ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା ଘଟଣା, ନିଲମ୍ୱିତ ହେଲେ ଇନ୍ସପେକ୍ଟର ତପନ ନାହାକ
ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରିବା ଘଟଣାରେ ନିଲମ୍ୱିତ ହେଲେ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ । ତାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ଡିଜି ୱାଇ.ବି ଖୁରାନିଆ । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ତପନ । ସୂଚନାନୁସାରେ, ସୋମବାର […]

ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରିବା ଘଟଣାରେ ନିଲମ୍ୱିତ ହେଲେ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ । ତାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ଡିଜି ୱାଇ.ବି ଖୁରାନିଆ । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ତପନ ।
ସୂଚନାନୁସାରେ, ସୋମବାର ଜଣେ ମହିଳା ହୋମଗାର୍ଡ ଅଭିଯୋଗ ଆଣିଥିଲେ ଯେ, ନିଲମ୍ବିତ କୁଜଙ୍ଗ ଆଇଆଇସି ତପନ ନାହାକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା କରିଛନ୍ତି । ଯାହାକୁ ନେଇ ଉକ୍ତ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ପରେ ଥାନା ଅଧିକାରୀ ତପନ ନାହାକ ଖବର ପାଇ ଫେରାର ହୋଇ ଯାଇଥିଲେ। ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ତାଙ୍କୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।