ହିଜାବ ବ୍ୟାନ୍ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୯।୮: ମୁମ୍ବାଇର ପ୍ରାଇଭେଟ କଲେଜରେ ଛାତ୍ରୀଛାତ୍ରମାନେ କ୍ୟାମ୍ପସରେ ହିଜାବ, କ୍ୟାପ କିମ୍ବା ବ୍ୟାଜ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୁପ୍ରିମକୋର୍ଟ ଏହା ଉପରେ ଶୁକ୍ରବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ କଲେ କଲେଜର ନିର୍ଦ୍ଦେଶକୁ ସମର୍ଥନ କରିଥିଲେ। ମୁମ୍ବାଇର ଏନଜି ଆଚାର୍ଯ୍ୟ ଏବଂ ଡି.କେ ମରାଠା କଲେଜର ଛାତ୍ରୀଛାତ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ବେଳେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କ […] The post ହିଜାବ ବ୍ୟାନ୍ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୯।୮: ମୁମ୍ବାଇର ପ୍ରାଇଭେଟ କଲେଜରେ ଛାତ୍ରୀଛାତ୍ରମାନେ କ୍ୟାମ୍ପସରେ ହିଜାବ, କ୍ୟାପ କିମ୍ବା ବ୍ୟାଜ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୁପ୍ରିମକୋର୍ଟ ଏହା ଉପରେ ଶୁକ୍ରବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ କଲେ କଲେଜର ନିର୍ଦ୍ଦେଶକୁ ସମର୍ଥନ କରିଥିଲେ।
ମୁମ୍ବାଇର ଏନଜି ଆଚାର୍ଯ୍ୟ ଏବଂ ଡି.କେ ମରାଠା କଲେଜର ଛାତ୍ରୀଛାତ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ବେଳେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ସଞ୍ଜୟ କୁମାରଙ୍କ ଏକ ଖଣ୍ଡପୀଠ ପ୍ରଥମେ କଲେଜ ଦ୍ୱାରା ଲାଗୁ ହୋଇଥିବା ଏହି ସର୍ତ୍ତରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏଭଳି ନିର୍ଦ୍ଦେଶ ଦେବାକୁ କିଏ କହିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଛାତ୍ରୀମାନଙ୍କୁ ସେମାନଙ୍କ ହିସାବରେ ଡ୍ରେସ୍ ପିନ୍ଧି ଆସିବାକୁ ଦିଆଯାଉ ବୋଲି କୋର୍ଟ କହିଛନ୍ତି।
The post ହିଜାବ ବ୍ୟାନ୍ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ appeared first on Dharitri Odia News.