ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର ବିଏସ୍‌ପିରୁ ଇସ୍ତଫା ଦେଇଛନ୍ତି। ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି। ଆର୍‌ଏଲ୍‌ଡିରେ ସାମିଲ ହେବା ପରେ ମାଲୁକ ନାଗର କହିଛନ୍ତି, ମୁଁ ୨୦୦୬ରୁ ବିଏସ୍‌ପିରେ ଅଛି। ଏହା ଏକ ଐତିହାସିକ ରେକର୍ଡ, କାରଣ ବିଏସ୍‌ପିରେ କୌଣସି ନେତା ୧୮ ବର୍ଷ ଯାଏ ରହିନାହାନ୍ତି। ବିଏସ୍‌ପିରେ ନେତା ଦଳରୁ ବହିଷ୍କୃତ ହେଉଛନ୍ତି କିମ୍ବା ଦଳ […] The post ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା appeared first on Dharitri Odia News.

ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର ବିଏସ୍‌ପିରୁ ଇସ୍ତଫା ଦେଇଛନ୍ତି। ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି।

ଆର୍‌ଏଲ୍‌ଡିରେ ସାମିଲ ହେବା ପରେ ମାଲୁକ ନାଗର କହିଛନ୍ତି, ମୁଁ ୨୦୦୬ରୁ ବିଏସ୍‌ପିରେ ଅଛି। ଏହା ଏକ ଐତିହାସିକ ରେକର୍ଡ, କାରଣ ବିଏସ୍‌ପିରେ କୌଣସି ନେତା ୧୮ ବର୍ଷ ଯାଏ ରହିନାହାନ୍ତି। ବିଏସ୍‌ପିରେ ନେତା ଦଳରୁ ବହିଷ୍କୃତ ହେଉଛନ୍ତି କିମ୍ବା ଦଳ ଛାଡ଼ିଛନ୍ତି। ୨୦୨୨ରେ ବିଧାୟକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହିଁ, ୨୦୨୪ରେ ଏମ୍‌ପି ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିନାହିଁ। ଘରେ ବସି ଦେଶ ପାଇଁ କାମ ନ କରିବା ଠିକ୍‌ ନୁହେଁ। ସେଥିଲାଗି ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି।

କହିରଖୁଛୁ, ବିଏସ୍‌ପି ମୁଖ୍ୟ ମାୟାବତୀ ଏଥର ମାଲୁକ ନାଗରଙ୍କ ଟିକେଟ କାଟି ଦେଇଛନ୍ତି। ତାଙ୍କ ସ୍ଥାନରେ ଦଳ ବିଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛି। ଏନେଇ ନିରାଶ ହୋଇ ନାଗର ଦଳ ଛାଡ଼ିଥିବା କୁହାଯାଉଛି। ତେବେ ବିଏସ୍‌ପିର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ନାଗରଙ୍କୁ ଗଣନା କରାଯାଏ। ତାଙ୍କୁ ମାୟାବତୀଙ୍କ ପାଖ ଲୋକ ବୋଲି କୁହାଯାଏ। ଏଣୁ ସେ ଦଳରୁ ଇସ୍ତଫା ଦେବା ବଡ଼ ଝଟ୍‌କା ବୋଲି କୁହାଯାଉଛି।

The post ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା appeared first on Dharitri Odia News.