ ନାହିଁ: ଇସ୍ରାଏଲ୍‌କୁ ଚିଡ଼ାଇବା ପାଇଁ ଟ୍ରମ୍ପଙ୍କୁ ଡାଡି କହିଲା ଇରାନ

ନୂଆଦିଲ୍ଲୀ: ଇସ୍ରାଏଲ୍‌କୁ ଚିଡ଼ାଇବା ପାଇଁ ଇରାନ ଟ୍ରମ୍ପଙ୍କୁ ଡାଡି(ବାପା)ର ଆଖ୍ୟା ଦେଇଛି। ଇରାନର ମିସାଇଲ୍‌ରୁ ରକ୍ଷା ପାଇବାକୁ ଇସ୍ରାଏଲ୍‌ର ଡାଡିଙ୍କ ବିନା କୌଣସି ଗତି ନାହିଁ ବୋଲି ଇରାନ କହିଛି। କେବଳ ସେତିକି ନୁହେଁ ଆମେରିକାକୁ ମଧ୍ୟ ଇରାନ ଚେତାବନୀ ଦେଇଛି। ନ୍ୟୁକ୍ଲିୟର ସମ୍ପର୍କିତ ଆଲୋଚନା କରିବାକୁ ହେଲେ ଆମେରିକାକୁ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ପ୍ରତି ଅପମାନଜନକ ଶୈଳୀରେ କଥା ହେବ ବନ୍ଦ କରିବାକୁ ପଡ଼ିବ ବୋଲି ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବ୍ବାସ ଆରଘାଚି କହିଛନ୍ତି। ଶନିବାର ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି ଆରାଘାଚି ଏପରି କହିଛନ୍ତି। 

ଇସ୍ରାଏଲ୍‌କୁ ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି ଯେ ଇରାନ ଏହାର ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରିବାକୁ ଆଦୌ କୁଣ୍ଠାବୋଧ କରିବ ନାହିଁ। ଆରାଘାଚି ଏକ୍ସରେ ପୋଷ୍ଟ କରି କହିଛନ୍ତି “ମହାନ ଏବଂ ଶକ୍ତିଶାଳୀ ଇରାନୀ ଲୋକମାନେ ବିଶ୍ୱକୁ ଦେଖାଇ ଦେଇଥିଲେ ଯେ ଆମ ମିସାଇଲ୍‌ରେ ଧ୍ୱଂଶ ହେବାରୁ ରକ୍ଷା ପାଇବା ପାଇଁ ଇସ୍ରାଏଲର 'ବାପାଙ୍କ' ପାଖକୁ ଦୌଡ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଇରାନବାସୀ ଧମକ ଏବଂ ଅପମାନକୁ ଗ୍ରହଣ କରନ୍ତି ନାହିଁ। ଯଦି ସ୍ଥିତି ଆହୁରି ଖରାପ ହୁଏ ତେବେ ତେବେ ଇରାନ ଏହାର ପ୍ରକୃତ କ୍ଷମତା ପ୍ରକାଶ କରିବାକୁ ଦ୍ୱିଧା କରିବ ନାହିଁ। ତେଣୁ ଇରାନର ଶକ୍ତି ବିଷୟରେ ଯେକୌଣସି ଭ୍ରମକୁ ଆମେ ଶେଷ କରିପାରିବୁ।” 

ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ନାଟୋ ସମ୍ମିଳନୀ ସମୟରେ, ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଇରାନ ଏବଂ ଇସ୍ରାଏଲ ବିରୁଦ୍ଧରେ କଡ଼ା ଭାଷା ବ୍ୟବହାର କରିବା ପାଇଁ ଟ୍ରମ୍ପଙ୍କୁ "ଡାଡି" ବୋଲି କହିଥିଲେ। ଯୁଦ୍ଧବିରତି ସତ୍ତ୍ୱେ ଇସ୍ରାଏଲ ଏବଂ ଇରାନ କ୍ଷେପଣାସ୍ତ୍ର ବାଣିଜ୍ୟ ଜାରି ରଖିଥିବାରୁ ଟ୍ରମ୍ପ ଲାଇଭ୍ ଟିଭିରେ ଅପଶବ୍ଦ ବ୍ୟବହାର କରିବା ଘଟଣାକୁ ଟାର୍ଗେଟ୍ କରି ମାର୍କ ରୁଟ୍ ଏଭଳି କହିଥିଲେ। ଆଉ ଏବେ ଇରାନ ଏହାର ଏହି ଡାଡି ଶବ୍ଦ ବ୍ୟବହାର କରି ଇସ୍ରାଏଲ୍‌କୁ ଚିଡ଼ାଉଛି।