କେଜ୍ରିଓ୍ବାଲଙ୍କ ପାଇଁ ଜେଲ୍‌ରେ ମେଡିକାଲ ବୋର୍ଡ ଗଠନ; ଏମ୍‌ସର ୫ଜଣିଆ ଡାକ୍ତର କରୁଛନ୍ତି ଚିକିତ୍ସା

ନୂଆଦିଲ୍ଲୀ,୨୬/୪: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା । ଏନେଇ ଦିଲ୍ଲୀ ଏମ୍‌ସର ୫ଜଣ ଡାକ୍ତରଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇଛି । ଏହି ମେଡିକାଲ ବୋର୍ଡର ନେତୃତ୍ବ ନେବେ ଡାକ୍ତର ନିଖିଲ୍ ଟଣ୍ଡନ । ଏହା ପୂର୍ବରୁ ସେ ଆପ୍ ସୁପ୍ରିମୋଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ । ତେବେ କେଜ୍ରିଓ୍ବାଲଙ୍କ ମେଡିକାଲ୍ ଚେକ୍ ଅପ୍ ପାଇଁ କୋର୍ଟ ଏପ୍ରିଲ୍ ୨୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଅଦାଲତଙ୍କ ଆଦେଶ ପରେ ମେଡିକାଲ୍ ବୋର୍ଡ ଗଠନ ହୋଇଛି । ଏହି ମେଡିକାଲ ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆଗାମୀ ପାଞ୍ଚ ଦିନ ଯାଏଁ ଇନସୁଲିନ୍ ଦେବାକୁ ପରାମର୍ଶ ଦେଇଛି । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ, ମେଡିକାଲ ବୋର୍ଡରେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ଜଣେ ମଧୁମେହ ବିଶେଷଜ୍ଞଙ୍କୁ ସାମିଲ୍ କରିଛନ୍ତି । ସୋମବାର ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା । ସେତେବେଳେ ତାଙ୍କ ଦେହରେ ସର୍କରା ଭାଗ ୨୧୭ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ତିହାର ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଏମ୍‌ସ ଡାକ୍ତର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କେଜ୍ରିଓ୍ବାଲଙ୍କୁ ଘରୋଇ ଖାଦ୍ୟ ଦିଆଯାଉଛି ।  ମଦ ନୀତି ଦୁର୍ନୀତି  ମାମଲାରେ କେଜରିୱାଲ ବର୍ତ୍ତମାନ ତିହାର  ଜେଲରେ ବନ୍ଦ ଅଛନ୍ତି । ସେ ଡାଏବେଟି

କେଜ୍ରିଓ୍ବାଲଙ୍କ ପାଇଁ ଜେଲ୍‌ରେ ମେଡିକାଲ ବୋର୍ଡ ଗଠନ; ଏମ୍‌ସର ୫ଜଣିଆ ଡାକ୍ତର କରୁଛନ୍ତି ଚିକିତ୍ସା

ନୂଆଦିଲ୍ଲୀ,୨୬/୪: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା । ଏନେଇ ଦିଲ୍ଲୀ ଏମ୍‌ସର ୫ଜଣ ଡାକ୍ତରଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇଛି । ଏହି ମେଡିକାଲ ବୋର୍ଡର ନେତୃତ୍ବ ନେବେ ଡାକ୍ତର ନିଖିଲ୍ ଟଣ୍ଡନ । ଏହା ପୂର୍ବରୁ ସେ ଆପ୍ ସୁପ୍ରିମୋଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ । ତେବେ କେଜ୍ରିଓ୍ବାଲଙ୍କ ମେଡିକାଲ୍ ଚେକ୍ ଅପ୍ ପାଇଁ କୋର୍ଟ ଏପ୍ରିଲ୍ ୨୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । 

ଅଦାଲତଙ୍କ ଆଦେଶ ପରେ ମେଡିକାଲ୍ ବୋର୍ଡ ଗଠନ ହୋଇଛି । ଏହି ମେଡିକାଲ ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆଗାମୀ ପାଞ୍ଚ ଦିନ ଯାଏଁ ଇନସୁଲିନ୍ ଦେବାକୁ ପରାମର୍ଶ ଦେଇଛି । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ, ମେଡିକାଲ ବୋର୍ଡରେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ଜଣେ ମଧୁମେହ ବିଶେଷଜ୍ଞଙ୍କୁ ସାମିଲ୍ କରିଛନ୍ତି । ସୋମବାର ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା । ସେତେବେଳେ ତାଙ୍କ ଦେହରେ ସର୍କରା ଭାଗ ୨୧୭ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ତିହାର ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଏମ୍‌ସ ଡାକ୍ତର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କେଜ୍ରିଓ୍ବାଲଙ୍କୁ ଘରୋଇ ଖାଦ୍ୟ ଦିଆଯାଉଛି ।  

ମଦ ନୀତି ଦୁର୍ନୀତି  ମାମଲାରେ କେଜରିୱାଲ ବର୍ତ୍ତମାନ ତିହାର  ଜେଲରେ ବନ୍ଦ ଅଛନ୍ତି । ସେ ଡାଏବେଟିସ୍‌ରେ  ପୀଡ଼ିତ ଥିବାରୁ ତାଙ୍କୁ ସ୍ୱଳ୍ପ ଡୋଜ୍‌ର ଇନ୍‌ସୁଲିନ୍‌  ଦେବା ପାଇଁ ମେଡିକାଲ ବୋର୍ଡ ପରାମର୍ଶ  ଦେଇଛି । ୫ ଦିନ ପରେ ପୁଣି ତାଙ୍କ  ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ଏହାପରେ  ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଉଲ୍ଲେଖଯୋଗ୍ୟ, କେଜରିୱାଲ  ତାଙ୍କ ସୁଗାର ଲେଭଲ୍‌ ବଢ଼ାଇବା ପାଇଁ  ଖାଦ୍ୟରେ ଆମ୍ବ ଓ ମିଠା ଖାଉଥିବା ନେଇ  ଇଡି ଅଭିଯୋଗ କରିଥିଲା । ସେ ଜାମିନାରେ  ବାହାରିବା ପାଇଁ ଏଭଳି କରୁଥିବା ଇଡି  ଦର୍ଶାଇଥିଲା । ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ  ଇନ୍‌ସୁଲିନ୍‌ ଆବଶ୍ୟକ ଥିବା ବେଳେ ତାଙ୍କୁ  ଏଥିପାଇଁ ଅନୁମତି ଦିଆଯାଉ ନ ଥିବା  ଆପ୍‌ ଅଭିଯୋଗ କରିଥିଲା । କୋର୍ଟରେ  ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲ ଏହା ଜଣାଇଥିଲେ । ଏହାପରେ କୋର୍ଟ ମେଡିକାଲ୍‌ ବୋର୍ଡ ଗଠନ କରି ଇନ୍‌ସୁଲିନ୍‌ ଆବଶ୍ୟକ କି ନାହିଁ ତାହା ଜଣାଇବାକୁ  ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତାଙ୍କୁ  ପ୍ରଥମ ଡୋଜ୍‌ ଇନ୍‌ସୁଲିନ୍‌ ଦିଆଯାଇଥିଲା ।  ଏବେ ଦିନକୁ ଦୁଇ ଡୋଜ୍‌ ଲେଖାଏଁ ୫ ଦିନ  ଇନ୍‌ସୁଲିନ୍‌ ଦେବା ପାଇଁ ମେଡିକାଲ ବୋର୍ଡ  ପରାମର୍ଶ ଦେଇଛି ।