ହୀରାକୁଦ ଇକୋ ରିଟ୍ରିଟ ୨୦୨୪-୨୫ଉଦଘାଟିତ

ସମ୍ବଲପୁର: ସବୁ ବର୍ଷପରି ଏହି ବର୍ଷ ମଧ୍ୟ ହୀରାକୁଦ ଇକୋ ରିଟ୍ରିଟ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି | ରବିବାର ସକାଳ ୧୧ ଟାରେ ହୀରାକୁଦ ଇକୋ ରିଟ୍ରିଟ ଉଦଘାଟନ ହୋଇଯାଇଛି | ଏହି ସମାରୋହ ରେ ମୁଖ୍ୟ ଅଥିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୁଦିନି ନାୟକ ଯୋଗ ଦେଇ ଥିଲେ | ଉତ୍ତରାଞ୍ଚଳ ଆଇ.ଜି ହିମାଂଶୁ ଲାଲ ଆଇ.ପି.ଏସ , ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ଏସ, ଏସପି ମୁକେଶ […] The post ହୀରାକୁଦ ଇକୋ ରିଟ୍ରିଟ ୨୦୨୪-୨୫ଉଦଘାଟିତ appeared first on Odisha.News.

ହୀରାକୁଦ ଇକୋ ରିଟ୍ରିଟ ୨୦୨୪-୨୫ଉଦଘାଟିତ

ସମ୍ବଲପୁର: ସବୁ ବର୍ଷପରି ଏହି ବର୍ଷ ମଧ୍ୟ ହୀରାକୁଦ ଇକୋ ରିଟ୍ରିଟ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି | ରବିବାର ସକାଳ ୧୧ ଟାରେ ହୀରାକୁଦ ଇକୋ ରିଟ୍ରିଟ ଉଦଘାଟନ ହୋଇଯାଇଛି | ଏହି ସମାରୋହ ରେ ମୁଖ୍ୟ ଅଥିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୁଦିନି ନାୟକ ଯୋଗ ଦେଇ ଥିଲେ | ଉତ୍ତରାଞ୍ଚଳ ଆଇ.ଜି ହିମାଂଶୁ ଲାଲ ଆଇ.ପି.ଏସ , ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ଏସ, ଏସପି ମୁକେଶ କୁମାର ଭାମୁ ଆଇ.ପି.ଏସ , ସମ୍ବଲପୁର ମହାନଗର ନିଗମ କମିସନର ବେଦ ଭୂଷଣ, ଡ଼ି.ଏଫ.ଓ ସମ୍ବଲପୁର କାଳୁଁଗେ ଗୌରଖ ୱାମାନ ଆଇ.ଏଫ.ଏସ, ଆଇ.ପି.ଏସ. (ପ୍ରୋବେଶନର) ଭୋସଲେ ଶୁଭମ ସଞ୍ଜୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର , ଉପଜିଲ୍ଲାପାଳ ଡ଼. ପୁଷ୍ପାଞ୍ଜଳି ପଣ୍ଡା, ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ବିଭୁତି କଲ୍ୟାଣ ପଟେଲ, ସରପଞ୍ଚ କୀଲାସମା ଗୌରୀ ବାରିକ, ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଦଳେଇ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ |
ଏହା ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ | ଏହି ଇକୋ ରିଟ୍ରିରେ ଷ୍ଟାର ହୋଟେଲ ର ରହଣି ସୁବିଧା, ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦ ଖାଦ୍ୟ, ପାନୀୟ, ନାଚ, ଗୀତ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡା, ବୋଟରେ ହୀରାକୁଦ ଜଳରାଶିରେ ବୁଲିବାର ମଜା,ଦୁଃସାହସିକ ଖେଳ ସହ ପ୍ରକୃତି କୋଳଲେ ଅପୂର୍ବ ଅନୁଭୂତି ପର୍ଯ୍ୟଟକ ମାନେ ସାଉଁଟିବେ | ଏହା ସହିତ ହୀରାକୁଦ ଇକୋ ରିଟ୍ରିଟ ଆସିଥିବା ପର୍ଯ୍ୟଟକ ମାନେ ସମଲେଇ ମନ୍ଦିର , ହୀରାକୁଦ ଡ୍ୟାମ, ଡେବ୍ରିଗଡ଼ ଅଭୟାରଣ୍ୟ ଇତ୍ୟାଦି ବୁଲିବା ସହିତ ମଜାନେବେ | ଚଳିତ ବର୍ଷ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ ୨୫ ଗୋଟିଏ ବିଳାସପୂର୍ଣ୍ଣ କଟେଜ ସହିତ ଷ୍ଟାର ହୋଟେଲ ସୁବିଧା ମିଳିବ | ଏହି କଟେଜରେ ଗୋଟିଏ ଦିନର ରହଣି(ସୋମବାରରୁ ଶୁକ୍ରବାର ) ୫ ହଜାର ଟଙ୍କା ଏବଂ ଶନିବାର ଓ ରବିବାର ପ୍ରତି କଟେଜର ମୂଲ୍ୟ ୬ ହଜାର ଟଙ୍କା ସହିତ ସ୍ଵତନ୍ତ୍ର ଦିବସ ଯଥା ୨୨ ଡ଼ିସେମ୍ବରରୁ ୨ ଜାନୁଆରୀ ପାଇଁ ୭ ହଜାର ଟଙ୍କା ରହିଛି | ସୂଚନା ଯେ, ଆଜି ହୀରାକୁଦ ସମେତ କଟକ ଜିଲ୍ଲାର ସାତୋକୋଶିଆ, କନ୍ଧମାଳ ର ଦାରିଙ୍ଗିବାଡି, କୋରାପୁଟର ପୁଟସିଲ ଇକୋ ରିଟ୍ରିଟର, ଗଞ୍ଜାମ ର ସୋନାପୁର ଇକୋ ରିଟ୍ରିଟ , କେନ୍ଦ୍ରାପଡ଼ା ର ଭିତରକନିକା ଇକୋ ରିଟ୍ରିଟର ଉଦଘାଟନ ମଧ୍ୟ ଆଜି ହୋଇଛି।

The post ହୀରାକୁଦ ଇକୋ ରିଟ୍ରିଟ ୨୦୨୪-୨୫ଉଦଘାଟିତ appeared first on Odisha.News.