ଘୁମୁସର ବନଖଣ୍ଡରେ ୭୬ ହାତୀପଲ ଘର ଭାଙ୍ଗିଲେ, ନର୍ସରୀ ନଷ୍ଟକଲେ
ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୬୭ଟି ହାତୀ ଥିବା ବେଳେ ଘୁମୁସର ଦକ୍ଷିଣ ବନଖଣ୍ଡରେ ୯ଟି ହାତୀ ଥିବା ଜଣାପଡିଛି। ହାତୀପଲ ସାହେଲେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ପଶି ଫସଲ ସମେତ ବିଭିନ୍ନ କ୍ଷତି କରୁଛନ୍ତି। ପରେ ଜଙ୍ଗଲକୁ ଫେରି ଯାଉଛନ୍ତି। ଏହିଭଳି ଶୁକ୍ରବାର ସକାଳେ ଏକ ୨୫ ଟିକିଆ ହାତୀପଲ ଜଙ୍ଗଲକୁ ଫେରିଯିବା ପୂର୍ବରୁ ଘୁମୁସର ଉତ୍ତର ବନଖଣ୍ଡ ଗାଲେରୀ ରେଞ୍ଜ ରାଣିକିଆରି […] The post ଘୁମୁସର ବନଖଣ୍ଡରେ ୭୬ ହାତୀପଲ ଘର ଭାଙ୍ଗିଲେ, ନର୍ସରୀ ନଷ୍ଟକଲେ appeared first on Dharitri Odia News.
ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୬୭ଟି ହାତୀ ଥିବା ବେଳେ ଘୁମୁସର ଦକ୍ଷିଣ ବନଖଣ୍ଡରେ ୯ଟି ହାତୀ ଥିବା ଜଣାପଡିଛି। ହାତୀପଲ ସାହେଲେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ପଶି ଫସଲ ସମେତ ବିଭିନ୍ନ କ୍ଷତି କରୁଛନ୍ତି। ପରେ ଜଙ୍ଗଲକୁ ଫେରି ଯାଉଛନ୍ତି। ଏହିଭଳି ଶୁକ୍ରବାର ସକାଳେ ଏକ ୨୫ ଟିକିଆ ହାତୀପଲ ଜଙ୍ଗଲକୁ ଫେରିଯିବା ପୂର୍ବରୁ ଘୁମୁସର ଉତ୍ତର ବନଖଣ୍ଡ ଗାଲେରୀ ରେଞ୍ଜ ରାଣିକିଆରି ନର୍ସରୀ ଭିତରେ ପଶି ବହୁ ଚାରା ନଷ୍ଟ କରିଦେଇଛନ୍ତି। ଏଥିସହ ନର୍ସରୀ ନିକଟରେ ଥିବା ଏକ ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହା ପୁର୍ବରୁ ମୁଜାଗଡ଼ ରେଞ୍ଜ ଦଦରାଲୁଣ୍ଡାଧରେ ଥିବା ଏକ ଗୋଖାଦ୍ୟ ଗୋଦାମକୁ ବୁଧବାର ରାତିରେ ଭାଙ୍ଗି ବ୍ୟାପକ ନଷ୍ଟ କରିଥିଲେ। ଏ ନେଇ ଗାଲେରୀ ରେଞ୍ଜର ଆଶାଲତା ଦିଗାଲଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ସେ ଫୋନ ନ ଉଠାଇବାରୁ ତାଙ୍କର ମତାମତ ନିଆଯାଇ ପାରିନାହିଁ। ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ବନ୍ୟପ୍ରାଣୀ ଏବଂ ମଣିଷ ଉଭୟ କିଭଳି ସୁରକ୍ଷିତ ରହିପାରିବେ ସେଥିପାଇଁ ବିଭାଗୀୟ କର୍ମଚାରୀ ଚେଷ୍ଟିତ। ହାତୀକୁ ଘଉଡ଼ା ଯାଉଛି। ଯେଉଁ ମାନଙ୍କ ଫସଲ କ୍ଷତି ହେଉଛି ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ସହାୟତା ଦେବା ବ୍ୟବସ୍ଥା ହେଉଛି। ଏଥିସହ ଜଙ୍ଗଲ ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରାଯାଉଛି।
The post ଘୁମୁସର ବନଖଣ୍ଡରେ ୭୬ ହାତୀପଲ ଘର ଭାଙ୍ଗିଲେ, ନର୍ସରୀ ନଷ୍ଟକଲେ appeared first on Dharitri Odia News.