ଭଉଣୀଙ୍କୁ ସ୍ବାମୀ, ମା’ଙ୍କୁ ଶ୍ୱଶୁର ନେଇ ଫେରାର, ଏବେ ମୁଁ କୁଆଡେ ଯିବି…କାନ୍ଦି କାନ୍ଦି ଥାନାରେ ପହଞ୍ଚି…

ପାଟନା,୨୨।୬: ବିହାରର ମୁଜାଫରପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୋଲିସ ଷ୍ଟେଶନରେ ସହାୟତା ପାଇଁ ପହଞ୍ଚିଥିଲେ। ହେଲେ ପୋଲିସ ତାଙ୍କର ଅଭିଯୋଗ ଶୁଣି ତାଜୁବ ହୋଇଯାଇଥିଲା। କାରଣ ତାଙ୍କ ସାନ ଭଉଣୀଙ୍କୁ ସ୍ବାମୀ ଏବଂ ମା’ଙ୍କୁ ଶ୍ୱଶୁର ନେଇ ଫେରାର ହୋଇଯାଇଥିବା ସେ କହିଥିଲେ। ଏଭଳି ସ୍ଥିତିରେ ସେ କ’ଣ କରିବେ, କେଉଁଠାକୁ ଯିବେ ବୋଲି ପୋଲିସକୁ ପଚାରିଥିଲେ। ପୋଲିସ ମହିଳାଙ୍କ କଥା ଶୁଣି ଚକିତ ହୋଇଯାଇଥିଲା। ମହିଳାଙ୍କ ଅଭିଯୋଗକ୍ରମେ ମାମଲା […] The post ଭଉଣୀଙ୍କୁ ସ୍ବାମୀ, ମା’ଙ୍କୁ ଶ୍ୱଶୁର ନେଇ ଫେରାର, ଏବେ ମୁଁ କୁଆଡେ ଯିବି…କାନ୍ଦି କାନ୍ଦି ଥାନାରେ ପହଞ୍ଚି… appeared first on Dharitri Odia News.

ଭଉଣୀଙ୍କୁ ସ୍ବାମୀ, ମା’ଙ୍କୁ ଶ୍ୱଶୁର ନେଇ ଫେରାର, ଏବେ ମୁଁ କୁଆଡେ ଯିବି…କାନ୍ଦି କାନ୍ଦି ଥାନାରେ ପହଞ୍ଚି…

ପାଟନା,୨୨।୬: ବିହାରର ମୁଜାଫରପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୋଲିସ ଷ୍ଟେଶନରେ ସହାୟତା ପାଇଁ ପହଞ୍ଚିଥିଲେ। ହେଲେ ପୋଲିସ ତାଙ୍କର ଅଭିଯୋଗ ଶୁଣି ତାଜୁବ ହୋଇଯାଇଥିଲା। କାରଣ ତାଙ୍କ ସାନ ଭଉଣୀଙ୍କୁ ସ୍ବାମୀ ଏବଂ ମା’ଙ୍କୁ ଶ୍ୱଶୁର ନେଇ ଫେରାର ହୋଇଯାଇଥିବା ସେ କହିଥିଲେ। ଏଭଳି ସ୍ଥିତିରେ ସେ କ’ଣ କରିବେ, କେଉଁଠାକୁ ଯିବେ ବୋଲି ପୋଲିସକୁ ପଚାରିଥିଲେ। ପୋଲିସ ମହିଳାଙ୍କ କଥା ଶୁଣି ଚକିତ ହୋଇଯାଇଥିଲା। ମହିଳାଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ମହିଳାଙ୍କ ସ୍ବାମୀ ଚମକାଇବା ଭଳି ଖୁଲାସା କରିଥିଲେ।

ମାମଲାଟି ସକରା ଥାନା ଅଞ୍ଚଳର। ଏଠାରେ ରହୁଥିବା ସୁଧା କୁମାରୀ ଜୁନ୍‌ ୯ରେ ଥାନାରେ ପହଞ୍ଚି କହିଥିଲେ ଯେ, ସେ ଫରିଦାପୁର ଗ୍ରାମର। ୨୦୨୧ ଜୁନ ୨୭ରେ ତାଙ୍କର ଛୋଟୁ ନାମକ ଯୁବକଙ୍କ ସହ ବିବାହ ହୋଇଥିଲା। ସେ ଭଗବାନପୁରର ବାସିନ୍ଦା। ବିବାହ ପରେ ଦୁହେଁ ଭଲରେ ରହୁଥିଲେ। ଝିଅ ବି ଜନ୍ମ ହୋଇଥିଲା। ଏସବୁ ମଧ୍ୟରେ ତାଙ୍କର ସାନ ଭଉଣୀ(ନାବାଳିକା)ଙ୍କ ସହ ଛୋଟୁ ଫୋନରେ କଥା ହେଉଥିଲେ। ଏହି କଥାବାର୍ତ୍ତା କେତେବେଳେ ପ୍ରେମରେ ପରିଣତ ହୋଇଥିଲା, ତାଙ୍କୁ ଜଣାପନି ନ ଥିଲା। କିଛିଦିନ ଧରି ସ୍ବାମୀଙ୍କ ବ୍ୟବହାର ବଦଳି ଯାଇଥିଲା। ଅନେକ ପ୍ରକାରର ଅଭିଯୋଗ ଲଗାଇଥିଲେ। ଏପରିକି ତାଙ୍କଠାରୁ ଦୂରେଇଯିବାକୁ ଚେଷ୍ଟା କରିଥିଲେ।

ଜୁନ ୩ରେ ଛୋଟୁ ତାଙ୍କ ଭଉଣୀଙ୍କୁ ନେଇ ଫେରାର ହୋଇଯାଇଥିଲେ।ଉଭୟ ମୁଜଫରପୁର ଷ୍ଟେଶନରେ ବିବାହ କରିନେଇଥିଲେ। ଏହାପରେ ସେ ଘରକୁ ଯାଇ ମା’ ଫୁଲ କୁମାରୀ(୪୫)ଙ୍କୁ ଭଉଣୀଙ୍କ କଥା କହିଥିଲେ। ଜୁନ୍‌ ୫ରେ ଫୁଲ କୁମାରୀ ଶ୍ୱଶୁର ଘରକୁ ଯାଇ ଏ ବିଷୟରେ କଥା ହେବେ ବୋଲି କହିଥିଲେ। ହେଲେ ସେବେଠାରୁ ସେ ଫେରି ନ ଥିବା ସୁଧା କହିଛନ୍ତି।

କିଛି ଦି ପରେ ମା’ ଏବଂ ଶ୍ୱଶୁର ବିରାଜୀ ଭଗତଙ୍କ ସହ ଗାଁରୁ ଫେରାର ହୋଇଯାଇଥିଲେ। ଏବେ ସେମାନେ ଦିଲ୍ଲୀରେ ଅଛନ୍ତି। ଭଉୟ ଏବେ ଦିଲ୍ଲୀରେ ଅଛନ୍ତି। କେହି ବି ତାଙ୍କ ଫୋନ ଉଠାଉନାହାନ୍ତି। ଏମିତିରେ ତାଙ୍କର ସହାୟତା କରିବାକୁ ସୁଧା ଦାବି କରିଛନ୍ତି। କାରଣ କୁନି ଶିଶୁକୁ ନେଇ ସେ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ କହିଛନ୍ତି।

ପୋଲିସ ଯାଞ୍ଚ କରି ଛୋଟୁଙ୍କୁ ଏନେଇ ପଚାରିବାରେ ଶାଶୁ ହିଁ ତାଙ୍କ ବିବାହ କରାଇଥିବା କହିଥିଲେ। ଏହା ବଦଳରେ ଶାଶୁ ତାଙ୍କୁ କାର୍‌ ଏବଂ ଟଙ୍କା ଦେବେ ବୋଲି କହିଥିଲେ। ସେ ଉଭୟ ସ୍ତ୍ରୀଙ୍କ ସହ ରହିବାକୁ ଚାହୁଁଥିବା ସେ କହିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଗକୁ ଏହି କାହାଣୀ କି ମୋଡ଼ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

The post ଭଉଣୀଙ୍କୁ ସ୍ବାମୀ, ମା’ଙ୍କୁ ଶ୍ୱଶୁର ନେଇ ଫେରାର, ଏବେ ମୁଁ କୁଆଡେ ଯିବି…କାନ୍ଦି କାନ୍ଦି ଥାନାରେ ପହଞ୍ଚି… appeared first on Dharitri Odia News.