ପବିତ୍ର ବସନ୍ତ ପଞ୍ଚମୀ; ଧରାପୃଷ୍ଠରେ ମା’ ବିଦ୍ୟାଦାୟିନୀ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜାର୍ଚ୍ଚନା
ଭୁବନେଶ୍ବର: ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି । ହିନ୍ଦୁ ପଞ୍ଚାଙ୍ଗରେ, ଏହାକୁ ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ବୋଲି କୁହାଯାଏ । ଆଜିର ପବିତ୍ର ଦିନରେ ଧରାବତରଣ କରିଛନ୍ତି ବାଗଦେବୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା’ ବିଦ୍ୟାଦାୟିନୀ ସରସ୍ବତୀଙ୍କୁ ଭକ୍ତିର ସହ ପୂଜାର୍ଚ୍ଚନା କରୁଛନ୍ତି ଛାତ୍ରଛାତ୍ରୀ । ମା’ଙ୍କୁ ସରସ୍ବତୀ ବାଗଦେବୀ, ବୀଣାପାଣି, ଶାରଦା ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଦେବୀ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି । ସେପଟେ ଶ୍ରୀମନ୍ଦିରରେ ମଧ୍ୟ ମା' ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହେବ । ଏହାସହ ଆଜି ୩ ରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ମା’ ସରସ୍ବତୀ ହେଉଛନ୍ତି, ଜ୍ଞାନ, ବୁଦ୍ଧି, ବିଦ୍ୟା, ବାଣୀର ଦେବୀ। ବିଶ୍ବାସ ରହିଛି ମା’ ସରସ୍ବତୀଙ୍କ ପୂଜା ଆରାଧନା କଲେ ବୁଦ୍ଧି ଏବଂ ବିଦ୍ୟା ପ୍ରାପ୍ତ ହୋଇଥାଏ। ବସନ୍ତ ପଞ୍ଚମୀ ବସନ୍ତ ଋତୁର ଆଗମନର ମଧ୍ୟ ପ୍ରତୀକ। ଧାର୍ମିକ ମାନ୍ୟତା ରହିଛି ବସନ୍ତ ପଞ୍ଚମୀର ଦିନ ଜ୍ଞାନର ଦେବୀ ମା’ ସରସ୍ବତୀ ପ୍ରକଟ ହୋଇଥିଲେ। ଏହି କାରଣରୁ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ଭାବରେ ପାଳନ କରାଯାଏ। ସରସ୍ବତୀ ପୂଜା ସମଗ୍ର ଦେଶରେ ଖୁବ୍ ଧୁମ୍ଧାମରେ ପାଳନ ହେଉଛି । ବସନ୍ତ ପଞ୍ଚମୀର ଧାର୍ମିକ ଏବଂ ଆଧ୍ୟାତ୍ମିକ ମାହାତ୍ମ୍ୟ ରହିଛି । ବସନ୍ତ ପଞ୍ଚମୀ ଚାଷୀଙ୍କ ପାଇଁ ମଧ୍ୟ ଖୁବ୍ ମହତ୍ବପୂର୍ଣ୍ଣ। କାରଣ ଏହ
ଭୁବନେଶ୍ବର: ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି । ହିନ୍ଦୁ ପଞ୍ଚାଙ୍ଗରେ, ଏହାକୁ ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ବୋଲି କୁହାଯାଏ । ଆଜିର ପବିତ୍ର ଦିନରେ ଧରାବତରଣ କରିଛନ୍ତି ବାଗଦେବୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା’ ବିଦ୍ୟାଦାୟିନୀ ସରସ୍ବତୀଙ୍କୁ ଭକ୍ତିର ସହ ପୂଜାର୍ଚ୍ଚନା କରୁଛନ୍ତି ଛାତ୍ରଛାତ୍ରୀ । ମା’ଙ୍କୁ ସରସ୍ବତୀ ବାଗଦେବୀ, ବୀଣାପାଣି, ଶାରଦା ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଦେବୀ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି । ସେପଟେ ଶ୍ରୀମନ୍ଦିରରେ ମଧ୍ୟ ମା' ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହେବ । ଏହାସହ ଆଜି ୩ ରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ ।
ମା’ ସରସ୍ବତୀ ହେଉଛନ୍ତି, ଜ୍ଞାନ, ବୁଦ୍ଧି, ବିଦ୍ୟା, ବାଣୀର ଦେବୀ। ବିଶ୍ବାସ ରହିଛି ମା’ ସରସ୍ବତୀଙ୍କ ପୂଜା ଆରାଧନା କଲେ ବୁଦ୍ଧି ଏବଂ ବିଦ୍ୟା ପ୍ରାପ୍ତ ହୋଇଥାଏ। ବସନ୍ତ ପଞ୍ଚମୀ ବସନ୍ତ ଋତୁର ଆଗମନର ମଧ୍ୟ ପ୍ରତୀକ। ଧାର୍ମିକ ମାନ୍ୟତା ରହିଛି ବସନ୍ତ ପଞ୍ଚମୀର ଦିନ ଜ୍ଞାନର ଦେବୀ ମା’ ସରସ୍ବତୀ ପ୍ରକଟ ହୋଇଥିଲେ। ଏହି କାରଣରୁ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ଭାବରେ ପାଳନ କରାଯାଏ।
ସରସ୍ବତୀ ପୂଜା ସମଗ୍ର ଦେଶରେ ଖୁବ୍ ଧୁମ୍ଧାମରେ ପାଳନ ହେଉଛି । ବସନ୍ତ ପଞ୍ଚମୀର ଧାର୍ମିକ ଏବଂ ଆଧ୍ୟାତ୍ମିକ ମାହାତ୍ମ୍ୟ ରହିଛି । ବସନ୍ତ ପଞ୍ଚମୀ ଚାଷୀଙ୍କ ପାଇଁ ମଧ୍ୟ ଖୁବ୍ ମହତ୍ବପୂର୍ଣ୍ଣ। କାରଣ ଏହି ବସନ୍ତ ଋତୁର ଆରମ୍ଭ ଏବଂ କୃଷି ବିହନ ବୁଣିବା ସମୟର ପ୍ରତୀକ। ଚାଷୀ କ୍ଷେତକୁ ପ୍ରସ୍ତୁତ କରିଥାନ୍ତି। ଏହି ଦିନ ଛୋଟ ପିଲାଙ୍କୁ ଖଡ଼ି ଛୁଆଁଯାଇଥାଏ। ସ୍କୁଲ ଏବଂ କଲେଜରେ ମଧ୍ୟ ସଫଳତା ଏବଂ ଜ୍ଞାନର ଦେବୀଙ୍କ ଆଶୀର୍ବାଦ ନେବା ପାଇଁ ସରସ୍ବତୀଙ୍କ ପୂଜା କରାଯାଇଥାଏ।