ଭାରତରୁ ହିଁ ହୋଇଯିବ ହେବ ୟୁକେ, ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟରେ ପାଠପଢ଼ା; ୟୁଜିସିରୁ ମିଳିଲା ଅନୁମତି
ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି (NEP) ୨୦୨୦ର ପଞ୍ଚମ ବର୍ଷପୂର୍ତ୍ତି ଅବସରରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ଅନୁଦାନ ଆୟୋଗ (UGC) ୟୁକେ ଏବଂ ଅଷ୍ଟ୍ରେଲିଆର ଚାରିଟି ପ୍ରମୁଖ ବିଦେଶୀ ବିଶ୍ବବିଦ୍ୟାଳୟଙ୍କୁ ଭାରତରେ ସେମାନଙ୍କର କ୍ୟାମ୍ପସ ସ୍ଥାପନ କରିବାକୁ ଅନୁମତି ମିଳିଛି। ୨୦୨୬ରୁ ଏହି ବିଶ୍ବବିଦ୍ୟାଳୟ ଶିକ୍ଷାଦାନ ଆରମ୍ଭ କରିବେ। ୟୁକେର ପ୍ରତିଷ୍ଠିତ ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲକୁ ମୁମ୍ବାଇରେ ଏଣ୍ଟରପ୍ରାଇଜ କ୍ୟାମ୍ପସ ଖୋଲିବା ପାଇଁ ଅନୁମତି ମିଳିଛି। ବ୍ରିଷ୍ଟଲର ଏହା ପ୍ରଥମ ଅନ୍ତର୍ଜାତୀୟ କ୍ୟାମ୍ପସ ହେବ। ଏଠାରେ ଛାତ୍ରଙ୍କୁ ଡାଟା ସାଇନ୍ସ, ଇକୋନୋମିକ୍ସ, ଫାଇନାନ୍ସିଆଲ ଟେକ୍ପୋଲୋଜି, ଇମର୍ସିଭ ଆର୍ଟ୍ସ ଭଳି ବିଷୟରେ ଶିକ୍ଷା ପ୍ରଦାନ କରାଯିବ। ବ୍ରିଷ୍ଟଲ ୟୁନିଭର୍ସିଟିର କୁଳପତି ପ୍ରଫେସର ଏଭଲିନ ଭେଲ୍ଚ କହିଛନ୍ତି ‘‘ମୁମ୍ବାଇ କ୍ୟାମ୍ପସ ଆମର ୧୫୦ ବର୍ଷର ଇତିହାସରେ ଏକ ବଡ଼ ପରିବର୍ତ୍ତନ । ଏହା ଏକ ଗୌରବମୟ ପଦକ୍ଷେପ।’’ମୁମ୍ବାଇରେ କ୍ୟାମ୍ପସର ସ୍ଥାନ ସହର ମଝିରେ ରହିବ। ଯାହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଜ୍ଞାନକୌଶଳ, ଅଭିନବତା ଏବଂ କଳାତ୍ମକ ମାହୋଲରେ ପାଠ ପଢ଼ିବାକୁ ଅବସର ମିଳିବ। ବିଶ୍ବବିଦ୍ୟାଳୟ, ଥିଙ୍କ୍ ବିଗ୍ ସ୍କଲାରସିପ୍ ଯୋଜନାର ଅନୁସାରେ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିବ।ଏହା ବାଦ ଭାରତ ସରକାର ଅଷ୍ଟ୍ରେଲିଆର ତିନି ପ୍ରମୁଖ ବିଶ୍ବବିଦ୍ୟାଳୟ- ଓ୍ବେଷ୍ଟ
ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି (NEP) ୨୦୨୦ର ପଞ୍ଚମ ବର୍ଷପୂର୍ତ୍ତି ଅବସରରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ଅନୁଦାନ ଆୟୋଗ (UGC) ୟୁକେ ଏବଂ ଅଷ୍ଟ୍ରେଲିଆର ଚାରିଟି ପ୍ରମୁଖ ବିଦେଶୀ ବିଶ୍ବବିଦ୍ୟାଳୟଙ୍କୁ ଭାରତରେ ସେମାନଙ୍କର କ୍ୟାମ୍ପସ ସ୍ଥାପନ କରିବାକୁ ଅନୁମତି ମିଳିଛି। ୨୦୨୬ରୁ ଏହି ବିଶ୍ବବିଦ୍ୟାଳୟ ଶିକ୍ଷାଦାନ ଆରମ୍ଭ କରିବେ।
ୟୁକେର ପ୍ରତିଷ୍ଠିତ ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲକୁ ମୁମ୍ବାଇରେ ଏଣ୍ଟରପ୍ରାଇଜ କ୍ୟାମ୍ପସ ଖୋଲିବା ପାଇଁ ଅନୁମତି ମିଳିଛି। ବ୍ରିଷ୍ଟଲର ଏହା ପ୍ରଥମ ଅନ୍ତର୍ଜାତୀୟ କ୍ୟାମ୍ପସ ହେବ। ଏଠାରେ ଛାତ୍ରଙ୍କୁ ଡାଟା ସାଇନ୍ସ, ଇକୋନୋମିକ୍ସ, ଫାଇନାନ୍ସିଆଲ ଟେକ୍ପୋଲୋଜି, ଇମର୍ସିଭ ଆର୍ଟ୍ସ ଭଳି ବିଷୟରେ ଶିକ୍ଷା ପ୍ରଦାନ କରାଯିବ। ବ୍ରିଷ୍ଟଲ ୟୁନିଭର୍ସିଟିର କୁଳପତି ପ୍ରଫେସର ଏଭଲିନ ଭେଲ୍ଚ କହିଛନ୍ତି ‘‘ମୁମ୍ବାଇ କ୍ୟାମ୍ପସ ଆମର ୧୫୦ ବର୍ଷର ଇତିହାସରେ ଏକ ବଡ଼ ପରିବର୍ତ୍ତନ । ଏହା ଏକ ଗୌରବମୟ ପଦକ୍ଷେପ।’’
ମୁମ୍ବାଇରେ କ୍ୟାମ୍ପସର ସ୍ଥାନ ସହର ମଝିରେ ରହିବ। ଯାହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଜ୍ଞାନକୌଶଳ, ଅଭିନବତା ଏବଂ କଳାତ୍ମକ ମାହୋଲରେ ପାଠ ପଢ଼ିବାକୁ ଅବସର ମିଳିବ। ବିଶ୍ବବିଦ୍ୟାଳୟ, ଥିଙ୍କ୍ ବିଗ୍ ସ୍କଲାରସିପ୍ ଯୋଜନାର ଅନୁସାରେ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିବ।
ଏହା ବାଦ ଭାରତ ସରକାର ଅଷ୍ଟ୍ରେଲିଆର ତିନି ପ୍ରମୁଖ ବିଶ୍ବବିଦ୍ୟାଳୟ- ଓ୍ବେଷ୍ଟର୍ଣ୍ଣ ସିଡ୍ନୀ ୟୁନିଭର୍ସିଟି (WSU)କୁ ଗ୍ରେଟର ନୋଏଡା, ଭିକ୍ଟୋରିଆ ୟୁନିର୍ଭିସିଟି (VU)କୁ ନୋଏଡା ଏବଂ ଲା ଟ୍ରୋବ ୟୁନିଭର୍ସିଟିକୁ ବେଙ୍ଗାଲୁରୁରେ କ୍ୟାମ୍ପସ ଖୋଲିବା ପାଇଁ ଅନୁମତି ମିଳିଛି।
ସୂଚନାଥାଉକି, UGC ୨୦୨୩ରେ ଭାରତରେ ବିଦେଶୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିୟମାବଳୀ ଅଧୀନରେ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ କ୍ୟାମ୍ପସ ଖୋଲିବାକୁ ଅନୁମତି ଦେବା ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି ନୀତି ଅନୁଯାୟୀ, ଛାତ୍ରଛାତ୍ରୀମାନେ ଏବେ ଭାରତରେ ବିଶ୍ୱସ୍ତରୀୟ ଶିକ୍ଷାର ସୁଯୋଗ ପାଇବେ। ଏହାଦ୍ବାରା ପିଲାଙ୍କ ବିଦେଶ ଯିବାର ଆବଶ୍ୟକତା କମିବ । ଏହି ପଦକ୍ଷେପ କେବଳ ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ ନାହିଁ ବରଂ ଦେଶକୁ ଏକ ଅନ୍ତର୍ଜାତୀୟ ଶିକ୍ଷା କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।