ଟିଭି ଆଙ୍କରଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ କଲେ ଟ୍ରମ୍ପ, ନୂଆ ନିଯୁକ୍ତି ପରେ ସବୁଠି ଚର୍ଚ୍ଚା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ପଦର ଶପଥ ନେବାକୁ ଥିବା ଡୋନାଲ୍ଡ ଟ୍ରମ୍ପ ନିଜ କ୍ୟାବିନେଟ୍ ଗଠନରେ ଲାଗିଛନ୍ତି । ଟ୍ରମ୍ପ ୨.୦ରେ ଅନେକ ଏପରି ଚେହେରାଙ୍କୁ ସାମିଲ କରାଯାଉଛି, ଯାହାଙ୍କୁ ନେଇ ସାରା ଦୁନିଆରେ ଚର୍ଚ୍ଚା କରାଯାଉଛି । ଏହାରି ଭିତରେ ଟ୍ରମ୍ପ ଜଣେ ଟିଭି ଆଙ୍କରଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଛନ୍ତି । ନିର୍ବାଚନୀ ପରିଣାମରେ ଟ୍ରମ୍ପଙ୍କ ବିଜୟ ନେଇ ସର୍ବପ୍ରଥମେ ଫକ୍ସ ନ୍ୟୁଜ୍ ଘୋଷଣା କରିଥିଲା । ଏବେ ଡୋନାଲ୍ଡ ଟ୍ରମ୍ପ ଫକ୍ସ ନ୍ୟୁଜର ହୋଷ୍ଟ ଏବଂ ସେନାର ପୂର୍ବତନ ସୈନିକ ପିଟ୍ ହେଗସେଥ୍ଙ୍କୁ ନିଜ ପ୍ରଶାସନର ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।ପିଟ୍ ହେଗମେଥ୍ ଆମେରିକାର ଜଣେ ପୂର୍ବତନ ସୈନିକ । ସେ ଆଫଗାନିସ୍ତାନ ଏବଂ ଇରାକରେ ସେବା ପ୍ରଦାନ କରିସାରିଛନ୍ତି । ଟ୍ରମ୍ପ ନାଁ ଘୋଷଣ କରି କରିଛନ୍ତି, 'ପିଟ୍ଙ୍କ ନେତୃତ୍ୱରେ ଆମେରିକାର ଶତ୍ରୁର ସାବଧାନ ରୁହନ୍ତୁ, ଆମ ସେନା ପୁଣି ଥରେ ମହାନ ହେବ ଏବଂ ଆମେରିକା କେବେ ବି ପଛକୁ ହଟିବ ନାହିଁ ।'Congratulations to my friend and colleague Pete Hegseth. You have served this great nation’s military and you are a wonderful father, husband to Jen and more… with you we win! pic.twitter.com/JIF1xZ3GTG— HARRISFAULKNER (@HARRISFAULKNER) November 13, 2024ଟ୍ରମ୍ପ ଶପଥ ନେବା ପୂର୍
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ପଦର ଶପଥ ନେବାକୁ ଥିବା ଡୋନାଲ୍ଡ ଟ୍ରମ୍ପ ନିଜ କ୍ୟାବିନେଟ୍ ଗଠନରେ ଲାଗିଛନ୍ତି । ଟ୍ରମ୍ପ ୨.୦ରେ ଅନେକ ଏପରି ଚେହେରାଙ୍କୁ ସାମିଲ କରାଯାଉଛି, ଯାହାଙ୍କୁ ନେଇ ସାରା ଦୁନିଆରେ ଚର୍ଚ୍ଚା କରାଯାଉଛି । ଏହାରି ଭିତରେ ଟ୍ରମ୍ପ ଜଣେ ଟିଭି ଆଙ୍କରଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଛନ୍ତି । ନିର୍ବାଚନୀ ପରିଣାମରେ ଟ୍ରମ୍ପଙ୍କ ବିଜୟ ନେଇ ସର୍ବପ୍ରଥମେ ଫକ୍ସ ନ୍ୟୁଜ୍ ଘୋଷଣା କରିଥିଲା । ଏବେ ଡୋନାଲ୍ଡ ଟ୍ରମ୍ପ ଫକ୍ସ ନ୍ୟୁଜର ହୋଷ୍ଟ ଏବଂ ସେନାର ପୂର୍ବତନ ସୈନିକ ପିଟ୍ ହେଗସେଥ୍ଙ୍କୁ ନିଜ ପ୍ରଶାସନର ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।
ପିଟ୍ ହେଗମେଥ୍ ଆମେରିକାର ଜଣେ ପୂର୍ବତନ ସୈନିକ । ସେ ଆଫଗାନିସ୍ତାନ ଏବଂ ଇରାକରେ ସେବା ପ୍ରଦାନ କରିସାରିଛନ୍ତି । ଟ୍ରମ୍ପ ନାଁ ଘୋଷଣ କରି କରିଛନ୍ତି, 'ପିଟ୍ଙ୍କ ନେତୃତ୍ୱରେ ଆମେରିକାର ଶତ୍ରୁର ସାବଧାନ ରୁହନ୍ତୁ, ଆମ ସେନା ପୁଣି ଥରେ ମହାନ ହେବ ଏବଂ ଆମେରିକା କେବେ ବି ପଛକୁ ହଟିବ ନାହିଁ ।'
Congratulations to my friend and colleague Pete Hegseth. You have served this great nation’s military and you are a wonderful father, husband to Jen and more… with you we win! pic.twitter.com/JIF1xZ3GTG— HARRISFAULKNER (@HARRISFAULKNER) November 13, 2024
ଟ୍ରମ୍ପ ଶପଥ ନେବା ପୂର୍ବରୁ ତାଙ୍କ ନୀତି ସ୍ପଷ୍ଟ କରିବାରେ ଲାଗିଛନ୍ତି । ଆଗାମୀ ଚାରି ବର୍ଷ ‘ଶକ୍ତି ମାଧ୍ୟମରେ ଶାନ୍ତି’ ନୀତିକୁ ଆପଣାଇବେ । ପିଟ୍ ହେଗସେଥଙ୍କୁ ନିଯୁକ୍ତି ଦେଇ ଟ୍ରମ୍ପ କହିଛନ୍ତି ଯେ ସେ ସବୁବେଳେ ସୈନିକଙ୍କ ପାଇଁ ସଂଘର୍ଷ କରୁଛନ୍ତି । ପୂର୍ବତନ ସୈନିକଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରୂପେ ନିଯୁକ୍ତି ଦେଇ ଶତ୍ରୁ ରାଷ୍ଟ୍ରଙ୍କ ସାମନାରେ ଟ୍ରମ୍ପ ନିଜକୁ ଜଣେ ମଜଭୁତ ରାଷ୍ଟ୍ରପତି ଭାବେ ପରିଚୟ ଦେବାକୁ ଚାହୁଁଛନ୍ତି ।
ସେହିପରି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ଅର୍କାସସ୍ର ଗଭର୍ଣ୍ଣର ମାଇକ୍ ହକାବିଙ୍କୁ ଇସ୍ରାଏଲ ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି । ମାଇକ୍ ହକାବି କଟ୍ଟର ଇସ୍ରାଏଲ୍ ସମର୍ଥକ । ଟ୍ରମ୍ପ ନିଜ କ୍ୟାବିନେଟ୍ ଚୟନ ସହ ଚୀନକୁ ବି କଡ଼ା ସଂକେତ ଦେଉଛନ୍ତି । ଟ୍ରମ୍ପ ମାଇକ୍ ୱାଲ୍ଟଜଙ୍କୁ ନିଜ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରିଛନ୍ତି । ମାଇକଙ୍କୁ ଚୀନର କଟ୍ଟର ବିରୋଧୀ ରୂପେ ଗଣାଯାଏ ଏବଂ ସେ ଭାରତର ଜଣେ ବଡ଼ ସମର୍ଥକ ।