ଟ୍ରାଫିକ୍ କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC, ଜାଣନ୍ତୁ କିପରି କରିବେ ଆବେଦନ
ଭୁବନେଶ୍ୱର,୧୫ା୩: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି, କମର୍ସ ଏବଂ ଟ୍ରାନ୍ସପୋର୍ଟ (ଟ୍ରାନ୍ସପୋର୍ଟ) ବିଭାଗ ଅଧୀନରେ ଟ୍ରାଫିକ୍ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟ ଆଶାୟୀମାନେ ଅନଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରି ପାରିବେ। ଏଥିପାଇଁ ମାର୍ଚ୍ଚ ୨୮ ତାରିଖରେ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ ୨୭ ଶେଷ ତାରିଖ ରହିଛି। ସେହିପରି ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଛି। ତେବେ ଆଶାୟୀମାନେ […] The post ଟ୍ରାଫିକ୍ କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC, ଜାଣନ୍ତୁ କିପରି କରିବେ ଆବେଦନ appeared first on Dharitri Odia News.
ଭୁବନେଶ୍ୱର,୧୫ା୩: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି, କମର୍ସ ଏବଂ ଟ୍ରାନ୍ସପୋର୍ଟ (ଟ୍ରାନ୍ସପୋର୍ଟ) ବିଭାଗ ଅଧୀନରେ ଟ୍ରାଫିକ୍ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟ ଆଶାୟୀମାନେ ଅନଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରି ପାରିବେ।
ଏଥିପାଇଁ ମାର୍ଚ୍ଚ ୨୮ ତାରିଖରେ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ ୨୭ ଶେଷ ତାରିଖ ରହିଛି। ସେହିପରି ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଛି। ତେବେ ଆଶାୟୀମାନେ ମେ ୨ ତାରିଖ ପର୍ୟ୍ୟନ୍ତ ସେମାନଙ୍କର ଆବେଦନପତ୍ର ଏଡିଟ କରି ପାରିବେ। ଉଭୟ ମହିଳା ଏବଂ ପୁରୁଷ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ବୟସସୀମା: ୧ ଜାନୁଆରୀ, ୨୦୨୪ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିଭଳି ସମାନ ତାରିଖ ସୁଦ୍ଧା ୩୮ ବର୍ଷ ବୟସରୁ ଅଧିକ ହୋଇ ନଥିବା ଆବଶ୍ୟକ। ତେବେ ସଂରକ୍ଷଣ ନିୟମ ଅନୁଯାୟୀ କିଛି ଶ୍ରେଣୀର ଆଶାୟୀଙ୍କ ସ୍ଵାତନ୍ତ୍ରର ରିହାତି ମିଳିପାରେ।
ଶିକ୍ଷାଗତ ଯୋଗ୍ୟତା: ଆଶାୟୀମାନେ ସୀକୃତିପ୍ରାପ୍ତ ବୋର୍ଡରୁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ।
ଦରମା: ଲେଭେଲ-୪ ଓଆରଏସପି, ୨୦୧୭ ଅନୁଯାୟୀ ଦରମା ମିଳିବ ।
ନିଯୁକ୍ତି ପ୍ରକ୍ରିୟା:
- ପ୍ରିଲିମିନାରୀ ପରୀକ୍ଷା
- ଲିଖିତ ପରୀକ୍ଷା
- ଶାରୀରିକ ମାନକ ମାପ ଏବଂ ଶାରୀରିକ ପରୀକ୍ଷା (କେବଳ କ୍ୱାଲିଫାଇଂ)
- ସାର୍ଟିଫିକେଟ୍ ଭେରିଫିକେସନ
The post ଟ୍ରାଫିକ୍ କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC, ଜାଣନ୍ତୁ କିପରି କରିବେ ଆବେଦନ appeared first on Dharitri Odia News.