‘ନଳକୂପ ନ ହେଲେ ଭୋଟ ନାହିଁ’

ପାପଡ଼ାହାଣ୍ଡି,୧୫।୧(ସ୍ବପ୍ନଜିତ ପଟ୍ଟନାୟକ): ସାହିରେ ନାହିଁ ନଳକୂପ। ପାନୀୟ ଜଳ ପାଇଁ ଲୋକେ ଭୋଗୁଛନ୍ତି ସମସ୍ୟା। ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନଧିଙ୍କୁ ଅବଗତ କଲେ ବି କିଛି ସୁଫଳ ମିଳୁନି। ତେଣୁ ନଳକୂପ ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ପ୍ରଧାନୀଗୁଡା ଗ୍ରାମର ମାଝି ସାହି ବାସିନ୍ଦା। ପାଣି ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ପ୍ରାୟ ୧୬ […] The post ‘ନଳକୂପ ନ ହେଲେ ଭୋଟ ନାହିଁ’ appeared first on Dharitri Odia News.

‘ନଳକୂପ ନ ହେଲେ ଭୋଟ ନାହିଁ’

ପାପଡ଼ାହାଣ୍ଡି,୧୫।୧(ସ୍ବପ୍ନଜିତ ପଟ୍ଟନାୟକ): ସାହିରେ ନାହିଁ ନଳକୂପ। ପାନୀୟ ଜଳ ପାଇଁ ଲୋକେ ଭୋଗୁଛନ୍ତି ସମସ୍ୟା। ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନଧିଙ୍କୁ ଅବଗତ କଲେ ବି କିଛି ସୁଫଳ ମିଳୁନି। ତେଣୁ ନଳକୂପ ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ପ୍ରଧାନୀଗୁଡା ଗ୍ରାମର ମାଝି ସାହି ବାସିନ୍ଦା। ପାଣି ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ପ୍ରାୟ ୧୬ ପରିବାର ଏହି ସାହିରେ ବସବାସ କରନ୍ତି। ଦୀର୍ଘ ଦିନ ଧରି ସାହିରେ ପାନୀୟ ଜଳ ସମସ୍ୟା ରହିଛି। ଏଠାରେ ପାନୀୟ ଜଳ ଯୋଗାଣ ପାଇଁ ଗୋଟିଏ ଟ୍ୟାପ ରହିଛି। ସେଥିରେ ପୁଣି ଦିନକୁ ୨ ରୁ ୩ ଘଣ୍ଟା ପାଣି ଆସେ। ଉକ୍ତ ସମୟକୁ ସାହି ଲୋକ ସବୁ କାମ ଧନ୍ଦା ଛାଡି ଚାହିଁ ରହିଥାନ୍ତି। ହାଣ୍ଡିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼େ। ଅନ୍ୟ କୌଣସି ସୁବିଧା ନ ଥିବାରୁ ଲୋକେ ପାଣି ଲାଗି ଅସୁବିଧା ଭୋଗୁଛନ୍ତି। ବିଜୁଳି ଗଲେ ପାଣି ଯୋଗାଣ ବି ବନ୍ଦ ରହୁଥିବା ସାହି ଲୋକ କହିଛନ୍ତି। ପାଣି ସମସ୍ୟା ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ବିଡିଓ, ବିଧାୟକ ସମସ୍ତଙ୍କୁ ଜଣାଇଥିବା ଲୋକେ କହିଛନ୍ତି। ସାହିରେ ନଳକୂପଟିଏ ଖୋଳିବା ଲାଗି ଦାବି କରି ଆସୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେହି ବି ଏହାକୁ ଗୁରୁତ୍ୱ ଦେଉ ନ ଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ସାହିରେ ନଳକୂପ ଖନନ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ଦେବେନାହିଁ ବୋଲି ୱାର୍ଡ ସଭ୍ୟ ସୁବାସ ଗୌଡ଼, କର୍ଣ୍ଣବତୀ ଗୌଡ଼, ଲଖମୀ ମାଝି, ସୁକନ ମାଝି, ଡାଳିମ୍ବ ଗୌଡ଼, ଜ୍ୟୋସଦା ଗୌଡ଼, ପାର ଗୌଡ଼, ଦାଶରଥି ଗୌଡ଼, ନିଗମ ମାଝି, ଡମୁ ଗୌଡ଼, ବୁଦୁ ଗୌଡ଼, ଚନ୍ଦ୍ର ମାଝି, ଲଳିନ୍ଦ୍ର ଗୌଡ଼, ରମା ଗୌଡ଼, ଲଛମା ଗୌଡ଼, ଯମୁନା ଗୌଡ଼, ନନ୍ଦା ଗୌଡ଼, ଜ୍ୟୋତି ଗୌଡ଼, କନକ ଗୌଡ଼, ଘନ ଗୌଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ଗାଁରେ ସ୍ଥିତି ଅନୁଧ୍ୟାନ କରାଯିବ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ମାନଦଣ୍ଡ ପୂରଣ ହେଉଥିଲେ ସେଠାରେ ନଳକୂପ ଖନନ ପାଇଁ ଜିଲା ପ୍ରଶାସନକୁ ଜଣାଇବେ ବୋଲି କହିଛନ୍ତି।

The post ‘ନଳକୂପ ନ ହେଲେ ଭୋଟ ନାହିଁ’ appeared first on Dharitri Odia News.