କିଙ୍ଗ କୋହଲିଙ୍କ ନୂଆ କିର୍ତ୍ତୀମାନ, ଆଇପିଏଲ୍ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି
ଅହମ୍ମଦାବାଦ ୨୩/୦୫ : ଚଳିତ ଆଇପିଏଲ୍ରେ ବିରାଟ କୋହଲି ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ଖେଳାଳି ଭାବେ ସେ ଆଇପିଏଲ୍ରେ ୮୦୦୦ ରନ୍ ପୂରଣ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୩୩ ରନ୍ ସଂଗ୍ରହ କରିବା ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । କୋହଲି ଇତି ମଧ୍ୟରେ ୨୫୨ଟି ଆଇପିଏଲ୍ ମ୍ୟାଚ୍ ଖେଳି ୮୦୦୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୮ଟି ଶତକ ଓ ୫୫ଟି ଅର୍ଦ୍ଧଶତକ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶିଖର ଧାୱନ । ସେ ୬୭୬୯ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୬୬୨୮ ରନ୍ ସହ ତୃତୀୟ, ଡେଭିଡ ୱାର୍ଣ୍ଣର ୬୫୬୫ ରନ୍ ସହ ତୃତୀୟ, ସୁରେଶ ରାଇନା ୫୫୨୮ ରନ୍ ସହ ଚତୁର୍ଥ ଓ ମହେନ୍ଦ୍ର ସିଂହ ଧୋନି ୫୨୩୪ ରନ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଆଇପିଏଲ୍ରେ ପ୍ରଥମ ଖେଳାଳି ଭାବେ ୧୦୦୦ ରନ ପୂରଣ କରିଥିଲେ ଆଡାମ ଗିଲଖ୍ରୀଷ୍ଟ । ଏହାପରେ ରାଇନା ପ୍ରଥମେ ୨୦୦୦ ଓ ୩୦୦୦ ରନ୍ ପୂରଣ କରିଥିଲେ । କୋହଲି ପ୍ରଥମ ଖେଳାଳି ଭାବେ ୪୦୦୦ ରନ୍ ଓ ରାଇନା ପ୍ରଥମ ଖେଳାଳି ଭାବେ ୫୦୦୦ ରନ୍ ପୂରଣ କଲେ । ଏହା ପରଠୁ କୋହଲିଙ୍କ ଆଧିପତ୍ୟ ଜାରି ରହିଛି । ସେ ପ୍ରଥମ ଖେଳାଳି ଭାବେ ୬୦୦୦, ୭୦୦୦ ଓ ୮୦୦୦ ରନ୍ କ୍ଲବ୍ରେ ପହଞ୍ଚିଛନ୍ତି ।
ଅହମ୍ମଦାବାଦ ୨୩/୦୫ : ଚଳିତ ଆଇପିଏଲ୍ରେ ବିରାଟ କୋହଲି ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ଖେଳାଳି ଭାବେ ସେ ଆଇପିଏଲ୍ରେ ୮୦୦୦ ରନ୍ ପୂରଣ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୩୩ ରନ୍ ସଂଗ୍ରହ କରିବା ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ।
କୋହଲି ଇତି ମଧ୍ୟରେ ୨୫୨ଟି ଆଇପିଏଲ୍ ମ୍ୟାଚ୍ ଖେଳି ୮୦୦୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୮ଟି ଶତକ ଓ ୫୫ଟି ଅର୍ଦ୍ଧଶତକ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶିଖର ଧାୱନ । ସେ ୬୭୬୯ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୬୬୨୮ ରନ୍ ସହ ତୃତୀୟ, ଡେଭିଡ ୱାର୍ଣ୍ଣର ୬୫୬୫ ରନ୍ ସହ ତୃତୀୟ, ସୁରେଶ ରାଇନା ୫୫୨୮ ରନ୍ ସହ ଚତୁର୍ଥ ଓ ମହେନ୍ଦ୍ର ସିଂହ ଧୋନି ୫୨୩୪ ରନ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଆଇପିଏଲ୍ରେ ପ୍ରଥମ ଖେଳାଳି ଭାବେ ୧୦୦୦ ରନ ପୂରଣ କରିଥିଲେ ଆଡାମ ଗିଲଖ୍ରୀଷ୍ଟ ।
ଏହାପରେ ରାଇନା ପ୍ରଥମେ ୨୦୦୦ ଓ ୩୦୦୦ ରନ୍ ପୂରଣ କରିଥିଲେ । କୋହଲି ପ୍ରଥମ ଖେଳାଳି ଭାବେ ୪୦୦୦ ରନ୍ ଓ ରାଇନା ପ୍ରଥମ ଖେଳାଳି ଭାବେ ୫୦୦୦ ରନ୍ ପୂରଣ କଲେ । ଏହା ପରଠୁ କୋହଲିଙ୍କ ଆଧିପତ୍ୟ ଜାରି ରହିଛି । ସେ ପ୍ରଥମ ଖେଳାଳି ଭାବେ ୬୦୦୦, ୭୦୦୦ ଓ ୮୦୦୦ ରନ୍ କ୍ଲବ୍ରେ ପହଞ୍ଚିଛନ୍ତି ।