ସ୍ୱଚ୍ଛ ଭାରତ ସଂଗଠନ ଓ ଯୋଗ ସମିତି ପକ୍ଷରୁ ଅଭିନବ ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ପବିତ୍ର ରକ୍ଷା ବନ୍ଧନ ଅବସରରେ ଆଜି ପତଞ୍ଜଲି ଯୋଗ ସମିତି ସୋନପୁର ଶାଖା ଓ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ଆୟକର ବିଭାଗ ସମ୍ବୁଖ ଲଲୁ ପଡ଼ିଆ ଠାରେ ବ୍ରୁକ୍ଷ ରୋପଣ କରଯାଇଥିବା ବୃକ୍ଷ ମାନଙ୍କୁ ପୂଜା କରାଯାଇ ମହିଳା ସଦସ୍ୟ ମାନଙ୍କ ଦ୍ଵାରା ରକ୍ଷା ବନ୍ଧନ କରଯାଇଥିଲା। ଏହି କାର୍ଯ୍ଯକ୍ରମ ରେ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ତଥା ସଂଯୋଜକ ଶ୍ରୀ ଜ୍ୟୋତି […] The post ସ୍ୱଚ୍ଛ ଭାରତ ସଂଗଠନ ଓ ଯୋଗ ସମିତି ପକ୍ଷରୁ ଅଭିନବ ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ପବିତ୍ର ରକ୍ଷା ବନ୍ଧନ ଅବସରରେ ଆଜି ପତଞ୍ଜଲି ଯୋଗ ସମିତି ସୋନପୁର ଶାଖା ଓ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ଆୟକର ବିଭାଗ ସମ୍ବୁଖ ଲଲୁ ପଡ଼ିଆ ଠାରେ ବ୍ରୁକ୍ଷ ରୋପଣ କରଯାଇଥିବା ବୃକ୍ଷ ମାନଙ୍କୁ ପୂଜା କରାଯାଇ ମହିଳା ସଦସ୍ୟ ମାନଙ୍କ ଦ୍ଵାରା ରକ୍ଷା ବନ୍ଧନ କରଯାଇଥିଲା। ଏହି କାର୍ଯ୍ଯକ୍ରମ ରେ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ତଥା ସଂଯୋଜକ ଶ୍ରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଏହାର ଯତ୍ନ ପାଇଁ ସଂକଳ୍ପ ନେବାକୁ ପରାମର୍ଶ କରିଥିଲେ । କଥାରେ ଅଛି ଗଛ ବଞ୍ଚିଲେ ପୃଥିବୀ ବଞ୍ଚିବ। ବର୍ତ୍ତମାନ ଆମେ ଯଦି ପରିବେଶ ସୁରକ୍ଷା ପ୍ରତି ସଜାଗ ନ ହେବା ତାହାଲେ ଆଗକୁ ମଣିଷ ସମେତ ସମସ୍ତ ଜୀବ ଜଗତ ବଞ୍ଚିବା କଷ୍ଟକର ହୋଇ ଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପ୍ରତି ବର୍ଷ ପରି ଉଭୟ ସଂଗଠନର ମିଳିତ ସହଯୋଗରେ ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ଜାଗାରେ ବୃକ୍ଷ ର ସୁରକ୍ଷା ପାଇଁ ବୃକ୍ଷ ଦେବତାଙ୍କୁ ପୁଜା ଅର୍ଚ୍ଚନା କରି ରକ୍ଷା ବନ୍ଧନ କରିଥାନ୍ତି। ପରିବେଶ ସୁରକ୍ଷା ବୃକ୍ଷର ରକ୍ଷା ସଚେତନତା ବାର୍ତ୍ତା ଲକ୍ଷ୍ୟ ନେଇ ପ୍ରତି ବର୍ଷ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସହର ର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
The post ସ୍ୱଚ୍ଛ ଭାରତ ସଂଗଠନ ଓ ଯୋଗ ସମିତି ପକ୍ଷରୁ ଅଭିନବ ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ appeared first on Odisha.News.