ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର ଏହି ତିନି ଦିନିଆ ଗସ୍ତ ସମୟରେ ଇରାନ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଆସିଫ ଅଲି ଜରଦାରୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର, ସିନେଟ ଚେୟାରମ୍ୟାନ ୟୁସୁଫ ରଜା ଗିଲାନି ଇତ୍ୟାଦିଙ୍କୁ ଭେଟିଛନ୍ତି। ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଯୋଗାଣକାରୀଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା। […] The post ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା appeared first on Dharitri Odia News.

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର ଏହି ତିନି ଦିନିଆ ଗସ୍ତ ସମୟରେ ଇରାନ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଆସିଫ ଅଲି ଜରଦାରୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର, ସିନେଟ ଚେୟାରମ୍ୟାନ ୟୁସୁଫ ରଜା ଗିଲାନି ଇତ୍ୟାଦିଙ୍କୁ ଭେଟିଛନ୍ତି। ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଯୋଗାଣକାରୀଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା।

ଆମେରିକା ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଇରାନ ସହ ବାଣିଜ୍ୟ କାରବାର କରିବାକୁ ଚିନ୍ତା କରୁଥିବା ବ୍ୟକ୍ତି ଆମେରିକାର ପ୍ରତିବନ୍ଧକ ହେବାର ସମ୍ଭାବନା ବିଷୟରେ ଅବଗତ ହେବା ଉଚିତ। ଇରାନ ରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏହା କହିଛନ୍ତି।

ଏହି ଗସ୍ତ ସମୟରେ ପାକିସ୍ତାନ ଏବଂ ଇରାନ ଆଠଟି ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ, ଏହି ସପ୍ତାହ ଆରମ୍ଭରେ ଆମେରିକା ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଯୋଗାଣକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ତିନୋଟି ଚାଇନିଜ କମ୍ପାନୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲେ। ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର କହିଛନ୍ତି, ଏହିସବୁ ସଂସ୍ଥା ବହୁ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ରର ପ୍ରସାରକାରୀ ହୋଇଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି।

The post ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା appeared first on Dharitri Odia News.