ପୁରୁଣା ଟାୟାରରୁ ହୋଇପାରିବ…
ଗାଡିର ଟାୟାର ଖରାପ ହେଇଗଲେ ତାହା ଅଦରକାରୀ ହୋଇଯାଏ। ଏଠି ସେଠି ପଡ଼ି ରହେ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ପୁନାର ୨୮ ବର୍ଷୀୟା ଆଇଟି ପ୍ରଫେଶନାଲ୍ ପୂଜା ଆପ୍ତେ ବାଦାମୀକର ଏହି ଅଦରକାରୀ ପୁରୁଣା ଟାୟାରରୁ ତିଆରି କରୁଛନ୍ତି ଫ୍ୟାଶନେବୁଲ ଫୁଟ୍ଓ୍ବେର। ସେ ଏହାକୁ ନେଇ ବ୍ୟବସାୟ ବି ଆରମ୍ଭ କରିଦେଇଛନ୍ତି। ମାସକୁ ସେ ଏହି ଟାୟାରରୁ ୨୦୦ ଫୁଟ୍ଓ୍ବେର ତିଆରି କରୁଛନ୍ତି। ଆଉ ବାର୍ଷିକ ଲାଭ ୭ ଲକ୍ଷରୁ ଉର୍ଦ୍ଧ୍ୱ ହେଉଛି। ପୂଜା ୪ […] The post ପୁରୁଣା ଟାୟାରରୁ ହୋଇପାରିବ… appeared first on Dharitri Odia News.
ଗାଡିର ଟାୟାର ଖରାପ ହେଇଗଲେ ତାହା ଅଦରକାରୀ ହୋଇଯାଏ। ଏଠି ସେଠି ପଡ଼ି ରହେ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ପୁନାର ୨୮ ବର୍ଷୀୟା ଆଇଟି ପ୍ରଫେଶନାଲ୍ ପୂଜା ଆପ୍ତେ ବାଦାମୀକର ଏହି ଅଦରକାରୀ ପୁରୁଣା ଟାୟାରରୁ ତିଆରି କରୁଛନ୍ତି ଫ୍ୟାଶନେବୁଲ ଫୁଟ୍ଓ୍ବେର। ସେ ଏହାକୁ ନେଇ ବ୍ୟବସାୟ ବି ଆରମ୍ଭ କରିଦେଇଛନ୍ତି। ମାସକୁ ସେ ଏହି ଟାୟାରରୁ ୨୦୦ ଫୁଟ୍ଓ୍ବେର ତିଆରି କରୁଛନ୍ତି। ଆଉ ବାର୍ଷିକ ଲାଭ ୭ ଲକ୍ଷରୁ ଉର୍ଦ୍ଧ୍ୱ ହେଉଛି। ପୂଜା ୪ ବର୍ଷ ଆଇଟି ପ୍ରଫେଶନରେ ରହିବା ଭିତରେ ରିସର୍ଚ୍ଚ ପାଇଁ ଆଫ୍ରିକା ଯାଇଥିଲେ। ସେଠାରେ ସେ ଏକ ଆଦିବାସୀ ଜନଜାତିଙ୍କୁ ପୁରୁଣା ଟାୟାରରୁ ଜୋତା ଚପଲ ତିଆରି କରି ପିନ୍ଧୁଥିବା ଦେଖିଥିଲେ। ଏହା ଦେଖିବା ପରେ ହିଁ ପୂଜାଙ୍କ ମନରେ ଟାୟାରରୁ ସୁନ୍ଦର ଜୋତା ତିଆରି କରି ବ୍ୟବସାୟ କରିବାର ଯୋଜନା ଆସିଥିଲା। ପ୍ରଥମେ ସେ ୨ ହଳ ଜୋତା ଡିଜାଇନ କରି ଷ୍ଟାର୍ଟ ଅପ୍ ଇଣ୍ଡିଆରେ ପ୍ରଦର୍ଶିତ କରିଥିଲେ, ଯାହାକୁ ଅନେକେ ପସନ୍ଦ କରିଥିଲେ। ତାପରେ ସେ ଅଧିକରୁ ଅଧିକ ଡିଜାଇନ୍ର ଜୋତା ତିଆରି କଲେ। ଏହି ସଫଳତା ପାଇଁ ୨୦୧୮ରେ ତାଙ୍କୁ ‘ଅପ୍ କମିଂ ଓମେନ ଏଣ୍ଟରପ୍ରେନ୍ୟୁର’ ଶ୍ରେଣୀରେ ୫୦,୦୦୦ ଟଙ୍କାର ପୁରସ୍କାର ଦିଆଯାଇଥିଲା। ପୂଜାଙ୍କ ଜୋତାର ବ୍ରାଣ୍ଡ ‘ନେମିତାଲ’ ଅଟେ। ଏହା ମଧ୍ୟରେ ସେ ୩୫ ପ୍ରକାରର ଜୋତା ଡିଜାଇନ୍ କରିଛନ୍ତି। ଅନ୍ଲାଇନ୍ରେ ଏସବୁକୁ ସେ ବିକ୍ରି କରନ୍ତି। ପୁନାରେ ଏକ ଛୋଟ ଫୁଟଓ୍ବେର ଦୋକାନ ବି କରିଛନ୍ତି। ପୂଜା ପ୍ରଥମେ ୧ ଲକ୍ଷ ଟଙ୍କା ନିବେଶ କରି ନିଜର ଷ୍ଟାର୍ଟ ଅପ୍ ଆରମ୍ଭ କରିଥିଲେ। ଏବେ ସେ ଚାକିରି ଛାଡି ନିଜ ବ୍ୟବସାୟରେ ମନୋନିବେଶ କରିଛନ୍ତି। ତାଙ୍କର ଇଛା ନିଜ ବ୍ରାଣ୍ଡର ଫୁଟଓ୍ବେରକୁ ରପ୍ତାନୀ କରିବା। ସେଥିପାଇଁ ସେ ବେଶ୍ ପରିଶ୍ରମ ବି କରୁଛନ୍ତି।
The post ପୁରୁଣା ଟାୟାରରୁ ହୋଇପାରିବ… appeared first on Dharitri Odia News.